Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୬୭ ମୃତ
  • ||
  • ଆସୁଛି ବାତ୍ୟା: ପ୍ରଭାବିତ ହେବ ଓଡ଼ିଶା, ୩ ରାତିରୁ ଉପକୂଳରେ ପ୍ରବଳ ବର୍ଷିବ ଓ ପବନ ବୋହିବ
  • ||
  • ୨୦୧୭ ହତ୍ୟା ଘଟଣାର ଖୋଳତାଡ କରିବ କ୍ରାଇମବ୍ରାଞ୍ଚ, ୪ ପୋଲିସ ଅଧିକାରୀଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ
  • ||
  • ମିଚିଗାନ ସ୍କୁଲରେ ୧୫ ବର୍ଷର ଛାତ୍ରର ଉନ୍ମତ୍ତକାଣ୍ଡ, ଆଖିବୁଜା ଗୁଳିମାଡ଼ରେ ୩ ମୃତ
  • ||
  • ଭଦ୍ରକ ବରପଦା ନିକଟରେ ଦୁଇ ଅପରାଧୀଙ୍କୁ ଏନକାଉଣ୍ଟର
  • ||

ଶାମିଙ୍କୁ ଟ୍ରୋଲ କରୁଥିବା ଲୋକଙ୍କୁ ଓଓ୍ଵେସୀଙ୍କ ଜବାବ: ଦଳରେ ୧୧ ଜଣ ଖେଳାଳି ଅଛନ୍ତି, ଜଣଙ୍କୁ ଟାର୍ଗେଟ୍ କଣ ପାଇଁ ?

25/10/2021 at 6:00 PM

ନୂଆଦିଲ୍ଲୀ ୨୫।୧୦: ଟି-୨୦  ବିଶ୍ଵ କପର ସୁପର ୧୨ ରାଉଣ୍ଡରେ ପାକିସ୍ତାନ ବିପକ୍ଷରେ ଭାରତ ୧୦ ଓ୍ଵିକେଟ୍‌ରେ ପରାଜିତ ହୋଇଛି। ବିଶ୍ଵ କପ୍‌ରେ ପାକିସ୍ତାନଠୁ ପ୍ରଥମ ପରାଜୟ ପରେ ୟୁଜର୍ସ ସାମାଜିକ ଗଣମାଧ୍ୟମରେ ଶାମିଙ୍କୁ ଟାର୍ଗେଟ୍ କରିଛନ୍ତି। ଶାମିଙ୍କ ବିରୋଧରେ ଅନେକ ଅପମାନଜନକ ଟିପ୍ପଣୀ କରାଯାଇଛି। ଏପରିକି ତାଙ୍କୁ ପାକିସ୍ତାନୀ  ବୋଲି ଟ୍ରୋଲର୍ସ କହିଛନ୍ତି। ଏହା ଉପରେ ଭାରତର ପୂର୍ବତନ ଓପନିଂ ବ୍ୟାଟସମ୍ୟାନ ବୀରେନ୍ଦ୍ର ସେହ୍ଵାଗଙ୍କ ପରେ ଅସଦୁଦ୍ଦୀନ ଅଓ୍ଵେସୀ କ୍ଷୁବ୍ଧ ପ୍ରକାଶ କରିଛନ୍ତି। ଦଳରେ ୧୧ ଜଣ ଖେଳାଳି ଥିବା ବେଳେ ଶାମିଙ୍କୁ ଟାର୍ଗେଟ୍ କଣ ପାଇଁ ବୋଲି ଓଓ୍ଵେସୀ ପ୍ରଶ୍ନ ଉଠାଇଛନ୍ତି।

ଏଆଇଏମଆଇଏମ ପ୍ରମୁଖ ତଥା ହାଇଦ୍ରାବାଦ ସାଂସଦ ଅସଦୁଦ୍ଦୀନ ଓଓ୍ଵେସୀ ମହମ୍ମଦ ଶାମିଙ୍କ ସପକ୍ଷରେ ନିନ୍ଦୁକଙ୍କୁ ଉଚିତ୍ ଜବାବ ଦେଇଛନ୍ତି। ସେ କହିଛନ୍ତି, କାଲିର ମ୍ୟାଚ୍ ପରେ ଶାମିଙ୍କୁ ସାମାଜିକ ଗଣମାଧ୍ୟମରେ ଟାର୍ଗେଟ୍ କରାଯାଇଛି। ଏହା ମୁସଲିମ ବିରୋଧୀ ଘୃଣାଭାବକୁ ଦର୍ଶାଉଛି ବୋଲି ସେ କହିଛନ୍ତି। କ୍ରିକେଟ୍‌ରେ ବିଜୟ ଏବଂ ପରାଜୟ ରହିଥାଏ। ଦଳରେ ୧୧ ଜଣ ଖେଳାଳି ଥାଆନ୍ତି, ମାତ୍ର କେବଳ ଜଣେ ମୁସଲିମ ଖେଳାଳିଙ୍କୁ ଟାର୍ଗେଟ୍ କରାଯାଇଛି। କଣ ବିଜେପି ସରକାର ଏହାର ନିନ୍ଦା କରିବେ ?

ଏହା ପୂର୍ବରୁ ଭାରତୀୟ ଦଳର ପୂର୍ବତନ ଓପନର ବୀରେନ୍ଦ୍ର ସେହ୍ଵାଗ କହିଛନ୍ତି, ମହମ୍ମଦ ଶାମିଙ୍କ ଉପରେ ଅନଲାଇନ୍ ଆଟାକ ଆଶ୍ଚର୍ଯ୍ୟଚକର କଥା, ଆମେ ତାଙ୍କ ସହ ରହିଛୁ। ସେ ଜଣେ ଚାମ୍ପିଅନ ଖେଳାଳି ଏବଂ ସବୁ ଖେଳାଳିଙ୍କ ପରି ସେ ମଧ୍ୟ ଭାରତୀୟ ଟୋପି ପିନ୍ଧି ମଇଦାନକୁ ଓହ୍ଲାନ୍ତି ଏବଂ ତାଙ୍କ ହୃଦୟରେ ଅନଲାଇନ ଭିଡଠୁ ଅଧିକ ଇଣ୍ଡିଆ ରହିଥାଏ। ତୁମ ସହିତ ଅଛୁ ଶାମି। ଆଗାମୀ ମ୍ୟାଚ୍‌ରେ ଦେଖାଇ ଦିଅ ଜଲଓ୍ଵା।

ଉଲ୍ଲେଖନୀୟ ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ମହମ୍ମଦ ଶାମିଙ୍କ ପ୍ରଦର୍ଶନ ଅତ୍ୟନ୍ତ ନୈରାଶଜନକ ରହିଛି। ସେ ନିଜର ୩.୫ ଓଭରରେ ୪୩ ରନ ଦେଇ ଗୋଟିଏ ହେଲେ ସଫଳତା ପାଇନଥିଲେ। କେବଳ ଶାମି ନୁହେଁ ଦଳର ଅନ୍ୟ ବୋଲର ମଧ୍ୟ ମହଙ୍ଗା ସାବ୍ୟସ୍ତ ହେବା ସହ ସଫଳତା ପାଇନଥିଲେ।

   Related Posts