ରାଜ୍ୟର କିଛି ଅଂଚଳରେ ଜଳବଂଦୀ ଅବସ୍ଥା, ଏପଟେ ବଢୁଛି ମହାନଦୀରେ ପାଣି: ବନ୍ୟା ଆଶଂକା

Published By : Prameya-News7 Bureau | August 29, 2018 IST

ଭୁବନେଶ୍ବର୨୯|୮: ମାଡି ଆସୁଛି ହିରାକୁଦରେ ବନ୍ୟା ଜଳ। ରାତି ୯ଟାରେ କଟକରେ ପହଞ୍ଚିବ ୮ଲକ୍ଷ କ୍ୟୁସେକ ବନ୍ୟାଜଳ। ୧୧ ଜିଲ୍ଲାରେ ଗତକାଲି ଠାରୁ ହାଇଆର୍ଲଟ ଜାରି କରାଯାଇଥିବେଳେ ସମ୍ଭାବ୍ୟ ବନ୍ୟା ପରିସ୍ଥିତିକୁ ଆଖି ଆଗରେ ରଖି ଚାରୋଟି ଜିଲ୍ଲାରେ ସ୍ବତନ୍ତ୍ର ପଦକ୍ଷେପ ନିଆଯାଇଛି। ପୁରୀ, ଜଗତସିଂହପୁର, ଯାଜପୁର, ଏବଂ କେନ୍ଦ୍ରପଡାରେ  ଗୋଟିଏ ଏନଡିଆରଏଫ ଏବଂ ୨ଟି ଲେଖାଁଏ ଓଡ୍ରାଫ ଟିମ ମୁତୟନ କରାଯାଇଛି। ଏପଟେ ୨୫ଟି ଗେଟରେ ହିରାକୁଦରୁ ପାଣି ଛାଡିବା ପରେ ସମ୍ବଲପୁର, ବୌଦ୍ଧ, ସୋନପୁର ଏବଂ ବାଙ୍କୀର ଅନେକ ଅଞ୍ଚଳରେ ବନ୍ୟାପାଣି ପଶିଛି… ହୀରାକୁଦ​‌ ଜଳ ଭଣ୍ତାରରେ ପ୍ରତି ସେକେଣ୍ତରେ ପ୍ରବେଶ କରୁଛି ୪ଲକ୍ଷ ୫୮ ହଜାର ବନ୍ୟାଜଳ । ୨୫ଟି ଗେଟରେ ନିଷ୍କାସିତ ହେଉଛି ୪ଲକ୍ଷ ୮ହଜାର କ୍ୟୁସେକ ବନ୍ୟାଜଳ । ହୀରାକୁଦର ଜଳଧାରଣ କ୍ଷମତା ୬୩୦ଫୁଟ ଥିବା ବେଳେ ବର୍ତ୍ତମାନ ୬୨୧ .୬୭ ଫୁଟ ରହିଛି। ଏହାକୁ ଆଖି ଆଗରେ ରଖି ପ୍ରଶାସିନିକ ଅଧିକାରୀମାନଙ୍କୁ ସଜାଗ ରହିବାକୁ ନିର୍ଦେଶ ଦିଆଯାଇଛି। ଛତିଶଗଡରୁ ଆସୁଥିବା ବନ୍ୟା ଜଳ ପ୍ରବାହ ବଢ଼ିବାରେ ଲାଗିଛି। ତେଣୁ ଦରକାର ପଡିଲେ ଆହୁରି ଗେଟ ଖୋଲିପାରେ। ହିରାକୁଦରୁ ଆସୁଥିବା ବନ୍ୟାଜଳକୁ ଦେଖି ସ୍ବତନ୍ତ୍ର ରିଲିଫ କମିଶନର ୧୧ଜିଲ୍ଲାକୁ ହାଇଆର୍ଲଟ ଜାରି କରିଥିବାବେଳେ ପୁରୀ, ଜଗତସିଂହପୁର, ଯାଜପୁର ଏବଂ କେନ୍ଦ୍ରପଡାରେ ସ୍ବତନ୍ତ ପଦକ୍ଷେପ ନିଆଯାଇଛି।  ଏହି ୪ଟି ଜିଲ୍ଲାରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ଆଖି ଆଗରେ ରଖି ଗୋଟିଏ ଲେଖାଁଏ ଏନଡିଆରଏଫ ଟିମ ଏବଂ ୨ଟି ଲେଖାଏଁ ଓଡ୍ରାଫ ଟିମ ମୁତୟନ କରଯାଇଛି। ଏହା ସହ ସମସ୍ତ ଆଶ୍ରୟ ସ୍ଥଳରେ ରନ୍ଧା ଖାଦ୍ୟ ଏବଂ ପିଇବା ପାଣି ବ୍ୟବସ୍ଥା କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦିଆଯାଇଛି। ହିରାକୁଦରେ ୨୫ ଟି ବନ୍ୟାଜଳ ଛଡାଯିବା ପରେ ସମ୍ବଲ ପୁର, ବୈଦ୍ଧ, ସୋନପୁର ଓ ବାଙ୍କିର ଅନେକ ଅଞ୍ଚଳରେ ପାଣି ପଶିଛି।  ସମ୍ବଲପୁରର ତଳି ଅଞ୍ଚଳରେ ପାଣି ପଶିଯାଇଛି। ବିନାଖଣ୍ତିରେ ଲୋକଙ୍କରେ ଘରେ ବନ୍ୟା ପାଣି  ପଶିଛି। ଲିମସାରିଏନ ଅଞ୍ଚଳର ମାଳତିଯୋର ବ୍ରିଜ ଉପରେ ୨ଫୁଟର ପାଣି ଚାଲୁଛି। ଫଳରେ ସମ୍ବଲପୁର- ସୋନପୁର ଗମନାଗମନରେ ବାଧାପ୍ରାପ୍ତ ହୋଇଛି।   ବୌଦ୍ଧ ଜିଲ୍ଲାର ହରଭଙ୍ଗା ବ୍ଲକ ବିଶେଷ ଭାବରେ ପ୍ରଭ‌ାବିତ ହୋଇଛି। ଜଗନ୍ନାଥ ସଡକରେ ୫ଫୁଟର ଉଚ୍ଚତାରେ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ବୌଦ୍ଧ ହରଭଙ୍ଗା ଯୋଗାଯୋଗ ସମ୍ପୂଣ୍ଣ ବିଚ୍ଛିନ୍ନ ହୋଇଯାଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.