ପଦ୍ମ ଓ ହାତ ଛାଡି ବିଜେଡିରେ ସାମିଲ ହେଲେ ଶତାଧିକ ନେତା ଓ କର୍ମୀ

Published By : Prameya-News7 Bureau | June 27, 2020 IST

ଯାଜପୁର ୨୭।୬: ବିଜୁ ଜନତା ଦଳରେ ସାମିଲ ହେଲେ ବିଜେପି ଓ କଂଗ୍ରେସର ଶତାଧିକ ନେତା ଓ କର୍ମୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କାର୍ଯ୍ୟ ଧାରାରେ ଅନୁପ୍ରାଣିତ ହୋଇ ପଦ୍ମ ଓ ହାତ ଛାଡି ଶଙ୍ଖ ଧରିଛନ୍ତି ବହୁ ଜନ ପ୍ରତିନିଧି ।

{"id":292255,"sizeSlug":"large"}

ଶନିବାର ସୁକିନ୍ଦା ନିର୍ବାଚନ ମଣ୍ଡଳୀର କାଳିଆପାଣି ଅଞ୍ଚଳରେ ବିଜୁ ଜନତା ଦଳ ପକ୍ଷରୁ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିଲା । ଏଥିରେ ସ୍ଥାନୀୟ ଅଞ୍ଚଳରେ ବିଜେପି ଓ କଂଗ୍ରେସର ମଙ୍ଗ ଧରିଥିବା ବହୁ ଜନ ପ୍ରତିନିଧି, ନେତା ଓ କର୍ମୀ ସ୍ଥାନୀୟ ବିଧାୟକ ପ୍ରୀତିରଞ୍ଜନ ଘଡାଇଙ୍କ ଉପସ୍ଥିତିରେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି । କଅଂସ ପଞ୍ଚାୟତର ସରପଞ୍ଚ ଓ କାଳିଆପାଣି ପଞ୍ଚାୟତର ସମିତି ସଭ୍ୟଙ୍କ ସମେତ ଚିଙ୍ଗୁଡିପାଳ, କାଙ୍କଡପାଳ, ରାଂସୋଳ, କୁହିକା, ପିମ୍ପୁଡିଆ, କଂଅସ ଓ କାଳିଆପାଣି ଆଦି ପଞ୍ଚାୟତର ୨୪୮ ଜଣ ବିଜେଡିରେ ସାମିଲ ହୋଇଛନ୍ତି ।

{"id":292256,"sizeSlug":"large"}

ବିଧାୟକ ପ୍ରୀତିରଞ୍ଜନ ଘଡାଇଙ୍କ ଦଳୀୟ ଉତରୀୟ ଓ ପୁଷ୍ପଗୁଚ୍ଛ ଦେଇ ଏମାନଙ୍କୁ ଦଳକୁ ସ୍ବାଗତ କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ସୁଶାସନ ଓ ବିଭିନ୍ନ ଜନହିତକର କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଏମାନେ ବିଜୁ ଜନତା ଦଳରେ ସାମିଲ ହୋଇଥିବା ସେ କହିଛନ୍ତି ।    

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.