ଟିଭି ଓ ରେଡିଓ ଆଙ୍କରିଂ ଶିଖିବାର ସୁଯୋଗ ଆଣିଛି ଆଉଟରିଚ୍, ଖୁବଶୀଘ୍ର ଆୟୋଜିତ ହେବ ୧୫ ଦିନିଆ ଟ୍ରେନିଂ କ୍ୟାମ୍ପ୍

Published By : Prameya-News7 Bureau | September 25, 2019 IST

ଭୁବନେଶ୍ବର ୨୫।୯: ଇଲେକ୍ଟ୍ରୋନିକ ମିଡିଆର ଗୁରୁତ୍ବ ବୃଦ୍ଧି ପାଉଥିବାରୁ ଏଥିରେ କ୍ୟାରିୟର ପାଇଁ ଯୁବପିଢିଙ୍କ ମଧ୍ୟରେ ବିଶେଷ ଆଗ୍ରହ ଦେଖିବାକୁ ମିଳୁଛି । ବିଶେଷ କରି ଟେଲିଭିଜନ୍ ଓ ରେଡିଓରେ ଆଙ୍କରିଂ ପାଇଁ ବହୁ ଯୁବକ ଯୁବତୀଙ୍କ ସ୍ବପ୍ନ ରହିଛି । ଏହା ଛଡା ଷ୍ଟେଜରେ ଆଙ୍କରିଂ ମଧ୍ୟ ଭଲ ରୋଜଗାରର ଏକ ମାଧ୍ୟମ । ଏହାକୁ ଦୃଷ୍ଟିରେ ରଖି ଖୁବଶୀଘ୍ର ଆଉଟରିଚ୍ ପକ୍ଷରୁ ରାଜଧାନୀ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଯାଉଛି ଏକ ୧୫ ଦିନିଆ ଆଙ୍କରିଂ ଟ୍ରେନିଂ କ୍ୟାମ୍ପ୍ । ଷଷ୍ଠ ଥର ପାଇଁ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ଯାଉଛି ଆଉଟରିଚ୍ ।

ଏହି କ୍ୟାମ୍ପରେ ରାଜ୍ୟର ବହୁ ଲୋକପ୍ରିୟ ଟେଲିଭିଜନ, ରେଡିଓ ଓ ଷ୍ଟେଜ୍ ଆଙ୍କର, ଏକ୍ସପର୍ଟ ଓ ବିଶିଷ୍ଟ ଗଣମାଧ୍ୟମ ବ୍ୟକ୍ତିତ୍ବ ଯୋଗଦେଇ ଅଂଶଗ୍ରହଣକାରୀଙ୍କୁ ତାଲିମ ଦେବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ଟିଭି ନ୍ୟୁଜ୍ ଆଙ୍କରିଂ, ଟିଭି ପ୍ରୋଗ୍ରାମ୍ ଆଙ୍କରିଂ, ଆର୍ଜେଇଂ, ଲାଇଭ ରିପୋର୍ଟିଂ, ରେଡିଓ ନ୍ୟୁଜ୍ ରିଡିଂ, ଭଏସ୍ ଓଭର୍ ଓ ଷ୍ଟେଜ୍ ଆଙ୍କରିଂ ଆଦି ବିଷୟରେ ତାଲିମ୍ ଦିଆଯିବ ବୋଲି ସୂଚନା ଦେଇଛନ୍ତି ଆୟୋଜକ ସଂସ୍ଥା ଆଉଟରିଚର ମୁଖ୍ୟ ସୁବ୍ରତ କୁମାର ପତି ।

ଅଂଶଗ୍ରହଣକାରୀଙ୍କୁ ବିଭିନ୍ନ ଟିଭି ଚ୍ୟାନେଲ ଓ ରେଡିଓ ଷ୍ଟେସନ୍ ପରିଦର୍ଶନରେ ନିଆଯିବା ସହ ପ୍ରାକ୍ଟିକାଲ ଟ୍ରେନିଂ ଦିଆଯିବ । ରାଜ୍ୟର ବିଭିନ୍ନ ଅଂଚଳରୁ ଛାତ୍ରଛାତ୍ରୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଆଗ୍ରହ ଦେଖାଉଥିବା ଜଣାପଡିଛି । ଦୂରରୁ ଆସୁଥିବା ଅଂଶଗ୍ରହଣକାରୀଙ୍କ ପାଇଁ ହଷ୍ଟେଲର ମଧ୍ୟ ବ୍ୟବସ୍ଥା ରହିଛି । ଏଠାରେ ସୂଚନାଯୋଗ୍ୟ ଯେ ଆଉଟରିଚ୍ ନିୟମିତ ଭାବେ ଏଭଳି ଟ୍ରେନିଂ ଆୟୋଜନ କରୁଛି । ଏଥିରେ ଭାଗ ନେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ କେତେକ ବିଭିନ୍ନ ଟିଭି ଚ୍ୟାନେଲ ଓ ରେଡିଓ ଷ୍ଟେସନରେ କାର୍ଯ୍ୟ କରୁଛନ୍ତି । ଏ ସମ୍ପର୍କରେ ଅଧିକ ସୂଚନା ପାଇଁ ଆଗ୍ରହୀ ବ୍ୟକ୍ତି ୭୬୮୩୮୭୦୮୧୩ ନମ୍ବରରେ ଯୋଗାଯୋଗ କରିପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.