ଲଭ୍ ଜିହାଦ ଆଇନକୁ ନେଇ ପ୍ରତିକ୍ରିୟାଶୀଳ ହୋଇ ଉଠିଲେ ଓଓ୍ଵେସୀ, କହିଲେ- ଆଇନ କରିବା ପୂର୍ବରୁ ପ୍ରଥମେ ସମ୍ଵିଧାନ ପଢି ନିଅନ୍ତୁ

Published By : Prameya-News7 Bureau | November 22, 2020 IST

ନୂଆଦିଲ୍ଲୀ ୨୨।୧୧: ଭାରତରେ ସଂପ୍ରତି ଲଭ୍ ଜିହାଦ ବିରୁଦ୍ଧରେ ଆଇନ ପ୍ରଣୟନ କରିବା ମାମଲା ଚର୍ଚ୍ଚାରେ ରହିଛି। ମଧ୍ୟ ପ୍ରଦେଶର ଶିବରାଜ ସରକାର ଏହାରି ବିରୋଧରେ ଆଇନର ଡ୍ରାଫ୍ଟ ପ୍ରସ୍ତୁତ କରିଥିବା ବେଳେ ଉତ୍ତର ପ୍ରଦେଶ ମଧ୍ୟ ଶୀଘ୍ର ଏହାକୁ ନେଇ ଆଇନ ତିଆରି କରିବାକୁ ଯାଉଛି। ଏହା ବ୍ୟତୀତ ବିହାର, ହରିୟାଣାରେ ମଧ୍ୟ ଲଭ୍ ଜିହାଦ ବିରୁଦ୍ଧରେ ଆଇନ କରିବାକୁ ଦାବି ଉଠୁଛି। ଏହା ମଧ୍ୟରେ ଏଆଇଏମଆଇଏମର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ହାଇଦ୍ରାବାଦର ସାଂସଦ ଅସଦୁଦ୍ଦୀନ ଓଓ୍ଵେସୀ ଏହା ସମ୍ବିଧାନର ଭାବନା ବିରୁଦ୍ଧ ଦର୍ଶାଇ ପ୍ରଥମେ ସମ୍ଵିଧାନ ପଢିବାକୁ ପରାମର୍ଶ ଦେଇଛନ୍ତି।

ଓଓ୍ଵେସୀଓ୍ଵେସୀ ରବିବାର କହିଛନ୍ତି, ଏହି ଧରଣର ଆଇନ ସମ୍ବିଧାନର ଧାରା ୧୪ ଓ ୨୧ ବିରୋଧୀ ଅଟେ।  ଆଇନ ତିଆରି କରିବା ପୂର୍ବରୁ ପ୍ରଥମେ ସମ୍ବିଧାନ ପଢିବା ଉଚିତ୍ ବୋଲି ଅଓ୍ଵେସୀ ଉପଦେଶ ଦେଇଛନ୍ତି। ଘୃଣାର ଏମିତି ପ୍ରଚାର କାମ ଦେବ ନାହିଁ । ବିଜେପି ଯୁବ ବର୍ଗଙ୍କ ଧ୍ୟାନ ବେରୋଜଗାରରୁ ହଟାଇବା ପାଇଁ ଏହି ଧରଣର ନୀତି ଆପଣାଇଛି ବୋଲି ସେ କହିଛନ୍ତି।

wp:html /wp:html

ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ଗୃହ ବିଭାଗ ଲଭ ଜିହାଦ ବିରୋଧରେ ପ୍ରସ୍ତାବିତ ଆଇନର ଡ୍ରାଫ୍ଟ ପ୍ରସ୍ତୁତ କରିଛି। ଡ୍ରାଫ୍ଟର ସମୀକ୍ଷା ପାଇଁ ଆଇନ ବିଭାଗକୁ ପଠାଇ ଦିଆଯାଇଛି। ଏହାକୁ ଆଗାମୀ କ୍ୟାବିନେଟ୍ ବୈଠକରେ ଉପସ୍ଥାପନ କରାଯିବାର ସମ୍ଭାବନା ରହିଛି। ବିଭାଗ ଦ୍ଵାରା ପ୍ରସ୍ତୁତ ଡ୍ରାଫ୍ଟରେ ଏହାକୁ 'ବେଆଇନ ଧର୍ମାନ୍ତୀକରଣ ନିରୋଧକ ବିଧେୟକ' କୁହାଯାଉଛି। ଲଭ୍ ଜିହାଦ ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତଙ୍କୁ ପାଞ୍ଚରୁ ୧୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ମିଳିପାରେ।

ମଧ୍ୟ ପ୍ରଦେଶରେ ଲଭ୍  ଜିହାଦ ରୋକିବା ପାଇଁ ରାଜ୍ୟ ସରକାର ନୂତନ ଆକ୍ଟ 'ମଧ୍ୟ ପ୍ରଦେଶ ଫ୍ରିଡମ ଅଫ ରିଲିଜନ ଆକ୍ଟ-୨୦୨୦' ପ୍ରଣୟନ କରିବାକୁ ଯାଉଛନ୍ତି। ଏହାର ଡ୍ରାଫ୍ଟ ଆପତତଃ ପ୍ରସ୍ତୁତ ହୋଇ ସାରିଛି। ଏହି ଆଇନ ଆଧାରରେ ଲଭ୍ ଜିହାଦ ମାମଲାରେ ଅଭିଯୁକ୍ତଙ୍କୁ ପାଞ୍ଚ ବର୍ଷ ଜେଲ୍ ଦଣ୍ଡ ମିଳିବାର ପ୍ରାବଧାନ ରହିଛି। ଏହା ବ୍ୟତୀତ ପୂର୍ବରୁ ହୋଇ ସାରିଥିବା ବିବାହ ରଦ୍ଦ କରିବାର ଅଧିକାର ଫ୍ୟାମିଲି କୋର୍ଟକୁ ଦିଆଯିବ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.