Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମିବାରେ ଲାଗିଛି କରୋନା ପ୍ରଭାବ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୭୦୭ ଆକ୍ରାନ୍ତ
  • ||
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||

ମୋଦିଙ୍କୁ ସମ୍ବିଧାନର ପାଠ ପଢାଇଲେ ଓବେସୀ, ଜାଣନ୍ତୁ କହିଲେ କ’ଣ

11/09/2019 at 5:09 PM

ହାଇଦ୍ରାବାଦ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଓଁ ଏବଂ ଗୋ ଟିପ୍ପଣୀକୁ ନେଇ ଏଆଇଏମଆଇଏମ  ନେତା ଅସଦୁଦ୍ଦିନ ଓବେସୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ବୁଧବାର ପ୍ରଧାନମନ୍ତ୍ରୀ ମଥୁରାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟ ଭଟନାରୀ ବିଶ୍ୱବିଦ୍ୟାଳୟରେ ପ୍ରାଣୀଙ୍କ ଲାଗି ବିଭିନ୍ନ ଯୋଜନାର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଗୋ ଏବଂ ଓଁକୁ ନେଇ କରିଥିବା ଟିପ୍ପଣୀରେ ଓବେସୀ ତାଙ୍କୁ ସମ୍ବିଧାନକୁ ମନେ ରଖିବା ଉଚିତ ବୋଲି କହିଛନ୍ତି।

ପ୍ରଧାନମନ୍ତ୍ରୀ କହିଥିଲେ ଦେଶରେ କିଛି ଲୋକ ଅଛନ୍ତି  ଓଁ ଏବଂ ଗୋ କଥା ଶୁଣିଲେ ସେମାନଙ୍କ ଲୋମ ଟାଙ୍କୁରି ଉଠୁଛି। କହୁଛନ୍ତି ଦେଶ ଷୋଡଶ ଶତାବ୍ଦୀକୁ ଚାଲିଗଲା। ଏଭଳି କଥା କହୁଥିବା ଲୋକେ ଦେଶକୁ ବର୍ବାଦ କରିବାରେ ସାମାନ୍ୟତମ ଅବହେଳା ବି କରିନାହାନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟରେ ଓବେସୀଙ୍କର କିଛି ଯାଏନା କି ଆସେନା। ହେଲେ ପ୍ରଧାନମନ୍ତ୍ରୀ ଯେଉଁଦେଶର ରାଷ୍ଟ୍ରମୁଖ୍ୟ ସେ ଦେଶର ସମ୍ବିଧାନ ଲୋକଙ୍କୁ ସମାନତାର ଅଧିକାର ଦେଇଥିବା କଥା ମନେ ରଖିବା ଉଚିତ ବୋଲି କହିଛନ୍ତି।

ଓବେସୀଙ୍କ ଏଭଳି ମନ୍ତବ୍ୟ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଓବେସୀ କହିଛନ୍ତି ଗୋ ଆମ ହିନ୍ଦୁ ଭାଇମାନଙ୍କର ପବିତ୍ର ପଶୁ। ତେବେ ଆମ ସମ୍ବିଧାନରେ ମନୁଷ୍ୟକୁ ଜୀବନ ଓ ସମାନତାର ଅଧିକାର ଦେଇଛି ସେଥିପ୍ରତି ପ୍ରଧାନମନ୍ତ୍ରୀ ଧ୍ୟାନଦେବେ ବୋଲି ମୁଁ ଆଶା କରୁଛି ବୋଲି କହିଛନ୍ତି। ତେବେ ପ୍ରଧାନମନ୍ତ୍ରୀ ଏକ ଭେଟନାରୀ ବିଶ୍ୱବିଦ୍ୟାଳୟର କାର୍ଯ୍ୟକ୍ରମରେ ଯୋଗଦେଇଥିବା ବେଳେ ଏଥିରେ ପ୍ରାଣୀଙ୍କ ଲାଗି ବିଭିନ୍ନ ଯୋଜନାର ଶିଳାନ୍ୟାସ ହେଉଥିଲା।

   Related Posts