ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ବିଜେଡିର ମହିଳା ସମାବେଶ ଆୟୋଜିତ, ଯୋଗଦେଲେ ଯାଜପୁର ସାଂସଦ

Published By : Prameya-News7 Bureau | October 04, 2021 IST

ଯାଜପୁର, ୦୪/୧୦:  ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀର ପିମ୍ପୁଡିଆ ପଞ୍ଚାୟତରେ ସ୍ଥାନୀୟ ବିଜୁ ଜନତା ଦଳ ପକ୍ଷରୁ ଆଜି ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି। ଯାଜପୁର ସାଂସଦ ଶର୍ମିଷ୍ଠା ସେଠୀ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ଥାନୀୟ ସୁକିନ୍ଦା ବିଧାୟକ ପ୍ରିତିରଞ୍ଜନ ଘଡାଇ ଓ ବିଜୁ ମହିଳା ଜନତା ଦଳର ଯାଜପୁର ପର୍ଯ୍ୟବେକ୍ଷିକା ଜ୍ୟୋସ୍ନା ପରିଡ଼ା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ନବୀନ ସରକାରଙ୍କ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପର୍କରେ ଅତିଥିମାନେ ଆଲୋଚନା କରିଥିଲେ।

ଆଗାମୀ ଦିନରେ ପଞ୍ଚାୟତ ସ୍ତରରେ ମହିଳା ସଂଗଠନ କିଭଳି ସୁଦୃଢ ହେବ ଏବଂ ବିଜୁ ଜନତା ଦଳରେ ମହିଳା ମାନଙ୍କ ଭୂମିକା କ'ଣ ରହିଛି ସେ ବିଷୟରେ ଅବଗତ କରାଇଥିଲେ। ସ୍ଥାନୀୟ ସରପଞ୍ଚ ମନୋରମା ନାୟକଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଅଞ୍ଚଳର ବହୁ ମହିଳାଙ୍କ ସମେତ ବିଜୁ ଜନତା ଦଳର ନେତ୍ରୀମାନେ ସାମିଲ ହୋଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.