Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

ଡ୍ୟୁଟିକୁ ଯାଇ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗ ଓଭରସିଅର ନିଖୋଜ, ସପ୍ତାହ ପରେ ବି ମିଳୁନି ପତ୍ତା

30/09/2021 at 2:53 PM

କଳାହାଣ୍ଡି ୩୦।୯: କଳାହାଣ୍ଡି ଜିଲ୍ଲା ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗରେ କାର୍ଯ୍ୟରତ ଓଭରସିଅର ଧନୁଞ୍ଜୟ ଧୋବା ଡ୍ୟୁଟିକୁ ଯାଇ ନିଖୋଜ । ସପ୍ତାହକ ପରେ ବି ମିଳୁ ନି ସୁରାକ । ଆଶା ଓ ଆଶଙ୍କାରେ ନିଖୋଜ ଧନୁଞ୍ଜୟଙ୍କ ପରିବାର । କଳାହାଣ୍ଡି ପୋଲିସ ତନାଘନା ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଓଭରସିଅର ଧୁନୁଞ୍ଜୟ ଧୋବା ଗତ ୨୨ ତାରିଖ ଦିନ ସ୍କୁଟି ଯୋଗେ ଭବାନୀପାଟଣାରୁ ଥୁଆମୂଳ-ରାମପୁର ସ୍ଥିତ ନିଜ ଅଫିସ୍ କୁ ବାହାରି ଯାଇଥିଲେ । କିନ୍ତୁ ସେ ଅଫିସ୍ ନଯାଇ ନିଖୋଜ ରହିଛନ୍ତି । ଶେଷଥର ପାଇଁ ତାଙ୍କୁ ଅଫିସର ଜଣେ କର୍ମଚାରୀ ସ୍ଵରୁପ ସିଂ ଶଗଡାଠାରେ ଦେଖିଥିଲେ । ହେଲେ ନିଖୋଜର ୪ ଦିନ ପରେ ଅର୍ଥାତ ୨୬ ତାରିଖରେ ଅଫିସ୍ କର୍ତ୍ତୃପକ୍ଷ ଗୁଣପୁର ଫାଣ୍ଡିରେ ନିଖୋଜ ନେଇ ଏତଲା ଦେଇଛନ୍ତି ।

ନିଖୋଜ ଧୁନୁଞ୍ଜୟଙ୍କ ପରିବାର ରାୟଗଡାଠାରେ ରହୁଛନ୍ତି । ତେବେ ଧୁନୁଞ୍ଜୟଙ୍କ ନିଖୋଜ ନେଇ ପୋଲିସକୁ ଏତଲା ଦେବା ସତ୍ତ୍ବେ ଅଫିସ୍ କର୍ତ୍ତୃପକ୍ଷ ପରିବାରକୁ କୌଣସି ସୂଚନା ଦେଇନଥିବା ଅଭିଯୋଗ ହୋଇଛି । ଜଣେ ସରକାରୀ କର୍ମଚାରୀଙ୍କ ନିଖୋଜ ଏତଲା ପରେ ପୋଲିସ ଦୁଇଟି ଟିମ୍ ଗଠନ କରି ତଦନ୍ତ ଜାରି ରଖିଛି ।

   Related Posts