ପାଖ ପଡ଼ୋଶୀଙ୍କ କୁକୁର ସହ ଅନୈତିକ ସମ୍ପର୍କ ରଖିବାରୁ ପୋଷା କୁକୁରକୁ ଘରୁ ବାହାର କରିଦେଲେ ମାଲିକ

Published By : Prameya-News7 Bureau | July 24, 2019 IST

ଥିରୁଅନନ୍ତପୁରମ୍ ୨୪/୭: କୁହାଯାଏ କୁକୁର ସବୁଠୁ ବିଶ୍ବସ୍ତ ପଶୁ ହୋଇଥାଏ କିନ୍ତୁ କେରଳର ତିରୁଅନନ୍ତପୁରମରେ ଜଣେ ମାଲିକଙ୍କ ଏପରି କାଣ୍ଡ ଯୋଗୁଁ ଗୋଟିଏ ପୋମେରିଆନ୍ କୁକୁରକୁ ରାସ୍ତାରେ ରହିବାକୁ ପଡ଼ିଛି। ଏହି କୁକୁରକୁ ତା ମାଲିକ ଘରୁ ବାହାର କରି ଦେଇଛନ୍ତି ଏବଂ ଏକ ନୋଟ୍ ମଧ୍ୟ ତା ବେକରେ ଝୁଲାଇଛନ୍ତି। ଏହି ନୋଟରେ ମାଲିକ କୁକୁରକୁ ଘରୁ ବାହାର କରି ଦେବାର କାରଣ ଲେଖିଛନ୍ତି ଯାହା ଅତ୍ୟନ୍ତ ଚମକପ୍ରଦ ।

{"id":136856}

କୁକୁରର ବେକରେ ଝୁଲିଥିବା ଲକେଟରେ ମାଲିକ ନୋଟରେ ଲେଖିଛନ୍ତି ଯେ ଏହା ଗୋଟିଏ ଭଲ ଅଭ୍ୟାସ ଥିବା ବୁଦ୍ଧିମାନ୍ କୁକୁର। ସେ ବେଶୀ ଖାଦ୍ୟ ଖାଏ ନାହିଁ ଏବଂ ତାକୁ କୈାଣସି ରୋଗ ନାହିଁ। ସେ ସପ୍ତାହରେ ପାଞ୍ଚଥର ଗାଧୋଇଥାଏ। ସେ କେବଳ ଭୁକିଥାଏ ଏବଂ ସେ ଗତ ୩ବର୍ଷ ହେଲା କାହାକୁ କାମୁଡ଼ିନାହିଁ। ନୋଟରେ ମାଲିକ ଲେଖିଛନ୍ତି ଯେ ଏହି କୁକୁର ପ୍ରାୟ କ୍ଷୀର,ବିସ୍କୁଟ ଏବଂ ଅଣ୍ଡା ଖାଇଥାଏ। ଏହାପରେ ମାଲିକ ତାକୁ ଘରୁ ବାହାର କରିବାର କାରଣ ମଧ୍ୟ ଲେଖିଛନ୍ତି। ତାହା ହେଲା ତାଙ୍କ କୁକୁରର ପଡ଼ୋଶିଙ୍କ କୁକୁର ସହ ଅନୈତିକ ସମ୍ପର୍କ ରହିଛି।

{"id":136857}

ପିପୁଲସ ଫର ଆନିମଲସ୍ର ସ୍ବୟଂସେବକ ଶମିମଙ୍କ କହିଥିଲେ ଯେ ତାଙ୍କୁ ଓ୍ବାଲ୍ ମାର୍କେଟ ଗେଟ୍ ପାଖରେ ଏକ କୁକୁର ମିଳିଥିବାର ସୂଚନା ମିଳିଥିଲା। ସେ ସେଠାକୁ ଯାଇ ସେହି କୁକୁରକୁ ତାଙ୍କ ଘରକୁ ଆଣିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.