ଦୁଇଟି ଗାଡିରୁ ୯ଲକ୍ଷ ଟଙ୍କା ଜବତ

Published By : Prameya-News7 Bureau | March 28, 2019 IST

ରାଉରକେଲା ୨୮|୩ : ରାଉରକେଲାର ୨ଟି ସ୍ଥାନରୁ ୯ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜବତ ହୋଇଛି । ରାଉରକେଲା ପୋଲିସର ସ୍ବତନ୍ତ୍ର ସ୍କ୍ବାର୍ଡ ଚଢାଉ କରି ଗୋଟିଏ କାର୍‌ରୁ ୬ ଲକ୍ଷ ୨୦ ହଜାର ଟଙ୍କା ଜବତ କରିଛି । ଗାଡିଟି ଆମ୍ବାଗାନ୍‌ ଛକରୁ ରାଉରକେଲା ଏୟାରପୋର୍ଟ ଆଡକୁ ଯାଉଥିବା ବେଳେ ଜବତ ହୋଇଛି ।

ସେହିପରି ଅନ୍ୟ ଏକ ଗାଡିରୁ ୩ ଲକ୍ଷ ଟଙ୍କା ଜବତ ହୋଇଛି । ଏହି ଗାଡିଟି କୁଆଁରମୁଣ୍ଡାରୁ ବୀରମିତ୍ରପୁର ଆଡକୁ ଯାଉଥିଲା । ଟଙ୍କା ଜବତ କରି ଅଧିକ ତଦନ୍ତ ଚଳାଇଛି ପୋଲିସ । ତେବେ ଏତେ ଟଙ୍କା କିଏ ଓ କାହିଁକି ନେଇକି ଯାଉଥିଲା ତାହା ସ୍ପଷ୍ଟ ହୋଇନାହିଁ । ଆଗକୁ ନିର୍ବାଚନ ଥିବାରୁ ଏହି ଟଙ୍କା କୌଣସି ରାଜନୈତିକ ଦଳର ବୋଲି ଅନୁମାନ କରାଯାଉଛି । 

ସୂଚନାଯୋଗ୍ୟ ଯେ, ଗତକାଲି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୁଞ୍ଜିକୟାଁ ଛକରେ କାର୍ ଉପରେ ଚଢାଉ କରି ଫ୍ଲାଇଂ ସ୍କ୍ବାର୍ଡ ୫ଲକ୍ଷ ୩୬ହଜାର ଟଙ୍କା ଜବତ କରିଥିଲା । ଜବତ ଟଙ୍କା ଦୁଇଟି ସୁଟକେସ୍ ରେ ଭର୍ତ୍ତି ହୋଇ ରହିଥିଲା । ତହସିଲଦାର ନେତୃତ୍ବରେ ଫ୍ଲାଇଂ ସ୍କ୍ବାର୍ଡ ଟଙ୍କା ଜବତ କରିବା ପରେ ଦିଗପହଣ୍ଡି ପୋଲିସକୁ ହସ୍ତାନ୍ତର କରିଥିଲା । ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ ୪ଜଣଙ୍କୁ ଅଟକ ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.