କମଲା ହ୍ୟାରିସ୍‌ଙ୍କୁ ଦୁର୍ଗା ବେଶରେ ଓ ଟ୍ରମ୍ପଙ୍କୁ ମହିଷାସୁର ଦର୍ଶାଇବାରୁ କ୍ଷୁବ୍ଧ ହେଲେ ହିନ୍ଦୁ ସଂପ୍ରଦାୟ, କହିଲେ- କ୍ଷମା ମାଗନ୍ତୁ ହ୍ୟାରିସ୍

Published By : Prameya-News7 Bureau | October 20, 2020 IST

ଓାଶିଂଟନ୍‌ ୨୦/୧୦: ଆମେରିକା ନିର୍ବାଚନ ଉପରେ ଏବେ ବିଶ୍ବର ନଜର ରହିଛି। ବିଶେଷ କରି ଭାରତୀୟ-ଆମେରିକୀୟଙ୍କ ଭୋଟ ରାଷ୍ଟ୍ରପତି ନିର୍ବାଚନରେ ବେଶ ପ୍ରଭାବ ପକାଇଥାଏ। ଡେମୋକ୍ରେଟିକ୍ ପାର୍ଟିର ଉପରାଷ୍ଟ୍ରପତି ପ୍ରାର୍ଥୀ ଭାରତୀୟ ବଂଶୋଦ୍ଭବ କମଲା ହ୍ୟାରିସ୍‌ ଏବେ  ଭାରତୀୟ-ଆମେରିକୀୟ ଆକ୍ରୋଶର ଶିକାର ହୋଇଛନ୍ତି। ହିନ୍ଦୁ ସମୁଦାୟଙ୍କ ଜୋରଦାର ବିରୋଧରେ ଶିକାର ହୋଇଛନ୍ତି କମଲା ହ୍ୟାରିସ୍‌।

କମଲାଙ୍କ ଝିଆରୀ ମୀନା ହ୍ୟାରିସ୍‌ ଦୁର୍ଗା ମା’ଙ୍କ ଏକ ଏଡିଟେଡ୍‌ ଫଟୋ ପୋଷ୍ଟ କରିଥିଲେ। ଯେଉଁଥିରେ ହ୍ୟାରିସ୍‌ ଦୁର୍ଗା ମା’ଙ୍କ ରୂପରେ ନଜର ଆସିଥିଲେ। ଯଦିଓ ବିରୋଧ ପରେ ଏହି ଫଟୋକୁ ସୋସିଆଲ୍‌ ମିଡିଆରୁ ହଟାଇ ଦିଆଯାଇଛି କିନ୍ତୁ ହ୍ୟାରିସ୍‌ କ୍ଷମା ମାଗନ୍ତୁ ବୋଲି ହିନ୍ଦୁ ସୁମୁଦାୟ ଦାବି କରିଛନ୍ତି।

{"id":347903,"width":413,"height":560,"sizeSlug":"large"}

ପିଲାମାନଙ୍କ ପାଇଁ ବହି ଲେଖୁଥିବା ମୀନା ହ୍ୟାରିସ୍‌ ପୋ​‌ଷ୍ଟ କରିଥିବା ଫଟୋରେ ଉପରାଷ୍ଟ୍ରପତି ପ୍ରାର୍ଥୀ କମଲା ହ୍ୟାରିସ୍‌ଙ୍କୁ ଦୁର୍ଗା ମା’ ଓ ବର୍ତ୍ତମାନର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ରାକ୍ଷସ ମହିଷାସୁର ରୂପରେ ଦେଖାଇଥିଲେ। ମୀନାଙ୍କ ଏହି ଟ୍ବିଟ୍‌ର ଜବାବରେ ହିନ୍ଦୁ ଆମେରିକା ଫାଉଣ୍ଡେସନ୍‌ର ସୁହାଗ ଏ ଶୁକ୍ଳା ଲେଖିଛନ୍ତି,‘ଆପଣ ଦୁର୍ଗା ମା’ଙ୍କ ଫଟୋ ତିଆରି କରି ସେଥିରେ ଅନ୍ୟ ଜଣଙ୍କ ମୁହଁ ଲଗାଇଥିବାରୁ ଏହା ସାରା ବିଶ୍ବର ହିନ୍ଦୁ ସମୁଦାୟକୁ ବ୍ୟଥିତ କରିଛି।’

ଅନ୍ୟପଟେ ଏହାକୁ ଅପମାନଜନକ ବୋଲି କହିଛନ୍ତି ହିନ୍ଦୁ ଏଗେନ୍‌ଷ୍ଟ ଡିଫେମେସନ୍‌ର ଅଜୟ ଶାହ। ଦେବୀ ଓ ଦବୋତଙ୍କୁ ନେଇ ଏଭଳି ଅପମାନଜନକ ପୋଷ୍ଟ ଉପରେ ଆମେରିକାର ହିନ୍ଦୁ ସଂଗଠନ ଜବାବ ମାଗିଛି। ସେପଟେ ହିନ୍ଦୁ ଆମେରିକାନ୍‌ ପଲିଟିକାଲ୍‌ ଆକ୍ସନ କମିଟିର ଋୁ​‌ଷି ଭୁତଡ଼ା କହିଛନ୍ତି ଏହି ଫଟୋ କମଳା ହ୍ୟାରିସ୍‌ଙ୍କ ଦ୍ବାରା ଭାଇରାଲ୍‌ କରାଯାଇନାହିଁ। ଏହି ଫଟୋ ବହୁ ପୂର୍ବରୁ ହ୍ବାଟ୍‌ସଆପ୍‌ରେ ଭାଇରାଲ୍‌ ହେଉଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.