ପାରିବାରିକ କଳହକୁ କେନ୍ଦ୍ର କରି ହାଣି ପକାଇଲେ

Published By : Prameya-News7 Bureau | September 12, 2018 IST

ମୟୂରଭଂଜ;୧୨/୦୯- ପାରିବାରିକ କଲହକୁ କେନ୍ଦ୍ର କରି ହାଣି ପକାଇଲେ।ଏପରି ଏକ ଘଟଣା ଘଟିଛି ଜାମଦା ଥାନା ବଡଶିଆ ଗ୍ରାମରେ।ବଡଶିଆ ଗ୍ରାମ ର ଛାକୁ ମୁର୍ମୁ ଝାରଖଣ୍ଡ ର ସାଂସନଗର ଥାନା ପୁଥୁରିଆ ଗ୍ରାମରୁ ସୋନାଲି ବିରୁଆକୁ ବିବାହ କରିଥିଲେ।କିନ୍ତୁ ଝିଅ ର ବାପଘର ଏଇ ବାହାଘର କୁ ନେଇ ରାଜି ନ ଥିଲେ।ଦୁଇ ପରିବାର ଦୁଇଟି ସମ୍ପ୍ରଦାୟ ଯୋଗୁଁ ସବୁବେଳେ କଳହ ଲାଗି ରହୁଥିଲା।ଆଜି କୌଣସି କାରଣ ରୁ ଝିଅ ଘରରୁ ଦୁଇଟି ବାଇକ ରେ ଛଅ ଜଣ ଆସି ପୁଅ ଘରେ କୁକୁଡ଼ା କାତି ରେ ଆଖିବୁଝା ଆକ୍ରମଣ କରିଥିଲେ।ଫଳରେ 4 ଜଣ ଆହତ ହେବା ସହ ଜଣେ ଗୁରୁତର ହେବାରୁ ସେମାନଙ୍କୁ ରାଇରଙ୍ଗପୁର ଡାକ୍ତର ଖାନାରେ ଭର୍ତି କରାଯାଇଛି।ଆକ୍ରମଣରେ କରିଥବା 4 ଜଣକୁ ଲୋକମାନେ ଜାମଦା ଥାନା ରେ ଜିମା ଦେଇଥିବା ସୁଚନା ମିଳିଛି।ସେମାନେ ଝିଅ ସନାଲି ର ବାପା,ମା, ଓ ଦୁଇଭାଇ।ପୁଲିସ ରେ ବର୍ତ୍ତମାନ ସୁଦ୍ଧା କୌଣସି ଲିଖିତ ଅଭିଯୋଗ ହୋଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.