Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଆଜିଠୁ ଖୋଲିବ ସ୍କୁଲ, ପାଠ ପଢିବେ ଦଶମ ଓ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀ
  • ||
  • ଖୋଲିଲା ହଲ୍ ଓ ମଲ୍ଟିପ୍ଲେକ୍ସ, ବିବାହ ଭୋଜିରେ ୧୦୦ ଜଣଙ୍କୁ ଅନୁମତି
  • ||

ମୋଟା ଲୋକଙ୍କୁ କରୋନା ବିପଦ ବେଶି: ମୃତ୍ୟୁହାର ସାଧାରଣ ରୋଗୀଙ୍କଠାରୁ ୩ ଗୁଣ ଅଧିକା

25/07/2020 at 3:33 PM

ନୂଆଦିଲ୍ଲୀ ୨୫।୦୭: କରୋନା ଭାଇରସ୍‌ରେ ସୁସ୍ଥ ଲୋକଙ୍କ ତୂଳନାରେ ଅଧିକ ଓଜନର ଲୋକଙ୍କୁ ମୃତ୍ୟୁର ବିପଦ ଅଧିକ ରହିଛି। ବ୍ରିଟେନ୍‌ର ସରକାରୀ ଏଜେନ୍ସି ପବ୍ଲିକ ହେଲ୍‌ଥ ଇଂଲଣ୍ଡର ରିପୋର୍ଟରେ ଏହାର ଖୁଲାସା ହୋଇଛି।

କରୋନା ସଂକ୍ରମିତ ଅଧିକ ଓଜନର ଲୋକଙ୍କ ପାଇଁ ଭେଣ୍ଟିଲେଟର ଆବଶ୍ୟକତାଠୁ ୭ ଗୁଣ ଅଧିକ ରହିଥାଏ। ବଡି ମାସ ଇଣ୍ଡେକ୍ସ ୨୫ରୁ ଉପରେ ଥିଲେ ଜାଣି ରଖନ୍ତୁ ଯେ, ଲୋକଙ୍କ ଓଜନ ଆବଶ୍ୟକତାଠୁ ଅଧିକ ରହିଛି। ଏମିତି ଲୋକଙ୍କ ପାଇଁ ଭେଣ୍ଟିଲେଟରର ଆବଶ୍ୟକତା ଅଧିକ ରହିଥାଏ। ମାତ୍ର ବଡି ମାସ ଇଣ୍ଡେକ୍ସ ୩୦ ରୁ ୩୫ ଥିଲେ ଏମିତି ଲୋକଙ୍କ ପ୍ରତି କରୋନା ମୃତ୍ୟୁ ବିପଦ ୪୦ ପ୍ରତିଶତ ଅଧିକ ବଢିଥାଏ।

ରିପୋର୍ଟ ଅନୁଯାୟୀ, ବଡି ମାସ ଇଣ୍ଡେକ୍ସ ୨୫ରୁ ଅଧିକ ରହିଲେ କରୋନାରେ ଗମ୍ଭୀର ରୋଗରେ ପଡିବାର ବିପଦ ଦୁଇ ଗୁଣ ବୃଦ୍ଧି ଘଟିଥାଏ। ଏହା ସହ ମୃତ୍ୟୁର ବିପଦ  ୩ ଗୁଣ ବଢିଥାଏ। ଭେଣ୍ଟିଲେଟରର ଆବଶ୍ୟକତା ସମ୍ଭାବନା ବି ସାତ ଗୁଣ ବଢିଯାଏ।

କେବଳ ଅଧିକ ଓଜନ ଥିଲେ କରୋନା ସଂକ୍ରମିତ  ହେବାର ବିପଦ ବଢିନଥାଏ। ଆବଶ୍ୟକତାଠୁ ଅଧିକ ଓଜନ ଥିବା ଲୋକଙ୍କ ସଂଦର୍ଭରେ ଡାକ୍ତରଙ୍କ କହିବା କଥା ବ୍ୟକ୍ତି ନିଜର ଓଜନ ଯେତେ କିଲୋ କମ କରିବେ, କରୋନା ବିପଦ ସେତିକି କମ ହୋଇଯାଏ।

ପବ୍ଲିକ ହେଲ୍‌ଥ ଇଂଲଣ୍ଡର ରିପୋର୍ଟରେ କୁହାଯାଇଛି, ଅଧିକ ମୋଟାପଣରୁ ରେସ୍ପିଟେରୀ ସିଷ୍ଟମ ପ୍ରଭାବିତ ହୋଇଥାଏ। ଏଥିରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପଡିଥାଏ। ଏହା ପୂର୍ବରୁ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ ବରିସ ଜନସନ କହିଥିଲେ, କରୋନାର ଦ୍ଵିତୀୟ ଲହରର ଆଶଙ୍କାକୁ ଦେଖି ଲୋକଙ୍କୁ ନିଜର ଓଜନ କମାଇବା ଉଚିତ୍।

କିଛି ରିପୋର୍ଟରୁ ଏହା ମଧ୍ୟ ଜଣା ପଡିଛି, ଲକ୍‌ଡାଉନ୍‌ କାରଣରୁ ଲୋକ ଅଧିକ ଜଳଖିଆ ଖାଉଛନ୍ତି ଏବଂ କମ ବ୍ୟାୟାମ କରୁଛନ୍ତି। ବ୍ରିଟେନ୍‌ରେ ଦୁଇ ତୃତୀୟାଂଶ ଲୋକଙ୍କ ଓଜନ ଅଧିକ ରହିଛି। ବ୍ରିଟେନ୍‌ରେ ଅଦ୍ୟାବଧି କରୋନାରେ ୪୫,୭୦୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟିଛି। ଏହା ପଛରେ ମୋଟାପଣ କାରଣ ମଧ୍ୟ ହୋଇପାରେ।

   Related Posts