Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

MDH ମସଲାର ପ୍ରତିଷ୍ଠାତା ଧର୍ମପାଲ ଗୁଲାଟୀଙ୍କ ପରଲୋକ

3/12/2020 at 9:12 AM

ନୂଆଦିଲ୍ଲୀ ୩।୧୨: ଏମଡିଏଚ ମସଲାର ପ୍ରତିଷ୍ଠାତା ତଥା ମାଲିକ ‘ମହାଶୟ’ ଧର୍ମପାଲ ଗୁଲାଟୀଙ୍କର ଗୁରୁବାର ସକାଳେ ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୮ ବର୍ଷ ବୟସ ହୋଇଥିଲା । ଗତ ୩ ସପ୍ତାହ ହେବ ଦିଲ୍ଲୀର ଏକ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । ଗୁରୁବାର ସକାଳେ ତାଙ୍କର ହୃଦଘାତରେ ପରଲୋକ ହୋଇଛି । ପୂର୍ବରୁ ସେ କରୋନାରେ ସଂକ୍ରମିତ ହୋଇଥିଲେ । ମାତ୍ର ସେ କରୋନାକୁ ମାତ୍ ଦେଇ ସୁସ୍ଥ ହୋଇଥିଲେ । ଗତ ବର୍ଷ ତାଙ୍କୁ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।

‘ଦଲାଜୀ’ ଏବଂ ‘ମହାଶୟଜୀ’ ନାଁରେ ମଧ୍ୟ ସେ ପ୍ରସିଦ୍ଧ ଥିଲେ । ୧୯୨୩ ମସିହାରେ ପାକିସ୍ତାନର ସିୟାଲକୋଟରେ ଧର୍ମପାଲ ଗୁଲାଟୀ ଜନ୍ମଗ୍ରହଣ କରିଥିଲେ । ସେ ଅଧାରୁ ପାଠପଢା ଛାଡି ଦେବା ପରେ ତାଙ୍କ ବାପାଙ୍କ ମସଲା ବ୍ୟବସାୟ ବୁଝାବୁଝି କରୁଥିଲେ ।

୧୯୪୭ ମସିହାରେ ବିଭାଜନ ପରେ ଧର୍ମପାଲ ଗୁଲାଟୀ ଭାରତକୁ ଆସିଯାଇଥିଲେ । ସେ ଅମୃତସରର ଏକ ଶରଣାର୍ଥୀ ଶିବିରରେ ରହିଥିଲେ । ପରେ ସେ ଦିଲ୍ଲୀରେ ରହିଥିଲେ । ଦିଲ୍ଲୀର କରୋଲବାଗରେ ମସଲାର ଏକ ଷ୍ଟୋର ଖୋଲିଥିଲେ । ଧର୍ମପାଲ ଗୁଲାଟୀ ୧୯୫୯ ମସିହାରେ ତାଙ୍କର ମସଲା କମ୍ପାନୀ ସ୍ଥାପନ କରିଥିଲେ । ତାଙ୍କ ମସଲା କମ୍ପାନୀ ଏମଡିଏଚ ନାଁରେ ଜଣାଶୁଣା ।

ଧର୍ମପାଲ ଗୁଲାଟୀଙ୍କ ବ୍ୟବସାୟ କେବଳ ଭାରତରେ ସୀମିତ ନାହିଁ । ବିଶ୍ବର ଅନେକ ସ୍ଥାନରେ ବିସ୍ତାର ଲାଭ କରିଛି । ଫଳରେ ଧର୍ମପାଲ ଗୁଲାଟୀ ଭାରତୀୟ ମସଲାର ଜଣେ ପ୍ରତିଷ୍ଠିତ ବିତରକ ଏବଂ ରପ୍ତାନିକାରୀ ହୋଇପାରିଛନ୍ତି । ଧର୍ମପାଲ ଗୁଲାଟୀଙ୍କ କମ୍ପାନୀ ବ୍ରିଟେନ୍, ୟୁରୋପ, ୟୁଏଇ, କାନାଡା ସହ ବିଶ୍ବର ବିଭିନ୍ନ ଅଞ୍ଚଳରେ ଭାରତୀୟ ମସଲାର ରପ୍ତାନୀ କରିଥାଏ । ୨୦୦୯ ମସିହାରେ ତାଙ୍କୁ ପଦ୍ମ ଭୂଷଣ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା । ଏମଡିଏଚ ମସଲା ଅନୁସାରେ ଧର୍ମପାଲ ଗୁଲାଟୀ ନିଜ ଦରମାର ୯୦ ପ୍ରତିଶତ ଦାନ କରିଦେଉଥିଲେ ।

   Related Posts