Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲକ୍ଷ୍ମୀପୁର ହିଂସାର ମୁଖ୍ୟ ଅଭିଯୁକ୍ତ ଆଶିଷ ମିଶ୍ରାଙ୍କୁ ଡେଙ୍ଗୁ, ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି
  • ||
  • କମୁଛି ତାପମାତ୍ରା, ଦାରିଙ୍ଗିବାଡିରେ ୧୧ ଡିଗ୍ରୀକୁ ଖସିଲା ପାରଦ
  • ||
  • ସୁପର ସଣ୍ଡେରେ ସୁପର ମୁକାବିଲା : ଟି୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ହାଇଭୋଲଟେଜ୍ ଫାଇଟ୍
  • ||

୩୦୦୦ରୁ ଅଧିକ କରୋନା ସଂକ୍ରମିତ ନିଖୋଜ, ଫୋନ୍‌ ବି ସ୍ବିଚ୍‌ ଅଫ: ମନ୍ତ୍ରୀ କହିଲେ- ଆମେ ଜାଣିନୁ ସେମାନେ କୁଆଡେ ଗଲେ

29/04/2021 at 5:30 PM

ବେଙ୍ଗାଲୁରୁ ୨୯/୪: କରୋନାର ଦ୍ବିତୀୟ ଲହର ଚିନ୍ତାର କାରଣ ସାଜିଥିବା ବେଳେ ବେଙ୍ଗାଲୁରୁର ଏକ ବଡ଼ ଖବର ସାମ୍ନାକୁ ଆସିଛି। ସହରରେ ୩୦୦୦ରୁ ଅଧିକ କରୋନା ସଂକ୍ରମିତ ଗାଏବ ହୋଇଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ସଂକ୍ରମିତ ଫୋନ୍‌ ସ୍ବିଚ୍‌ ଅଫ କରିଥିବା ବେଳେ ସେମାନଙ୍କୁ ଖୋଜିବା ମୁସକିଲ ହୋଇପଡ଼ିଛି। କର୍ଣ୍ଣାଟକର ରାଜସ୍ବ ମନ୍ତ୍ରୀ ଆର ଅଶୋକ କହିଛନ୍ତି, ସରକାର ସେମାନଙ୍କୁ ଶୀଘ୍ର ଖୋଜି ବାହାର କରିବା ପାଇଁ ପୋଲିସକୁ ନିର୍ଦେଶ ଦେଇଛନ୍ତି ।  ଗାଏବ ହୋଇଯାଇଥିବା ସଂକ୍ରମିତଙ୍କ ଯୋଗୁ ସଂକ୍ରମଣ ବ୍ୟାପୁଛି ବୋଲି ସେ ଦାବି କରିଛନ୍ତି। ପୋଲିସ କିନ୍ତୁ ସେମାନଙ୍କୁ ଧରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି ।

କର୍ଣ୍ଣାଟକରେ ବୁଧବାର ସବୁଠୁ ଅଧିକ ୩୯,୦୪୭ ସକ୍ରିୟ ମାମଲା ସାମ୍ନାକୁ ଆସିଥିବା ବେଳେ ୨୨୯ ଜଣ ପ୍ରାଣ ହରାଇଥିଲେ। ସେପଟେ ବେଙ୍ଗାଲୁରୁରେ ୨୨,୫୯୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସ୍ବାସ୍ଥ୍ୟ ମନ୍ତ୍ରୀ ଡାକ୍ତର କେ ସୁଧାକର କହିଛନ୍ତି, ଗତ ଏକ ବର୍ଷ ହେଲା ଏଠାରେ ସଂକ୍ରମିତ ନିଖୋଜ ହେଉଥିବା ଖବର ସାମ୍ନାକୁ ଆସୁଛି। ତେଣୁ ଆମେ ଲୋକମାନଙ୍କୁ ମାଗଣାରେ ଔଷଧ ଦେଉଛୁ। ସେଥିପାଇଁ ୯୦ ପ୍ରତିଶତ ସଂକ୍ରମିତଙ୍କ ମାମଲା ନିୟନ୍ତ୍ରଣ କରାଯାଇପାରୁଛି। କିନ୍ତୁ ଚିନ୍ତାର ବିଷୟ କରୋନା ସଂକ୍ରମିତ ନିଜର ଫୋନ୍‌ ସ୍ବିଚ୍‌ ଅଫ କରିଦେଉଛନ୍ତି।

ସେହିଭଳି ମନ୍ତ୍ରୀ ଆର ଅଶୋକ ଆହୁରି କହିଛନ୍ତି, ଗୁରୁତର ହେବା ପରେ ଆକ୍ରାନ୍ତ ଆଇସିୟୁ ବେଡ୍‌ ଖାଲିଥିବା ହସ୍ପିଟାଲରେ ପହଞ୍ଚୁଛନ୍ତି। ଏବେ ଏମିତି ହେଉଛି। ରୋଗୀଙ୍କ ଏମିତି କାର୍ଯ୍ୟ ପାଇଁ ମୁସକିଲ ବଢ଼ୁଛି। ସେ ଆହୁରି ମଧ୍ୟ କହିଛନ୍ତି ବେଙ୍ଗାଲୁରୁରେ ପାଖାପାଖି ୨୦୦୦ରୁ ୩୦୦୦ ସଂକ୍ରମିତ ନିଜ ଫୋନ୍‌ ସ୍ବିଚ୍‌ ଅଫ କରିବା ସହ ନିଜ ଘର ଛାଡ଼ି ଅନ୍ୟତ୍ର ଚାଲିଯାଇଛନ୍ତି। ଆମେ ଜାଣିନାହୁଁ ସେମାନେ ଗଲେ କୁଆଡେ। ସଂକ୍ରମିତମାନଙ୍କୁ ଫୋନ୍‌ ଚାଲୁ ରଖିବାବୁ ଅପିଲ୍‌ କରାଯାଇଥିବା ବେଳେ ସେମାନଙ୍କୁ ଟ୍ରାକ୍‌ କରିବା ପାଇଁ ପୋଲିସ୍‌ ଚେଷ୍ଟା ଚଳାଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ଲୋକେ ନିଜେ ଆଇସିୟୁ ବେଡ୍‌ ସନ୍ଧାନରେ ବୁଲୁଛନ୍ତି। ପାଖାପାଖି ୨୦ ପ୍ରତିଶିତ ସଂକ୍ରମିତ ସରକାରଙ୍କ ପକ୍ଷରୁ ଯାଉଥିବା ଫୋନ୍‌ କଲ ଉଠାଉନଥିବା କହିଛନ୍ତି କେ ସୁଧାକର।

   Related Posts