ମୋ ଅଫିସରେ ଜଏନ କର ନହେଲେ ତମ ଅଶ୍ଳୀଳ ଭିଡ଼ିଓ କରିଦେବି ଭାଇରାଲ –ନିଜ କଂପାନିରେ ଚାକିରୀ କରିବାକୁ ଧମକ ଦେଲା ଯୁବକ

Published By : Prameya-News7 Bureau | March 16, 2019 IST

ଗାଜିଆବାଦ ୧୬/୩-  ନିଜ ଅଫିସରେ ଜଏନ କରିବାକୁ ଯୁବତୀଙ୍କୁ ଧମକ ଦେଲା ଯୁବକ । ଚାକରୀ କରିବାକୁ ମନାକରିବାରୁ ଅଶ୍ଳୀଳ ମେସେଜ ଭାଇରାଲ ଧମକ ଦେବାକୁ ଯୁବକ କହିବାରୁ ଥାନାରେ ଦ୍ଵାରସ୍ଥ ହେଲେ  ଯୁବତୀ ।

ଏଭଳି ଅଭାବନୀୟ ଘଟଣା ଗାଜିଆବାଦର ସିହାନୋଗେଟ ଏକ କଲୋନୀରେ । ଅଭିଯୁକ୍ତ ଯୁବକଙ୍କର ଏକ ଜବ୍ ଆଉଟସୋର୍ସିଂ କଂପାନୀ ଗାଜିଆବାଦରେ ଥିଲା । ଏହି କଂପାନୀ ମାଧ୍ୟମରେ ବାହାରଦେଶରେ ବେକାର ଯୁବକଯୁବତୀଙ୍କୁ ଚାକିରି ଦେଉଥିଲେ । ଏହି କଂପାନୀରେ ନିଶା ନାମକ ଜଣେ ଯୁବତୀ ଚାକିରୀ କରୁଥିଲେ । ଦିନେ କଂପାନୀରେ କରୀବ ନାମକ ଜଣେ ଯୁବକ ରାଜନଗର ଏକ ଅଂଚଳକୁ ବୁଲିବା ପାଇଁ ଡ଼ାକି ନେଇଥିଲେ ।

ରାଜନଗର ପାର୍କ ଏରିଆରେ ନିଶାକୁ ନେଇ ଯାଇଥିବା ଯୁବକ ଏକ ପାର୍ଟିର ଆୟୋଜନ କରିଥିଲା । ଏହି ପାର୍ଟିରେ ସେହି କଂପାନୀର ମାଲିକ ମଧ୍ୟ ଉପସ୍ଥିତ ଥିଲେ ।ନିଶାକୁ ସେହି ପାର୍ଟିରେ ମାଲିକ ସମେତ କରୀବ ମଦ୍ୟପାନ କରିବାକୁ ବାଧ୍ୟ କରିଥିଲେ । ଯୁବତୀଙ୍କୁ ନିଶା ହୋଇଗଲା ପରେ ଅଶ୍ଳୀଳ ଭିଡ଼ିଓ ସୁଟିଂ କରିବା ସହ ଫଟୋ ମଧ୍ୟ ଉଠାଇଥିଲେ ।

ଏହି ଘଟଣା ଜାଣିବାପରେ ଯୁବତୀ ସେହି ସଂସ୍ଥାରୁ ଚାକିରୀ ଛାଡ଼ିଦେଇଥିଲେ । କିନ୍ତୁ ମାଲିକ ଯୁବତୀଙ୍କୁ ଛାଡ଼ିବାକୁ ଚାହୁଁ ନଥିଲେ ।

ମାସକପରେ  ଯୁବକ ନିଶାକୁ ଫୋନ କରି ନୂଆ ଏକ ଅଫିସ ଖୋଲିବାକୁ ଯାଉଛି ଓ ସେହି ଅଫିସରେ ଜଏନ କରିବାକୁ ପ୍ରସ୍ତାବ ଦେଇଥିଲେ । କିନ୍ତୁ ଯୁବତୀ ଏହି ପ୍ରସ୍ତାବରେ ରାଜି ହୋଇ ନଥିଲେ ।

ନିଶା ଏହି ପ୍ରସ୍ତାବରେ ରାଜି ନ ହେବାରୁ ଅଶ୍ଳୀଳ ଭିଡ଼ିଓ ଓ ଫଟୋ ଭାଇରାଲ କରିବାକୁ ଧମକ ଦେଇଥିଲେ । ଏହି ଘଟଣାରେ ଯୁବତୀ ଥାନାରେ ମାମଲା ରୁଜୁ କରିଥିଲେ । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକଥା କହିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.