କରୋନା ଭୟ: ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ଓହରି ଗଲେ ୩୧ ହଜାରରୁ ଅଧିକ ପରୀକ୍ଷାର୍ଥୀ

Published By : Prameya-News7 Bureau | November 20, 2020 IST

ନୂଆଦିଲ୍ଲୀ ୨୦/୧୧: ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଚାଟାର୍ଡ ଆକାଉଣ୍ଟସ୍‌ ଅଫ୍‌ ଇଣ୍ଡିଆ (ICAI)  ଜାନୁଆରୀରେ ଚାଟାର୍ଡ ଆକାଉଣ୍ଟ (CA) ପରୀକ୍ଷା ପାଇଁ ଘୋଷଣା କରିଛି। ଏହି ପରୀକ୍ଷା ୨୧ ଜାନୁଆରୀରୁ ନଭେମ୍ବରରେ ଯେଉଁ ସବୁ ସହରରେ ପରୀକ୍ଷା ଆ​‌ୟୋଜିତ ହୋଇଛି ସେହି ସବୁ ସହରରେ ହେବ ବୋଲି ଜଣାପଡ଼ିଛି। ତେବେ ନଭେମ୍ବରରେ ହେବାକୁ ଥିବା ପରୀକ୍ଷାରୁ ପାଖାପାଖି ୩୧,୫୦୦ ସିଏ ଆବେଦନକାରୀ ଓହରିଯାଇଥିବା ଜଣାପଡ଼ିଛି । ସେଥି ମଧ୍ୟରୁ ଦୁଇ ତୃତୀୟାଂଶ ଛାତ୍ରଛାତ୍ରୀ ଜାନୁଆରୀରେ ପରୀକ୍ଷା ଦେବାକୁ ମନସ୍ଥ କରିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୧,୬୮୭ ଜଣ ମେ’ ସେସନ୍‌ରେ ପରୀକ୍ଷା ଦେବେ।

ନଭେମ୍ବର ସେସନ ଶନିବାରଠୁ ଆରମ୍ଭ ହେବାକୁ ଥିବା ବେଳେ ଜାନୁଆରୀ ସେସ୍‌ନ ପାଇଁ ଆସିଏଆଇ ଗୁରୁବାର ଘୋଷଣା କରିଛି। ତେବେ ଯେଉଁ ପିଲା ନଭେମ୍ବରରେ ପରୀକ୍ଷା ଦେବାକୁ ଚାହୁଁ ନାହାନ୍ତି ସେମାନଙ୍କ ପାଇଁ  ଏହି ଅତିରିକ୍ତ ସେସ୍‌ନ ଘୋଷଣା କରାଯାଇଥିବା ଜଣାପଡ଼ିଛି।

କରୋନା ମହାମାରୀ ସମୟରେ ପିଜିକାଲ୍‌ ପରୀକ୍ଷାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅସନ୍ତୋଷ ଲାଗିରହିଛି। ଏହାକୁ ଦୃଷ୍ଟିରେ ରଖି ଯେଉଁ ପିଲାମାନେ ପରୀକ୍ଷା ପାଇଁ ଅସହଜ ମନେ କରୁଛନ୍ତି ସେମାନେ ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ଓହରିଯାଇପାରିବେ ବୋଲି ଆଇସିଏଆଇ ସଭାପତି ଅତୁଲ ଗୁପ୍ତା କହିଥିଲେ।

ଆଇସିଏଆଇ କେନ୍ଦ୍ର ସରକାରଙ୍କ କରୋନା ଗାଇଡ୍‌ଲାଇନ୍‌ ଉଲ୍ଲଂଘନ କରି ୧୮ ଦିନିଆ ଫିଜିକାଲ ଫରୀକ୍ଷା କରୁଥିବା ନେଇ ଚାତ୍ରଛାତ୍ରୀ ଅଭିଯୋଗ କରିଥିଲେ। ବହୁ ପରୀକ୍ଷା କେନ୍ଦ୍ର, ବ୍ଲକ୍‌ରେ ବିଭକ୍ତ କରିବା ସହ ପ୍ରତି ବ୍ଲକ୍‌ରେ ୪୦୦ରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ତେବେ ଏହା କରୋନା ଗାଇଡଲାଇନ୍‌ର ଖୋଲାଖୋଲି ଉଲ୍ଲଂଘନ ବୋଲି ମଧ୍ୟ ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.