Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାରିପଦା : ଦିନ ଦ୍ବିପ୍ରହରରେ ଲୁଟ୍, ମହିଳାଙ୍କ ବେକରୁ ସୁନା ଚେନ୍ ଝାମ୍ପିନେଲେ ଦୁର୍ବୃତ୍ତ
  • ||
  • ବାରିପଦା : ୪୦ ଲକ୍ଷ ଟଙ୍କାର ଧଳା ଜହର ଜବତ, ଜଣେ ଗିରଫ
  • ||
  • ଖୋର୍ଦ୍ଧା : ଅଟୋ ଓ କାର୍ ମୁହାଁମୁହିଁ ଧକ୍କା, ୮ ଆହତ
  • ||
  • ଝାରସୁଗୁଡା : ଜାଲ୍ ନୋଟ୍ କାରବାରର ପର୍ଦ୍ଦାଫାଶ, ୫୭ହଜାର ଟଙ୍କାର ନକଲି ନୋଟ୍ ଜବତ, ରେଳବାଇ କର୍ମଚାରୀ ଗିରଫ
  • ||
  • ପୁରୀ : ମହାପ୍ରଭୁଙ୍କ ଦର୍ଶନ ପାଇଁ ବ୍ୟାରିକେଡ଼ରେ କରିଥିଲେ ଅପେକ୍ଷା, ହଠାତ୍ ଅସୁସ୍ଥ ହୋଇପଡିଲେ ଭକ୍ତ
  • ||
  • ଅନୁଗୋଳ : ଅନନ୍ତ କୋଇଲା ଖଣିରେ ଅଘଟଣ, କୋଇଲା ଲୋଡିଂ ବେଳେ ପୋତିହୋଇଗଲେ ଜଣେ
  • ||
  • ବ୍ରହ୍ମପୁର : ଭିଜିଲାନ୍ସ ପଞ୍ଝାରେ ଆରଆଇ, ଜମି ନିର୍ଦ୍ଧାରଣ ପାଇଁ ୫ ହଜାର ଟଙ୍କା ନେବାବେଳେ ଧରାପଡିଲେ
  • ||
  • ଭୁବନେଶ୍ବର : ଦିନରେ ରଙ୍ଗମିସ୍ତ୍ରୀ, ରାତିରେ ଚୋରୀ, ୫ ବର୍ଷ ଧରି ଖୋଜୁଥିଲା ପୋଲିସ, ଶେଷରେ ଧରାପଡିଲା
  • ||
  • କଟକ : ରମଜାନ ପାଇଁ ସିଏମସିର ଗାଇଡ୍‌ଲାଇନ୍, ନମାଜ ପାଠ ପାଇଁ ୧୦୦ ଲୋକଙ୍କୁ ଅନୁମତି
  • ||
  • ଜଳେଶ୍ବର : ନଦୀ ପଠାରୁ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଠାବ, ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର
  • ||

ଟ୍ରକ୍ ଭିତରେ ଶୋଇଥିଲେ ଜଗୁଆଳି, ଖସି ପଡିଲା ଓଭର ବ୍ରିଜ୍‌ର ବିମ୍…

6/04/2021 at 1:54 PM

ନୂଆଦିଲ୍ଲୀ, ୦୬/୦୪ : ଦିଲ୍ଲୀର ପଞ୍ଜାବ ବାଗ ଅଞ୍ଚଳରେ ଅଘଟଣ । ଏହି ଅଞ୍ଚଳରେ ଏକ ନିର୍ମାଣାଧିନ ରେଳ ଓଭର ବ୍ରିଜ ଭୁଶୁଡି ପଡିଛି । ଓଭର ବ୍ରିଜର ଏକ ବିମ୍ ଭୁଶୁଡି ପଡିବା ଫଳରେ ଜଣେ ଜଗୁଆଳି ପ୍ରାଣ ହରାଇଛନ୍ତି । ସେ ବ୍ରିଜ ତଳେ ଥିବା ଏକ ଟ୍ରକରେ ଶୋଇଥିବା ବେଳେ ଏହି ଅଘଟଣ ଘଟିଥିଲା ।

ସୂଚନାନୁସାରେ, ରାମ ବାହାଦୁର ନାମକ ଜଣେ ୫୦ ବର୍ଷର ବ୍ୟକ୍ତି ଓଭର ବ୍ରିଜ ନିର୍ମାଣ ପାଇଁ ବ୍ୟବହୃତ ଟ୍ରକକୁ ଜଗୁଥିଲେ । ତେବେ ମଙ୍ଗଳବାର ସକାଳେ ସେ ଏକ ଟ୍ରକ୍ ଭିତରେ ଶୋଇଥିଲେ । ଏହି ସମୟରେ ଓଭର ବ୍ରିଜର ଏକ କଙ୍କ୍ରିଟ୍ ବିମ୍ ଖସି ପଡିଥିଲା । ଏହା ଟ୍ରକ୍ ଉପରେ ପଡିଥିଲା । ଫଳରେ ରାମ ବାହାଦୁର ଚାପି ହୋଇ ଜୀବନ ହାରିଥିଲେ ।

ପୋଲିସ ଏସିପି ପ୍ରଶାନ୍ତ ପ୍ରିୟ ଗୌତମ କହିଛନ୍ତି ଯେ, ସକାଳ ୯ଟା ୩୮ରେ ପୋଲିସକୁ ଏକ କଙ୍କ୍ରିଟ୍ ବିମ୍ ଖସି ପଡିଥିବା ଖବର ମିଳିଥିଲା ।ଏହା ପାର୍କିଂ ହୋଇଥିବା ଏକ ଟ୍ରକ୍ ଉପରେ ପଡିଥିଲା । ଏହା ରେଳବାଇର ଏକ ବ୍ରିଜ୍ । ଯାହାର ନିର୍ମାଣ କାମ ୨୦୧୪ରୁ ବନ୍ଦ ପଡିଛି । ଜଗୁଆଳି ରାମ ବାହାଦୁର ଟ୍ରକ୍ ଭିତରେ ଶୋଇଥିଲେ । ବିମ୍ ଖସି ପଡିବାରୁ ସେ ଚାପି ହୋଇ ଜୀବନ ହାରିଛନ୍ତି । ତେବେ ରାମ ବାହାଦୁରଙ୍କ ଘର ଉତ୍ତରପ୍ରଦେଶର ଫତେହପୁର ହୋଇଥିବା ବେଳେ ସେ ପଞ୍ଜାବି ବାଗର ମାତା ମନ୍ଦିର ପାଖରେ ରୁହନ୍ତି ।

   Related Posts