Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ନିର୍ବାଚନରେ କରୋନା ନିୟମର ଖୁଲମ୍‌ଖୁଲା ଉଲଙ୍ଘନ, ଏପ୍ରିଲ୍‌ ୧୬ରେ ସର୍ବଦଳୀୟ ବୈଠକ ଡକାଇଲେ ନିର୍ବାଚନ ଆୟୋଗ
  • ||
  • ଭୁବନେଶ୍ବର : ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ପରୀକ୍ଷା ହେବ କି ନାହିଁ ସେନେଇ ଚିନ୍ତା କରିବୁ – ଗଣଶିକ୍ଷା ମନ୍ତ୍ରୀ
  • ||
  • ଯାଜପୁର : ଏକ ତରଫା ପ୍ରେମରୁ ଯୁବକଙ୍କ ଉନ୍ମତକାଣ୍ଡ, ବାହା ହେବାକୁ ରାଜି ନହେବାରୁ ସମ୍ପର୍କୀୟ ଭଉଣୀଙ୍କୁ ଚେଙ୍କ ଦେଲା ଭାଇ
  • ||
  • ବାଲେଶ୍ବର : ସମୁଦ୍ରରେ ମାଛ ଧରା ବନ୍ଦ, ଆଜିଠୁ ଜୁନ୍ ୧୫ ଯାଏଁ ବଳବତ୍ତର ରହିବ କଟକଣା
  • ||
  • ଭୁବନେଶ୍ବର : କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୨ କୋଟି ୧୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ
  • ||
  • ଭୁବନେଶ୍ବର : ୟେଲୋ ଜୋନ୍‌କୁ ଗଲା ୫ ଜିଲ୍ଲା, ପୂର୍ବରୁ ୨ ଜିଲ୍ଲା ରହିଛି ରେଡ୍ ଜୋନ୍‌ରେ
  • ||
  • ଝାରସୁଗୁଡା : କୋଇଲା ଖଣି ମ୍ୟାନେଜର ଅଫିସରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ମାଲକାନଗିରିରୁ ଛତିଶଗଡକୁ ସଂଯୋଗ ସମସ୍ତ ରାସ୍ତା ସିଲ୍, ଅପ୍ରେଲ ୩୦ଯାଏଁ ବସ୍ ଚଳାଚଳ ଠପ୍
  • ||
  • CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ, ଛାତ୍ରଛାତ୍ରୀଙ୍କ ମାର୍କ ସ୍ଥିର କରିବ ବୋର୍ଡ
  • ||

ବହୁଚର୍ଚ୍ଚିତ ନାଗରିକତା ସଂଶୋଧନ ବିଲ୍‌କୁ ଚିରିଦେଲେ ଓବେସୀ

9/12/2019 at 9:45 PM

ନୂଆଦିଲ୍ଲୀ ୦୯।୧୨ –  ବହୁଚର୍ଚ୍ଚିତ ନାଗରିକତା ସଂଶୋଧନ ବିଲ୍‌ ଆଜି ଲୋକସଭାରେ ଆଗତ ହୋଇଛି ।ତେବେ ବିରୋଧୀ ଦଳ ଗୁଡ଼ିକ ପକ୍ଷରୁ ଜୋରଦାର ବିରୋଧ ଯୋଗୁଁ ଏହି ବିଲ୍‌ ସିଧାସଳଖ ଲୋକସଭାରେ ଆଗତ ହୋଇପାରିନଥିଲା । ବରଂ ମତଦାନ ଦ୍ବାରା ବିଲ୍‌ ଲୋକସଭାରେ ଆଗତ ହୋଇଥିଲା । ବିଲ୍‌ ଉପସ୍ଥାପନ କରି ବିରୋଧୀ ଦଳ ଗୁଡ଼ିକ ଉପରେ ଜୋରଦାର ବର୍ଷିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ବହୁଚର୍ଚ୍ଚିତ ନାଗରିକତା ସଂଶୋଧନ ବିଲ୍‌କୁ ସାସଂଦ ଓବେସୀ  ଚିରି ଦେଇଛନ୍ତି ।

ଲୋକସଭାରେ ବହୁ ପ୍ରତୀକ୍ଷିତ ନାଗରିକତା ସଂଶୋଧନ ବିଲ୍‌ । ଗୃହର ଭିତରେ ଓ ବାହାରେ ଏହି ବିଲକୁ ବିରୋଧ କରି ହଙ୍ଗାମା କରିଥିଲେ ବିରୋଧୀ। ପ୍ରଥମେ ଗୃହ ବାହାରେ କଂଗ୍ରେସ ସଦସ୍ୟମାନେ ଧାରଣା ଦେଇଥିଲେ। ଏବଂ ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଏହି ବିଲ୍‌ କୁ ବିରୋଧ କରିଥିଲେ ।

ସ୍ଥିତି ଏମିତି ହୋଇଥିଲା ବିଲ୍‌ ସହଜରେ ଲୋକସଭାରେ ଆସିପାରି ନଥିଲା । ଏହାକୁ ଗୃହରେ ଆଗତ କରିବା ପାଇଁ ଦରକାର ହୋଇଥିଲା ଭୋଟିଂ । ବିଲ୍ ଉପସ୍ଥାପନ ସମର୍ଥନରେ ୨୯୩ଟି ଭୋଟ୍‌ ପଡ଼ିଥିବା ବେଳେ ବିପକ୍ଷରେ ପଡ଼ିଥିଲା ୮୨ଟି ଭୋଟ୍‌ । ବିରୋଧୀ ଦଳର କେତେକ ସଦସ୍ୟ କହିଥିଲେ ଯେ ଏହି ବିଲ୍‌ ଉପସ୍ଥାପନ ଦ୍ବାରା ସମ୍ବିଧାନର କେତେକ ବ୍ୟବସ୍ଥାର ଉଲ୍ଲଂଘନ ହେବ ।ତେବେ ଗୃହମନ୍ତ୍ରୀ ଅମିତ ଶାହ ଏହାକୁ ଖଣ୍ଡନ କରିଥିଲେ। ଏହି ବିଲ୍‌ ଦେଶର ଅଳ୍ପସଂଖ୍ୟକଙ୍କ ସ୍ବାର୍ଥ ବିରୋଧୀ ବୋଲି ବାରମ୍ବାର ସ୍ବର ଉଠାଇଥିଲେ ବିରୋଧୀ। କିନ୍ତୁ ଏହାର ଜବାବ ଦେଇ ଅମିତ ଶାହା କହିଥିଲେ ଯେ ନାଗରିକତା ସଂଶୋଧନ ବିଲ୍‌ ଦେଶର ସ୍ବାର୍ଥ ପାଇଁ ଆବଶ୍ୟକ ।

ଅମିତ ଶାହା କହିଥିଲେ ଯେ ସ୍ବାଧୀନତା ସମୟରେ ଯଦି କଂଗ୍ରେସ ଧାର୍ମିକ ଆଧାରରେ ଦେଶର ବିଭାଜନ କରିନଥାନ୍ତା ତା ହେଲେ ଆଜି ଏହି ବିଲ୍‌ର ଆବଶ୍ୟକତା ପଡ଼ିନଥାନ୍ତା ।ବିଭାଜନ ସମୟରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ଚୁକ୍ତି ଅନୁସାରେ ଦୁଇ ଦେଶରେ ସଂଖ୍ୟାଲଘୁଙ୍କୁ ସୁରକ୍ଷା ଯୋଗାଇ ଦିଆଯିବ । ଭାରତରେ ଏହାର ପାଳନ କରାଯାଇଥିଲେ ମଧ୍ୟ ପାକିସ୍ତାନ ପାଳନ କରିନଥିଲା । ବାଂଲାଦେଶରୁ ଆସୁଥିବା ଲୋକଙ୍କୁ ନାଗରିକତ୍ବ ମାନ୍ୟତା ଦେବାକୁ ଇନ୍ଦିରା ଗାନ୍ଧି ଆଇନ ପ୍ରଣୟନ କରିଥିଲେ । କିନ୍ତୁ ପାକିସ୍ତାନ କ୍ଷେତ୍ରରେ କାହିଁକି ଏପରି ଆଇନ ପ୍ରଣୟନ ହେଲାନାହିଁ ବୋଲି ପ୍ରଶ୍ନ କରିଥିଲେ ଶାହା । ଅନ୍ୟପକ୍ଷରେ ଏହି ବିଲ୍‌କୁ ବିରୋଧ କରି ଏଆଇଏମ୍‌ଆଇଏମ୍‌ ସାଂସଦ ଅସାଦୁଦ୍ଦିନ ଓୱେସୀ କହିଥିଲେ ଯେ ସମ୍ବିଧାନର ଧାରା ୧୪ରେ ସମାନତାର ଅଧିକାର ମିଳିଛି ଏବଂ କୌଣସି ଆଧାରରେ ବି ଭେଦଭାବ କରାଯାଇପାରିବ ନାହିଁ । କିନ୍ତୁ ବିଲ୍‌ ଏହାର ଉଲ୍ଲଂଘନ କରୁଛି ।…

ଗୋଟିଏ ପଟେ ଲୋକସଭାରେ ନାଗରିକତା ସଂଶୋଧନ ବିଲ୍‌କୁ ନେଇ ହଙ୍ଗାମା ହୋଇଛି ।ଅନ୍ୟପଟେ ଉତ୍ତରପୂର୍ବାଞ୍ଚଳ ସମେତ ଦେଶର ଅନ୍ୟ କେତେକ ଅଞ୍ଚଳରେ ଏହି ବିଲ୍‌କୁ ଜୋରଦାର ବିରୋଧ କରାଯାଇଛି ।ପଶ୍ଚିମବଙ୍ଗ, ଆସାମ, ମଣିପୁର ଓ ତ୍ରିପୁରାରେ ଏହି ବିଲ୍ ବିରୋଧରେ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି ।ପଶ୍ଚିମବଙ୍ଗରେ ଲୋକେ ହାତରେ ମଶାଲ ଧରି ରାସ୍ତାକୁ ଓହ୍ଲାଇ ଆସିଥିଲେ  ।

   Related Posts