ବଳରାମପୁର ୧୦।୧୦: ଉତ୍ତର ପ୍ରଦେଶର ବଳରାମପୁର ପହଞ୍ଚିଥିବା ଏଆଇଏମଆଇଏମ ମୁଖ୍ୟ ଅସଦୁଦ୍ଦୀନ ଓଓ୍ଵେସୀ ରବିବାର ତାତ୍ସଲ୍ୟ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରଶ୍ନ କରିଛନ୍ତି। ସେ ଲକ୍ଷ୍ମୀପୁର ଖେରି ହିଂସାକୁ ନେଇ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ ଆଶିଷଙ୍କ ଆବ୍ବାଜାନଙ୍କୁ ହଟାଇବେ ନାହିଁ ?
ଓଓ୍ଵେସୀ ଦାବି କରିଛନ୍ତି ଯେ, ଯଦି ଆଶିଷ ମିଶ୍ରଙ୍କ ସ୍ଥାନରେ ଅତୀକ ହୋଇଥାନ୍ତା ତେବେ ଏ ପର୍ଯ୍ୟନ୍ତ ଘର ଉପରେ ବୁଲଡୋଜର ଚଢି ସାରନ୍ତାଣି। ତେଣୁ ବିଜେପିକୁ ନିଜର ଚିହ୍ନ ବଦଳାଇ ଥର ଜିପ୍ ରଖି ଦେବା ଉଚିତ୍ ବୋଲି ଓ୍ୱେଓେସୀ ତାତ୍ସଲ୍ୟ କରି ପରାମର୍ଶ ଦେଇଛନ୍ତି । ସେ ପୁଣି ପ୍ରଶ୍ନ କରିଛନ୍ତି ଯେ, କଣ ମୋଦୀ ଆଶିଷଙ୍କ ଆବ୍ବାଜାନଙ୍କୁ ହଟାଇବେ ନାହିଁ ? କଣ ଆବ୍ବାଜାନଙ୍କ ପୁଅ ବିରୋଧରେ ଯୋଗୀ ସତରେ କଣ କାର୍ଯ୍ୟାନୁଷ୍ଠାନ ନେବେ ?
ସେ କହିଛନ୍ତି ପ୍ରଧାନମନ୍ତ୍ରୀ ଅଜୟ ମିଶ୍ରଙ୍କୁ ପଦରୁ ହଟାଇବେ ନାହିଁ, କାରଣ ସେ ଉଚ୍ଚ ଜାତିରୁ ଆସିଛନ୍ତି। ଆଶିଷଙ୍କ ଜାଗାରେ ଅତୀକ ଥିଲେ, ଏ ପର୍ଯ୍ୟନ୍ତ ତାଙ୍କ ଘର ଉପରେ ବାବାଜୀଙ୍କ ବୁଲଡୋଚର ଚଢି ସାରନ୍ତାଣି। ଓଓ୍ଵେସୀ ପ୍ରଶ୍ନ କରିଛନ୍ତି ଯେ, ଯୋଗୀ ବାବାଙ୍କ ବୁଲଡୋଜର ଉପରେ କଣ ଲେଖା ହୋଇଛି ଯେ, ତାହା କେବଳ ଅନ୍ୟ ଜାତିଙ୍କ ଘର ଉପରେ ଚାଲୁଛି । ଉଚ୍ଚଜାତିଙ୍କୁ ଛଡାଯାଉଛି । ବିଜେପିକୁ ପଦ୍ମ ଚିହ୍ନ ବଦଳାଇ ଥର ଜିପ୍ ରଖିନେବା ଉଚିତ୍, ଯେଉଁଥିରେ ଲୋକଙ୍କୁ ଦଳାଯାଇ ପାରିବ ବୋଲି ଓଓ୍ଵେସୀ କହିଛନ୍ତି।