ବଜେଟରେ ମଧ୍ୟବିତ୍ତଙ୍କୁ ମିଳିଲା ଏହି ବଡ ରିହାତି

Published By : Prameya-News7 Bureau | February 01, 2020 IST

ନୂଆଦିଲ୍ଲୀ ୦୧।୦୨: ମୋଦି ସରକାରଙ୍କର ଦ୍ବିତୀୟ ପାଳିର ବଡ଼ ବଜେଟ୍‌ ।୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ପାର୍ଲାମେଣ୍ଟରେ ବଜେଟ୍‌ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥିରେ ମଧ୍ୟବିତ୍ତ ଶ୍ରେଣୀକୁ ବଡ଼ ରିହାତି ଦେଇ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ଆୟକର ଛାଡ଼ କରିଛନ୍ତି । ସଂସଦୀୟ ଇତିହାସରେ ନିର୍ମଳା ସୀତାରମଣ ୨ ଘଣ୍ଟା ୪୦ ମିନିଟ୍‌ ଧରି ଦ୍ବିତୀୟ ଲମ୍ବା ବଜେଟ୍‌ ଅଭିଭାଷଣ ରଖିଛନ୍ତି ।ଏତେ ଲମ୍ବା ବଜେଟ୍ ଅଭିଭାଷଣ ପଢ଼ି ନିର୍ମଳା ସୀତାରମଣ ନିଜେ ଅସୁସ୍ଥ ଅନୁଭବ କରିବାରୁ ଶେଷ ୨ ପୃଷ୍ଠା ପଢ଼ିପାରିନଥିଲେ ।

{"id":218904,"sizeSlug":"large"}

ବଜେଟ୍‌ରେ ଆୟକର ନେଇ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ।ସାଧାରଣ ଲୋକଙ୍କୁ ବଡ଼ ଆଶ୍ବସ୍ତି ଦେଇ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟକର ଛାଡ଼ କରାଯାଇଛି । ୫ ଲକ୍ଷରୁ ୭.୫ ଲକ୍ଷ ପର୍ଯ୍ୟନ୍ତ ଆୟ ପାଇଁ ଆୟକର ୨୦ ପ୍ରତିଶତରୁ ୧୦ ପ୍ରତିଶତକୁ ହ୍ରାସ କରାଯାଇଛି । ୭.୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ ପାଇଁ ୧୫ ପ୍ରତିଶତ, ୧୦ରୁ ୧୨.୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୨୦ ପ୍ରତିଶତ, ୧୨.୫ ଲକ୍ଷରୁ ୧୫ ଲକ୍ଷ ଆୟ ସୀମା ପାଇଁ ୩୦ ପ୍ରତିଶତ ଆୟକର ରଖାଯାଇଛି ।

{"id":218905,"sizeSlug":"large"}

୧୫ ଲକ୍ଷରୁ ଅଧିକ ଆୟ ପାଇଁ ୩୦ ପ୍ରତିଶତ ଆୟକର ଲାଗୁ ହେବ। ଆୟକର ଦାତାଙ୍କର ଆଧାର ଭେରିଫିକେସନ୍ କରାଯିବ । ଏହାଦ୍ବାରା ପ୍ୟାନ୍‌କାର୍ଡ ନଥିବା ଆୟକର ଦାତାଙ୍କୁ ବିନା ଆପ୍ଲିକେସନ୍ ଫର୍ମରେ ତୁରନ୍ତ ଆଧାର କାର୍ଡ ଦିଆଯିବ । ତେବେ ଆୟକର ଦେବାପାଇଁ ସାଧାରଣ ଲୋକଙ୍କୁ ପ୍ରଥମ ଥର ପାଇଁ ୨ଟି ବିକଳ୍ପ ମିଳିବ ।

{"id":218906,"sizeSlug":"large"}

ବଜେଟ୍‌ରେ ଆଉ ଏକ ବଡ଼ ଘୋଷଣା ହେଲା ସରକାରୀ ବୀମା କମ୍ପାନୀ –ଏଲ୍‌ଆଇସିରୁ ନିଜର ଅଂଶଧନ ଆଇପିଓ ଜରିଆରେ ବିକ୍ରି କରିବେ ସରକାର । ତେବେ ଏଲଆଇସିର କେତେ ଅଂଶ ସରକାର ବିକ୍ରି କରିବେ ତାହା ଅର୍ଥମନ୍ତ୍ରୀ ସ୍ପଷ୍ଟ କରିନାହାନ୍ତି ।

{"id":218907,"sizeSlug":"large"}

ବଜେଟ୍‌ରେ ଏହି ଘୋଷଣା ସମୟରେ ବିରୋଧୀ ସଦସ୍ୟ ମାନେ ତୀବ୍ର ବିରୋଧ କରିଥିଲେ । ଆଇଡିବିଆଇ ବ୍ୟାଙ୍କରେ ସରକାରଙ୍କର ଥିବା ଅଂଶକୁ ବିକ୍ରି କରିବା ପାଇଁ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ।ତେବେ ଏହାର ନିୟନ୍ତ୍ରଣ ସରକାରଙ୍କ ପାଖରେ ରହିବ ।

{"id":218908,"sizeSlug":"large"}

୨୦୨୦-୨୧ ଆର୍ଥିକ ବର୍ଷରେ ଦେଶର ଆର୍ଥିକ ଅଭିବୃଦ୍ଧି ହାର ୧୦ ପ୍ରତିଶତ ରହିବ ବୋଲି ଅର୍ଥମନ୍ତ୍ରୀ ଅନୁମାନ ଲଗାଇଛନ୍ତି । ଆଗାମୀ ଆର୍ଥିକ ବର୍ଷରେ ସରକାରଙ୍କର ମୋଟ ଆୟ ୨୨.୪୬ ଲକ୍ଷ କୋଟି ଟଙ୍କା ଏବଂ ମୋଟ୍‌ ବ୍ୟୟ ୩୦.୪୨ ଲକ୍ଷ କୋଟି ଟଙ୍କା ହେବ ।

{"id":218909,"sizeSlug":"large"}

ଆଗାମୀ ଆର୍ଥିକ ବର୍ଷ ପାଇଁ ବିତ୍ତୀୟ ନିଅଣ୍ଟ ୩.୫ ପ୍ରତିଶତ ରଖାଯାଇଛି ।ଏଥର ପ୍ରତିରକ୍ଷା ବଜେଟ୍‌କୁ ୬ ପ୍ରତିଶତ ବଢି ୩.୩୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି ।

{"id":218910,"sizeSlug":"large"}

ପ୍ରତିରକ୍ଷା କର୍ମଚାରୀଙ୍କୁ ଦିଆଯାଉଥିବା ପେନସନ୍‌କୁ ମିଶାଇଲେ ଏହା ୪.୭ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ । ସେନାବାହିନୀର ଅସ୍ତ୍ରଶସ୍ତ୍ର କିଣା ଏବଂ ଏବ ଆଧୁନୀକି କରଣ ପାଇଁ ୧ ଲକ୍ଷ ୧୦ ହଜାର ୭୩୪ କୋଟି ଟଙ୍କା ଖର୍ଚ୍ଚ ହେବ । ବ୍ୟାଙ୍କ ବୁଡ଼ିଲେ ଜମାକାରୀଙ୍କୁ ସର୍ବାଧିକ ୫ ଲକ୍ଷ ଟଙ୍କା ମିଳିବ ।ପୂର୍ବରୁ ଏହା ୧ ଲକ୍ଷ ଟଙ୍କା ଥିଲା।

{"id":218911,"sizeSlug":"large"}

ସ୍ବାସ୍ଥ୍ୟକ୍ଷେତ୍ର ପାଇଁ କେତେକ ବଡ଼ ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ । ସ୍ବାସ୍ଥ୍ୟ କ୍ଷେତ୍ର ପାଇଁ ୬୯ ହଜାର କୋଟି ଟଙ୍କା ରଖାଯାଇଛି । ଏହା ଭିତରେ ଜନ ଆରୋଗ୍ୟ ଯୋଜନାରେ ୬ ହଜାର ୪୦୦ କୋଟି ଟଙ୍କା ରହିଛି । ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ୨୦ ହଜାର ପ୍ୟାନେଲ ହସ୍ପିଟାଲ ରହିବ । ମିଶନ ଇନ୍ଦ୍ଧନୁଷ୍‌ରେ ଏବେ ୧୨ଟି ରୋଗକୁ ସାମିଲ କରାଯାଇଛି ।

{"id":218912,"sizeSlug":"large"}

୨୦୨୪ ସୁଦ୍ଧା ଦେଶର ସବୁ ଜିଲ୍ଲାରେ ଜନ ଔଷଧୀ କେନ୍ଦ୍ର ପ୍ରତିଷ୍ଠା ହେବ । ୨୦୨୫ ସୁଦ୍ଧା ଦେଶକୁ ଟିବି ମୁକ୍ତ କରିବା ପାଇଁ ଟିବି ହାରେଗା, ଦେଶ୍‌ ଜିତେଗା ଅଭିଯାନ ବ୍ୟାପକ ହେବ । ପ୍ରତି ଘରେ ପାଇପ୍‌ ଦ୍ବାରା ପାଣି ପହଞ୍ଚାଇବା ପାଇଁ ୩.୬ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେଉଛି।

{"id":218913,"sizeSlug":"large"}

ଆସନ୍ତା ୩ ବର୍ଷରେ ସାରା ଦେଶରେ ବିଦ୍ୟୁତ୍‌ ପାଇଁ ବସୁଥିବା ପାରମ୍ପରିକ ମିଟର୍ ହଟାଯାଇ ପ୍ରିପେଡ୍‌ ମିଟର ବସାଇବା ପାଇଁ ଅର୍ଥମନ୍ତ୍ରୀ ଆହ୍ବାନ ଦେଇଛନ୍ତି । ଉଡାନ୍‌ ସ୍କିମ୍‌ରେ ୨୦୨୪ ସୁଦ୍ଧା ଦେଶରେ ୧୦୦ଟି ଏୟାରପୋର୍ଟ ପ୍ରତିଷ୍ଠା ଯୋଜନା ରହିଛି । ଆଗାମୀ ଆର୍ଥିକ ବର୍ଷରେ ପରିବହନ ଭିତ୍ତିଭୂମିର ବିକାଶ ପାଇଁ ୧.୭ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ । ତେଜସ୍ ଭଳି ଅଧିକ ଟ୍ରେନ୍‌ ଦେଶ ବିଭିନ୍ନ ଐତିହ୍ୟ ସଂପନ୍ନ ସ୍ଥାନକୁ ଚାଲିବ ।

{"id":218914,"sizeSlug":"large"}

ଗ୍ରାମାଞ୍ଚଳରେ ଇଣ୍ଟରନେଟ୍‌ ସୁବିଧା ପହଞ୍ଚାଇବା ପାଇଁ ଭାରତନେଟ୍‌ ସ୍କିମ୍‌ରେ ୬ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ମହିଳା ମାନଙ୍କ ପାଇଁ ବିଭିନ୍ନ ବିକାଶମୂଳକ ଯୋଜନାରେ ୨୮ ହଜାର ୬୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ୬ ଲକ୍ଷ ଅଙ୍ଗନୱାଡ଼ି କର୍ମୀଙ୍କୁ ସ୍ମାର୍ଟଫୋନ୍ ଦିଆଯିବ।

{"id":218915,"sizeSlug":"large"}

ବଜେଟ୍‌ ଉପସ୍ଥାପନ ପୂର୍ବରୁ ପୁରୁଣା ପରମ୍ପରା ବଜେଟ୍‌ ସୁଟ୍‌କେଶ୍‌ ଛାଡ଼ି ଲାଲ କପଡ଼ାରେ ବନ୍ଧା ହୋଇଥିବା ବଜେଟ୍‌ ପୁସ୍ତିକା ଧରି ନିଜର ଟିମ୍‌ ସହିତ ଅର୍ଥ ମନ୍ତ୍ରାଳୟ ଆଗରେ ଫଟୋ ପୋଜ୍‌ ଦେଇଥିଲେ ଅର୍ଥମନ୍ତ୍ରୀ । ଏହାପରେ ପାର୍ଲାମେଣ୍ଟରେ ନିଜର ସହଯୋଗୀ ଅର୍ଥ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହିତ ପହଞ୍ଚିଥିଲେ ।

{"id":218916,"sizeSlug":"large"}

୨ ଘଣ୍ଟା ୪୦ ମିନିଟ୍‌ ଧରି ବଜେଟ୍‌ ଅଭିଭାଷଣ ପଢ଼ିଥିଲେ ମଧ୍ୟ ଶେଷ ଆଡ଼କୁ ଅସୁସ୍ଥତା ଅନୁଭବ କରିବାକୁ ଶେଷ ୨ ପୃଷ୍ଠା ପଢ଼ିପାରିନଥିଲେ ସୀତାରମଣ । ତେବେ ବଜେଟ୍‌ ଆସିବା ପରେ ସେୟାର ମାର୍କେଟ୍‌ ଖସିଛି । ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ ବିଏସ୍‌ଇ ସେନସେକ୍ସ ପ୍ରାୟ ୧୦୦୦ ପଏଣ୍ଟ ଖସିଛି। ନ୍ୟାସନାଲ ଷ୍ଟକ୍‌ ଏକ୍ସଚେଞ୍ଜ ସୂଚକାଙ୍କ ମଧ୍ୟ ୧୧ ହଜାର ୬୫୦ ପଏଣ୍ଟ ତଳକୁ ଖସିଆସିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.