ଢାକାରେ ଲକଡାଉନ ନିୟମକୁ ପରିହାସ: ମୌଲାନାଙ୍କ ଅନ୍ତିମ ସଂସ୍କାରରେ ସାମିଲ ହେଲେ ୧ ଲକ୍ଷରୁ ଅଧିକ ଲୋକ

Published By : Prameya-News7 Bureau | April 20, 2020 IST

ଢାକା, ୨୦|୦୪:  ସାରା ବିଶ୍ୱ ଏବେ କରୋନା ଭାଇରସର ମୁକାବିଲା କରୁଛି । ଏହି ଭାଇରସର କୌଣସି ନିରାକରଣ ନଥିବାରୁ ସାମାଜିକ ଦୂରତା ଅବଲମ୍ବନ କରିବା ପାଇଁ ସବୁ ଦେଶର ସରକାର ପରାମର୍ଶ ଦେଉଛନ୍ତି । ଏହି ହିଁ ଭାଇରସର ସଂକ୍ରମଣ ରୋକିବା ପାଇଁ ଏକ ମାତ୍ର ବିକଳ୍ପ । ତେବେ ବାଂଲାଦେଶରେ ଏହାର ଓଲଟା ଘଟଣା ଦେଖିବାକୁ ମିଳିଛି । ଏଠାରେ ଏକ ନିର୍ଦ୍ଦିଷ୍ଟ ଧର୍ମର ପ୍ରାୟ ୧ ଲକ୍ଷ ଲୋକ ଜଣେ ମୈଲାନାଙ୍କ ଅନ୍ତିମ ସଂସ୍କାରରେ ଶନିବାର ଏକତ୍ର ହୋଇଛନ୍ତି ।

{"id":257308,"width":752,"height":423,"sizeSlug":"large"}

ଦେଶର ରାଜଧାନୀ ଢାକାଠୁ ୫୦ ମାଇଲ ଦୂରରେ ଥିବା ବ୍ରାହ୍ମଣବରିଆ ଜିଲ୍ଲାରେ ଏହି ଘଟଣା ସାମ୍ନାକୁ ଆସିଛି । ଏଠାରେ ରହୁଥିବା ଜଣେ ମୌଲାନା ଜୁବାୟାର ଅହମ୍ମଦ ଅନସାରୀଙ୍କ କ୍ୟାନସରରେ ଦେହାନ୍ତ ହୋଇଯାଇଥିଲା । ତାଙ୍କ ଶେଷ କ୍ରିୟାରେ ସାମିଲ ହେବା ପାଇଁ ହଜାର ହଜାର ଲୋକ ଲକଡାଉନ ନିୟମ ଉଲଙ୍ଘନ କରି ଏକାଠି ହୋଇଥିଲେ ।ସେମାନେ ପରସ୍ପରର ନିକଟତର ହୋଇଥିଲେ । ଏହାପରେ ସ୍ଥାନୀୟ ପ୍ରଶାସନର ଚିନ୍ତା ବଢିଯାଇଛି । ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ସମସ୍ତଙ୍କୁ ପୋଲିସ ୧୪ଦିନ ପାଇଁ କ୍ୱାରେଣ୍ଟାଇନରେ ରହିବା ପାଇଁ ନିର୍ଦ୍ଦେଶ ଦେଇଛି । ଏହି ସମୟରେ ଘରେ ହିଁ ରହିବାକୁ କୁହାଯାଇଛି କାରଣ କେହି କରୋନା ଭାଇରସ ସଂସ୍ପର୍ଶରେ ଆସିଥିଲେ ଜଣାପଡିବ ।

{"id":257310,"width":751,"height":562,"sizeSlug":"large"}

ଏତେ ସଂଖ୍ୟକ ବ୍ୟକ୍ତି ଅନ୍ତେଷ୍ଟି କ୍ରିୟାରେ ଯୋଗ ଦେବେ ବୋଲି ପୋଲିସ କେବେ ଚିନ୍ତା ମଧ୍ୟ କରିନଥିଲା । ତେବେ ସେମାନଙ୍କ ମଧ୍ୟରୁ କେବଳ ହାତ ଗଣତି କିଛି ଜଣ ମାସ୍କ ପରିଧାନ କରିଥିବା ସ୍ଥାନୀୟ ଗଣମାଧ୍ୟମ ସୂଚନା ଦେଇଛି । ଏହି ଘଟଣା ପରେ ସରକାର ୨ ଜଣ ବରିଷ୍ଠ ପୋଲିସ ଅଧିକାରୀଙ୍କୁ ନିଲମ୍ବନ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.