Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୫ ଜଣଙ୍କ ଜୀବନ
  • ||
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||

ଭାଙ୍ଗିଗଲା ଓଭରବ୍ରିଜ୍‌ର ବିରାଟ ଖଣ୍ଡ, ୧୩ ଶ୍ରମିକ ଗୁରୁତର

17/09/2021 at 8:17 AM

ମୁମ୍ବାଇ, ୧୭।୦୯ :   ମହାରାଷ୍ଟ୍ର ମୁମ୍ବାଇ ସହରରେ ନିର୍ମାଣାଧିନ ଓଭର ବ୍ରିଜର ଏକ ଅଂଶ ଭାଙ୍ଗି ପଡିଛି । ଏହି ଅଘଟଣରେ ୧୩ ଜଣ ଶ୍ରମିକ ଗୁରୁତର ହୋଇଥିବା ସୂଚନା ମିଳିଛି । ସମସ୍ତ ଗୁରୁତରଙ୍କୁ ବିଏନ ଦେଶାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ କର୍ମଚାରୀ ପହଁଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି ।

ଖବର ସରବରାହ ସଂସ୍ଥା ଏଏନଆଇ ଅନୁସାରେ, ମୁମ୍ବାଇ ବାନ୍ଦ୍ରା କୁର୍ଲା କମ୍ପ୍ଲେକ୍ସରେ ଏହି ଓଭରବ୍ରିଜ୍ ତିଆରି ହେଉଥିଲା । ଶୁକ୍ରବାର ଭୋର୍ ୪ଟା୩୦ରେ ଏହାର ଏକ ଅଂଶ ଭାଙ୍ଗି ଯାଇଥିଲା । ଅଘଟଣରେ କାମ କରୁଥିବା ୧୩ ଜଣ ଶ୍ରମିକ ଗୁରୁତର ହୋଇଛନ୍ତି । ତେବେ କେହି ନିଖୋଜ ନଥିବା ସୂଚନା ମିଳିଛି । ଏହାସହ ସୌଭାଗ୍ୟକ୍ରମେ କେହି ପ୍ରାଣ ମଧ୍ୟ ହରାଇ ନାହାଁନ୍ତି । କେଉଁ କାରଣରୁ ଏହା ଭାଙ୍ଗିଗଲା ସେନେଇ ତଦନ୍ତ ଆରମ୍ଭ ହୋଇଛି ।

ଏହାପୂର୍ବରୁ ମୁମ୍ବାଇ ମାନଖୁର୍ଦ ଅଞ୍ଚଳରେ ଥିବା ଏକ ସ୍କାର୍ପୟାର୍ଡରେ ଭୟଙ୍କର ନିଆଁ ଲାଗିଯାଇଥିଲା । ଅଗ୍ନିଶମ ବାହିନୀର ୬ ଗାଡି ନିଆଁ ଲିଭାରେ ନିୟୋଜିତ ହୋଇଥିଲା ।  

   Related Posts