ରେଳ ଧାରଣା ଉପରେ ଭାଙ୍ଗି ପଡିଲା ନିର୍ମାଣଧୀନ ଓଭରବ୍ରିଜର ବିମ୍ –ରେଳ ଚଳାଚଳ ବାଧାପ୍ରାପ୍ତ
29/12/2019 at 1:12 PM

ବାଲେଶ୍ୱର ୨୯।୧୨ – ବାଲେଶ୍ବର ଶୋଭାରାମପୁରଠାରେ ନିର୍ମାଣାଧୀନ ରେଳ ଓଭରବ୍ରିଜରୁ ଏକ ବିମ ଖସି ପଡିଛି। ଏହି ବିମ୍ଟି ରେଳ ଧାରଣା ଉପରେ ପଡିଛି।

ଦୁଇଟି ପିଲରକୁ ସଂଯୋଗ କରୁଥିବା ବିମ୍ଟି ଖସି ଧାରଣାରେ ପଡିବା ଦ୍ବାରା ରେଳ ଚଳାଚଳ ବ୍ୟାହତ ହୋଇଛି।

ସେହିପରି ରେଳଧାରଣା ନିକଟରେ ଥିବା ବିଦ୍ୟୁତ ତାର ମଧ୍ୟ ଛିଣ୍ଡି ଯାଇଛି। ତେବେ ଏଥିରେ କୌଣସି ଶ୍ରମିକ ଆହତ ହୋଇ ନାହାନ୍ତି।

ପୂର୍ବତଟ ରେଳବାଇ ପକ୍ଷରୁ ଏହି କାମ ପାଇଁ ରେଳ ଚଳାଚଳ ବନ୍ଦ ହେବ ବୋଲି ସୂଚନା ଦିଆ ଯାଇଥିଲା।
Related Posts
କମିବ ଶୀତ, ୨୯ରେ ହାଲୁକା ବର୍ଷା ସମ୍ଭାବନା
26 January 2021
ଏବର୍ଷ ହେବନି ଓଳାଶୁଣୀ ଗୁମ୍ଫା ଯାତ୍ରା
25 January 2021