ଏହି ଦୁଇଟି ଜିନିଷ କରୋନା ସଂକ୍ରମଣ ଅଶାଙ୍କାକୁ କରିଥାଏ ଡବଲ୍, ତୁରନ୍ତ ହୋଇଯାଆନ୍ତୁ ସାବଧାନ

Published By : Prameya-News7 Bureau | March 31, 2020 IST

ନୂଆଦିଲ୍ଲୀ ୩୧।୩: ସାରା ବିଶ୍ବରେ କରୋନା ଭାଇରସ୍ ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ ସେଣ୍ଟର୍ସ ଫର୍ ଡିଜିଜ୍ କଣ୍ଟ୍ରୋଲ ଆଣ୍ଡ୍ ପ୍ରିଭେନସନ୍ (ସିଡିସି) କହିଛି ଯେ ଦାଢି ରଖିଥିବା ଲୋକମାନଙ୍କୁ ଏହି ଭାଇରସ୍ ସଂକ୍ରମଣ ଅଧିକ ହେବାର ଆଶଙ୍କା ରହିଛି । ସିଡିସି ଅନୁଯାୟୀ, କରୋନା ଭାଇରସ୍ ସଂକ୍ରମଣରୁ ବର୍ତ୍ତିବା ପାଇଁ ସ୍ବାସ୍ଥ୍ୟର ଯତ୍ନ ନେବା ଅତ୍ୟନ୍ତ ଜରୁରୀ । ବାହାରକୁ ବାହାରିବାବେଳେ ମୁହଁରେ ମାସ୍କ ପିନ୍ଧିବା ଉଚିତ୍ ଏବଂ କୌଣସି ଜିନିଷକୁ ସ୍ପର୍ଶ କରିବା ମାତ୍ରେ ହାତ ଧୋଇବା ଉଚିତ୍ ।

ଆଜିକାଲି ଲୋକମାନଙ୍କ ମଧ୍ୟରେ ଦାଢି ରଖିବାର କ୍ରେଜ୍ ଅଧିକ ରହିଛି । କିନ୍ତୁ ଆପଣ ଜାଣିଛନ୍ତି କି ଆପଣଙ୍କର ଷ୍ଟାଇଲିସ୍ ଦାଢି ଲୁକ୍ ଆପଣଙ୍କ ଜୀବନକୁ ବିପଦରେ ପକାଇପାରେ ? ସିଡିସି ଅନୁଯାୟୀ, ମୁହଁକୁ ସୁରକ୍ଷା ପ୍ରଦାନ କରୁଥିବା ଫେସ୍ ମାସ୍କ ଦାଢି ଯୋଗୁଁ ମୁହଁରେ ସଠିକ୍ ଭାବେ ଫିଟ୍ ହୋଇପାରି ନଥାଏ । ଏହି ଅବହେଳା ଯୋଗୁଁ ଲୋକମାନେ ସହଜରେ କରୋନା ଭାଇରସ୍ ସଂସ୍ପର୍ଶରେ ଆସିପାରନ୍ତି ।

ନ୍ୟୁୟର୍କ ୟୁନିଭରସିଟିର ଲଙ୍ଗୋନ୍ ମେଡିକାଲ୍ ସେଣ୍ଟରରେ ଆଲର୍ଜି ଏବଂ ସଂକ୍ରାମକ ବିଶେଷଜ୍ଞ ଇଷ୍ଟର୍ଣ୍ଣ ପାରିକ୍ ପୂର୍ବରୁ କହିଛନ୍ତି ଯେ ମଣିଷର ନଖ କେତେ ବିପଜ୍ଜନକ ହୋଇପାରେ । ଇଷ୍ଟର୍ଣ୍ଣ ପାରିକ୍ କହିଛନ୍ତି ଯେ, କିଛି ଲୋକ ସେମାନଙ୍କର ଖରାପ ଅଭ୍ୟାସ କରୋନାର ଶିକାର ହୋଇପାରନ୍ତି । ସେ କହିଥିଲେ ଆମ ନଖରେ ବ୍ୟାକ୍ଟେରିଆ ଭାଇରସ୍, ମଇଳା କିମ୍ବା ଅଳିଆ ସହଜରେ ଜମା ହୋଇପାରିଥାଏ । ଯେତେବେଳେ କେହି ନିଜ ନଥ ଚୋବାଇଥାନ୍ତି, ଏହି ସବୁ ଜିନିଷ ଶରୀରରେ ସହଜରେ ରହିଯାଏ ।

ଏଥିପାଇଁ ଚେଷ୍ଟା କରନ୍ତୁ କରୋନା ଭାଇରସ୍ ଯୋଗୁଁ ଲକ୍ ଡାଉନ୍ ସମୟରେ ନିଜର ଯତ୍ନ ନେବାକୁ । ସ୍ବାସ୍ଥ୍ୟକୁ ନେଇ କୌଣସି ପ୍ରକାରର ଅବହେଳା କରନ୍ତୁନାହିଁ । ଦାଢି କିମ୍ବା ନଖକୁ ସଫା କରନ୍ତୁ ଯାହା ଦ୍ବାରା ଆପଣଙ୍କ ଜୀବନ ପ୍ରତି କୌଣସି ବିପଦ ସୃଷ୍ଟି ହେବେ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.