ଅନାଜମଣ୍ଡି ଅଗ୍ନିକାଣ୍ଡ ମାମଲା: କାରଖାନାର ମାଲିକ ଓ ମ୍ୟାନେଜର ଗିରଫ

Published By : Prameya-News7 Bureau | December 08, 2019 IST

ନୂଆଦିଲ୍ଲୀ ୮।୧୨:  ଦିଲ୍ଲୀ ଅନାଜମଣ୍ଡି ଅଗ୍ନିକାଣ୍ଡ ଘଟଣାର ୧୨ଘଣ୍ଟା ବି ପୁରଣ ହୋଇନି, ପୋଲିସ କାରଖାନାର ମାଲିକ ଓ ମ୍ୟାନେଜରଙ୍କୁ ଗିରଫ କରିଛି। ସେମାନଙ୍କୁ ଯଥାକ୍ରମେ ରେହାନ ଓ ଫୁରକାନ ଭାବେ ଚିହ୍ନଟ କରାଯାଇଛି। ପୋଲିସ ସେମାନଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ ଧାରା ୩୦୪ରେ ମୋକଦ୍ଦମା ରୁଜୁ କରିବା ସହ ସେମାନଙ୍କୁ ଗିରଫ କରିଥିବା ଡିସିପି ନର୍ଥ ମୋନିକା ଭରଦ୍ୱାଜ କହିଛନ୍ତି ।

{"id":195358,"sizeSlug":"large"}

ସକାଳେ ନିଆଁ ଲାଗିବା ସୂଚନା ପାଇ ମାଲିକ ଓ ମ୍ୟାନେଜର କେଉଁଆଡେ ଫେରାର ହୋଇଯାଇଥିଲେ। ତେବେ ଅନୁସନ୍ଧାନ କରି ପୋଲିସ ସେମାନଙ୍କୁ ଗିରଫ କରିଛି। ଅନ୍ୟପକ୍ଷରେ ବିଲ୍ଡିଂରେ ଶବ ଥିବା ନେଇ ସାମ୍ବାଦିକଙ୍କ ପ୍ରଶ୍ନକୁ ଡିସିପି ଅସ୍ୱୀକାର କରିଛନ୍ତି। ନିଆଁଲିଭାଯିବା ପରେ ପୋଲିସ ବିଲ୍ଡିଂର ପ୍ରତି ଇଞ୍ଚ ତଲାସ କରିଥିବା ପୋଲିସ ଡିସିପି କହିବା ସହ ସମସ୍ତ ମୃତାହତ ଉଦ୍ଧାର ହୋଇଥିବା କହିଛନ୍ତି।

{"id":195375,"sizeSlug":"large"}

ତେବେ ତଦନ୍ତ ବେଳେ ବିଲ୍ଡିଂର କାରଖାନା ଚଳାଇବା ଲାଗି ମାଲିକ ଅଗ୍ନିଶମ ବିଭାଗରୁ ନୋ ଅବଜେକ୍ସନ ସାର୍ଟିଫିକେଟ ଆବେଦନ କରିନଥିବା ଜଣାପଡିଛି। ଅବୈଧ ରୂପେ ଚାଲିଥିବା କାରଖାନା ବନ୍ଦ କରିବା ଦିଲ୍ଲୀ ନଗର ନିଗମର ଦାୟିତ୍ୱ। ହେଲେ ନିଗମର ଏଥିପ୍ରତି ଧ୍ୟାନ ନଥିବା ଯୋଗୁ ରବିବାର ଜାତୀୟ ରାଜଧାନୀରେ ଏତେବଡ ଅଗ୍ନିକାଣ୍ଡ ଘଟିଲା ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.