ଓଓ୍ବେସୀ କହିଲେ ‘ଆମ ମସ୍‌ଜିଦ୍‌ ଫେରାନ୍ତୁ’, ଉତ୍ତରରେ କଡ଼ା ଜବାବ ଦେଲେ ଏହି ଅଭିନେତ୍ରୀ

Published By : Prameya-News7 Bureau | November 18, 2019 IST

ନୂଆଦିଲ୍ଲୀ୧୮/୧୧: ବିଗ୍‌ ବସ୍‌ ସିଜିନ୍‌ ୧୩ର ଅଂଶ ଗ୍ରହଣ କରିଥିବା ଅଭିନେତ୍ରୀ କୋଏନା ମିତ୍ରା ସବୁବେଳେ ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହିଥାଆନ୍ତି। ଏମିତି କି ସୋସିଆଲ ମିଡିଆରେ ଅଧିକାଂଶ ସମୟରେ ବିବାଦୀୟ ରାଜନୈତିକ ପ୍ରତିକ୍ରିୟା ଦେଇ ଥାଆନ୍ତି। ବିଗ୍‌ ବସ୍‌ ଘରୁ  ବାହାରିବା ପରେ ଏଆଇଏମଆଇଏମ ର ମୁଖ୍ୟ ଅସ୍‌ଉଦ୍ଦୀନ ଓଓ୍ବେସୀଙ୍କୁ ଟାର୍ଗେଟ କରି ସେ ଟ୍ବିଟ୍ କରିଛନ୍ତି। କିଛିଦିନ ତଳେ ଟ୍ବିଟ୍‌ରେ ଓଓ୍ବେସୀ ଏକ  ବିବାଦୀୟ ପୋଷ୍ଟ ଶେୟାର କରିଥିଲେ। ଯେଉଁଥିରେ ଲେଖାଥିଲା ‘ମୋତେ ମୋ ମସ୍‌ଜିଦ୍‌ ଫେରାନ୍ତୁ’। ଏହି ଟ୍ବିଟ୍‌ର ଜବାବ କୋଏନା ଟ୍ବିଟ୍‌ ଦେଇଛନ୍ତି। କୋଏନା ଓଓ୍ବେସୀଙ୍କୁ ଟ୍ୟାଗ୍‌ କରି ଲେଖିଛନ୍ତି ଯେ ‘ଆମର ୪୦ ହଜାର ମନ୍ଦିର ଫେରାନ୍ତୁ’। ରାମ ଜନ୍ମଭୂମି ବିବାଦର ରାୟ ସୁପ୍ରିମ କୋର୍ଟ ପ୍ରଦାନ କରିବା ପରେ ଓଓ୍ବେସୀ ଏହି ଟ୍ବିଟ୍ କରିଥିଲେ।

wp:core-embed/twitter {"url":"https://twitter.com/koenamitra/status/1195732374702755842","type":"rich","providerNameSlug":"twitter","className":""}
https://twitter.com/koenamitra/status/1195732374702755842
/wp:core-embed/twitter

ଅଯୋଧ୍ୟାରେ ରାମଙ୍କ ମନ୍ଦିର ନିର୍ମାଣ ହେବ ବୋଲି କୋର୍ଟ ରାୟ ପ୍ରଦାନ କରିଥିଲେ। ଏଥିସହ ମସଜିଦ୍‌ ନିର୍ମାଣ ପାଇଁ  ୫ ଏକର ଜମି ଦେବା ଲାଗି ସରକାରଙ୍କୁ କୋର୍ଟ ନିର୍ଦେଶ ଦେଇଥିଲେ। ଏହା ପରେ ସୋସିଆଲ ମିଡିଆରେ ଟ୍ବିଟ୍ ଓ୍ବାର ଆରମ୍ଭ ହୋଇଯାଇଥିଲା।

ଅଭିନେତ୍ରୀ କୋଏନା ମିତ୍ର କିଛି ଦିନ ତଳେ ବିଗ୍‌ ବସ୍‌ ଘରୁ ଆଉଟ୍‌ ହୋଇଥିଲେ। ଦର୍ଶକ ତାଙ୍କ ଗେମ୍‌କୁ ବେଶ ପସନ୍ଦ କରନ୍ତି। ସେ ବିଗ୍‌ ବସ୍‌ ଘରୁ ବାହାରିବା ପରେ ତାଙ୍କ ପ୍ରଂଶସକ ନିରାଶ ହୋଇଥିବା କଥା କୋଏନା ଏକ ସାକ୍ଷାତାକାର କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.