ଓଲଟିଲା ଓଭର ଲୋଡିଂ ପାଇପ ବୋଝେଇ ଟ୍ରାକ୍ଟର, ଫାଣ୍ଡି ଅଧିକାରୀଙ୍କ ଭୂମିକାକୁ ନେଇ ଉତ୍ତେଜନା
15/10/2019 at 5:55 PM

ଖୋର୍ଦ୍ଧା ୧୫/୧୦: ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଧଳାପଥର ଫାଣ୍ଡି ନିକଟରେ ଏକ ଓଭର ଲୋଡିଂ ପାଇପ ବୋଝେଇ ଟ୍ରାକ୍ଟର ଭାରସ୍ୟାମ ହରାଇ ରାସ୍ତା କଡ଼କୁ ଓଲଟି ପଡିଥିଲା।ଏନେଇ ସ୍ଥାନୀୟ ବାସିନ୍ଦା ଧଳାପଥର ଫାଣ୍ଡିକୁ ଜଣାଇଥିଲେ।ଖବରପାଇ ଧଳାପଥର ଫାଣ୍ଡି ଅଧିକାରୀ ଅଶୋକ ପଣ୍ଡା ଘଟଣା ସ୍ଥଳରେ ପହଁଚି ଗାଡିଟିକୁ ଜବତ ନକରି ଖସାଇ ଦେବାକୁ ଉଦ୍ୟମ କରିଥିଲେ।ଯାହାକୁ ନେଇ ଫାଣ୍ଡି ଅଧିକାରୀ ଙ୍କ କାର୍ଯ୍ୟକଳାପକୁ ନେଇ ସନ୍ଦେହ ସୃଷ୍ଟି ହୋଇଥିଲା।

ଫଳରେ ସ୍ଥାନୀୟ ବାସିନ୍ଦା ଏହାକୁ ବିରୋଧ କରିଥିଲେ।ସେପଟେ ଫାଣ୍ଡି ଅଧିକାରୀ ଉତ୍ୟକ୍ତ ହୋଇ ସେଠାରେ ଉପସ୍ଥିତ ଲୋକଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ ଦେଇଥିଲେ।

Related Posts
ଛାତ୍ରୀଙ୍କୁ ଟଣା-ଓଟରା କରୁଥିଲେ, ନିସ୍ତୁକ ପିଟିଲେ ଝିଅଘର ଲୋକ
16 April 2021