Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଇମ୍ୟୁନିଟି ବଢାଇବା ପାଇଁ ନେଉଛନ୍ତି କି ଭିଟାମିନ୍ସର ଓଭରଡୋଜ୍? ସାବଧାନ! ଲିଭର ଉପରେ ପଡିପାରେ ପ୍ରଭାବ

17/05/2021 at 10:53 AM

ନୂଆଦିଲ୍ଲୀ ୧୭/୦୫: କରୋନା ଭାଇରସରୁ ବଞ୍ଚିବା ପାଇଁ ଲୋକମାନଙ୍କୁ ଇମ୍ୟୁନିଟି ବଢାଇବାକୁ କୁହାଯାଉଛି। ବିଶେଷଜ୍ଞଙ୍କ ଅନୁଯାୟୀ, ଯଦି ଶରୀରରେ ପର୍ଯ୍ୟାପ୍ତ ପରିମାଣର ଭିଟାମିନ୍ ଥାଏ ତେବେ କରୋନା ହେବାର  ସମ୍ଭାବନା ବହୁତ କମ୍ ରହିଥାଏ, ତେଣୁ ଲୋକମାନେ ଇମ୍ୟୁନିଟି ବଢାଇବା ପାଇଁ ଏବଂ କରୋନାରୁ ବଞ୍ଚିବା ପାଇଁ ମଲ୍ଟିଭିଟାମିନ୍ ଗ୍ରହଣ କରୁଛନ୍ତି । କିନ୍ତୁ, ଏହାର ଅତ୍ୟଧିକ ସେବନ ସ୍ୱାସ୍ଥ୍ୟ ଉପରେ ମଧ୍ୟ କ୍ଷତି ପହଞ୍ଚାଚାଇପାରେ ।

PunjabKesari

କରୋନାରୁ ବଞ୍ଚିବା ପାଇଁ ଭିଟାମିନ୍ – ଏ, ସି, ଏବଂ ଡି ର ବିକ୍ରୟ ଯଥେଷ୍ଟ ବୃଦ୍ଧି ପାଇଛି । ସୂଚନା ଅନୁଯାୟୀ, ଦିଲ୍ଲୀ ସମେତ ଅନେକ ସହରରେ ଭିଟାମିନ୍ ଖାଇବା କାରଣରୁ ସ୍ୱାସ୍ଥ୍ୟଗତ ସମସ୍ୟା ଭୋଗୁଛନ୍ତି। ଭିଟାମିନ୍‌ର ଓଭୋର ଡୋଜ୍ କେବଳ ଲିଭରକୁ ନଷ୍ଟ କରିନଥାଏ ବରଂ ଅନ୍ୟ ରୋଗ ହେବାର ଆଶଙ୍କା ମଧ୍ୟ ଥାଏ। ତେବେ ଚାଲନ୍ତୁ ଜାଣିବା କେଉଁ ଭିଟାମିନର ଅଧିକ ସେବନ କି ପ୍ରକାର ରୋଗ ଦେଇଥାଏ…

ଭିଟାମିନ୍- ଏ :

ଭିଟାମିନ୍-ଏ ଆଣ୍ଟି-ଅକ୍ସିଡାଣ୍ଟ ଭାବରେ କାମ କରିଥାଏ, ଯାହା ଆଖି, କେଶ ଏବଂ ଚର୍ମ ପାଇଁ ଲାଭଦାୟକ । କିନ୍ତୁ, ଏହାର ଅତ୍ୟଧିକ ମାତ୍ରା ଆଖିକୁ ମଧ୍ୟ କ୍ଷତି ପହଞ୍ଚାଇପାରେ । ତେଣୁ ଖାଦ୍ୟ ମାଧ୍ୟମରେ ଆପଣ ଭିଟାମିନ୍ ଏ ଗ୍ରହଣ କରିବା ଭଲ  ହେବ ।

PunjabKesari

ଭିଟାମିନ୍-ସି :

ସାଇଟ୍ରସ୍ ଫଳର ବ୍ୟବହାର ଭିଟାମିନ୍ ସି ଅଭାବକୁ ପୂରଣ କରିଥାଏ, କିନ୍ତୁ ଲୋକମାନେ ଟାବଲେଟ୍ ମାଧ୍ୟମରେ ଭିଟାମିନ୍ ସି ଅଭାବକୁ ପୂରଣ କରୁଛନ୍ତି । ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଭିଟାମିନ୍ ସି ସହାୟକ ହୋଇଥିଲେ ମଧ୍ୟ ଏହାର ଓଭରଡୋଜରେ ପେଟ ଯନ୍ତ୍ରଣା, ବାନ୍ତି, ଝାଡ଼ା ହୋଇପାରେ । ଯଦି ଆପଣଙ୍କର କିଡନୀ ଷ୍ଟୋନ ସମସ୍ୟା ଅଛି, ତେବେ ଏହାର ବ୍ୟବହାର ଅଧିକ ବିପଜ୍ଜନକ ହୋଇପାରେ ।

ଭିଟାମିନ୍-କେ:

ବିଶେଷଜ୍ଞଙ୍କ ଅନୁଯାୟୀ ଭିଟାମିନ୍-କେ ଅଧିକ ମାତ୍ରାରେ ନେବା ଥକ୍କା, ପେଟରେ ପୋଡା ହେବା, ଗଳାରେ ଶୁଷ୍କତା ଭଳି ସମସ୍ୟା ସୃଷ୍ଟି କରିପାରେ। ଯଦି ଆପଣ ଭିଟାମିନ୍ ବଟିକା ଖାଇବା ବନ୍ଦ କରନ୍ତି ତେବେ ୨-୩ ଦିନ ପରେ ସ୍ଥିତିରେ ସୁଧାର ଆସିବ ।

PunjabKesari

ଭିଟାମିନ୍-ଡି:

ଭିଟାମିନ୍-ଡି ର ଅତ୍ୟଧିକ ସେବନ ଆପଣଙ୍କୁ ମାଂସପେଶୀ କଠିନତା, ଯନ୍ତ୍ରଣା କିମ୍ବା କିଡନୀ ଷ୍ଟୋନ୍ ଭଳି ସମସ୍ୟା ଦେଇଥାଏ ।

ଭିଟାମିନ୍-ଇ:

ବିଶେଷଜ୍ଞଙ୍କ ଅନୁଯାୟୀ ଭିଟାମିନ୍-ଇ ର ମାତ୍ରା ଅଧିକ ମାତ୍ରା ଆଖିକୁ ପ୍ରଭାବିତ କରିଥାଏ। ଏଥିସହ ଏହା ଲିଭରକୁ ମଧ୍ୟ କ୍ଷତି ପହଞ୍ଚାଇପାରେ ।

   Related Posts