Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ତୃତୀୟ ଦିନିକିଆ: ୩ ଓ୍ବିକେଟ୍‌ରେ ଶ୍ରୀଲଙ୍କା ବିଜୟୀ
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୨୦୪୪ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୪୩୬ ଡିସଚାର୍ଜ
  • ||
  • ରାଜଧାନୀରେ ବଢୁଛି ଆକ୍ଟିଭ କେସ୍ : ଭୁବନେଶ୍ବରରୁ ଦିନକରେ ୩୧୮ କରୋନା ଆକ୍ରାନ୍ତ ଚିହ୍ନଟ, ୨୩୫ ସୁସ୍ଥ
  • ||
  • କୋଭିଡ୍ ସ୍ଥିତି ନିୟନ୍ତ୍ରଣରେ, ତଥାପି ଆସିନି ସମ୍ପୂର୍ଣ୍ଣ ଆଶ୍ୱସ୍ତିର ସମୟ, ସତର୍କତାର ମନ୍ତ୍ର ସହ ମୁଖ୍ୟମନ୍ତ୍ରୀ କହିଲେ- ସ୍ୱାସ୍ଥ୍ୟସେବାକୁ ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା
  • ||
  • +୩ ରେ ସାମିଲ ହେବ ବିପର୍ଯ୍ୟୟ ପରିଚାଳନା କୋର୍ସ, ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି
  • ||
  • ଜି.ଉଦୟଗିରି : ପୁଅ ଓ ଝିଅକୁ କୂଅରେ ଫିଙ୍ଗି ମାରିଦେଲେ, ବାପା ଓ ମା’ ଗିରଫ
  • ||
  • ଭୁବନେଶ୍ବର : ‘ନୀଳାଦ୍ରି ବିଜେ’ ଅବସରରେ ନ୍ୟୁଜ୍ ୭ ପ୍ରସ୍ତୁତ କଲା ଆଉ ୨ଟି ଓଡିଆ ଭଜନ- ‘ବଡଦାଣ୍ଡ କାନ୍ଦେ କଇଁକଇଁ’ ଓ ‘ଏତେ ଅଭିମାନ କିଆଁ’
  • ||
  • ସୁନ୍ଦରଗଡ : ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ମହିଳାଙ୍କ ସମେତ ୨ ଗୁରୁତର
  • ||
  • ଭାରତ-ଶ୍ରୀଲଙ୍କା ତୃତୀୟ ଦିନିକିଆ : କ୍ଲିନ୍ ସ୍ୱିପ୍ ଲକ୍ଷ୍ୟରେ ଟିମ୍ ଇଣ୍ଡିଆ, ସମ୍ମାନ ପାଇଁ ଲଢିବ ଘରୋଇ ଦଳ
  • ||
  • ଗଜପତି : ଖୋଲିବ କି ACFO ସୌମ୍ୟରଞ୍ଜନଙ୍କ ମୃତ୍ୟୁ ରହସ୍ୟ : କାର୍ଯ୍ୟାଳୟରେ ଡିଏଫଓଙ୍କୁ ଚାଲିଛି ଜେରା
  • ||

କରୋନାରେ salmonella ବଢଉଛି ଚିନ୍ତା, କାଲିଫର୍ଣ୍ଣିଆ ପିଆଜକୁ ଦାୟୀ କଲେ ସ୍ୱାସ୍ଥ୍ୟବିଭାଗ

2/08/2020 at 8:29 PM

ୱାସିଂଟନ ୨।୮: କରୋନା ଭାଇରସ ମହାମାରୀ ଥମିବାର ନାଁ ନେଉଥିବା ବେଳେ ଏବେ ଆମେରିକା ଲାଗି ନୂଆ ଚିନ୍ତା ପାଲଟିଛି ‘ସାଲ୍ମୋନେଲା’। ଦେଶର ୩୦ଟି ରାଜ୍ୟରେ ଏହି ସଂକ୍ରମଣ ବ୍ୟାପିଥିବା ବେଳେ ଏପର୍ଯ୍ୟନ୍ତ ୪୦୦ରୁ ଅଧିକ ଲୋକେ ଆକ୍ରାନ୍ତ ହେଲେଣି। ତେବେ ବ୍ୟାପୁଥିବା ସଂକ୍ରମଣର ସମ୍ପର୍କ ନାଲି ପିଆଜ ସହ ଥିବା ବେଳେ କାଲିଫର୍ଣ୍ଣିଆର ଏକ କମ୍ପାନୀକୁ ଏହାର ଉତ୍ସ ବୋଲି ସଂଘୀୟ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି।

ଆମେରିକା ଫୁଡ ଏଣ୍ଡ ଡ୍ରଗ ଆଡମିନେଷ୍ଟ୍ରେସନ ଏ ନେଇ ଏକ ବିବୃତ୍ତି ଜାରି କରିଛନ୍ତି। ଯେଉଁଥିରେ କାଲିଫର୍ଣ୍ଣିଆ ବକର୍ସ ଫିଲ୍ଡର ଥମସନ୍ ଇଣ୍ଟର ନ୍ୟାସନାଲ ଇଂକ୍‌ କରୁଥିବା ପିଆଜ ପୁନଃଚକ୍ରିକରଣ ଯୋଗୁ ଏପରି ପରିସ୍ଥିତି ଉପୁଜିଥିବା ସୂଚିତ କରିଛନ୍ତି। ଦୂଷିତ ଲାଲ ପିଆଜ ସଂସ୍ପର୍ଷରେ ଆସିବା ଯୋଗୁ ଅନ୍ୟ ପିଆଜ ମଧ୍ୟ ଦୂଷିତ ହୋଇଥିବା ବେଳେ ଲୋକେ ଏହାକୁ ଖାଇ ଅସୁସ୍ଥ ହେଉଛନ୍ତି।

ଥମସନ୍‌ ଇଣ୍ଟରନ୍ୟାସନାଲ ଲାଲ ପିଆଜ ସାଙ୍ଗକୁ ସ୍ୱେତ,ହଳଦିଆ ଓ ସ୍ୱିଟ୍ ଓନିୟନ କାରବାର ମଧ୍ୟ କରୁଛନ୍ତି। ତେବେ ସ୍ୱାସ୍ଥ୍ୟମନ୍ତ୍ରାଳୟଙ୍କ ସୂଚନା ପରେ ଅଚାନକ ଥମସନ ଇଣ୍ଟରନ୍ୟାସନାଲ କୌଣସି ପ୍ରତିକ୍ରିୟା ଦେଇ ନାହାନ୍ତି। ଆମେରିକା ସେଣ୍ଟର ଫର ଡିଜିଜ୍ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନସନ୍‌ ସଲ୍ମୋନେଲା ଯୋଗୁ ନ୍ୟୁପୋର୍ଟ ଅଞ୍ଚଳରେ ୩୯୬ ଜଣ ଅସୁସ୍ଥ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ  ୬୦ ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କହିଛନ୍ତି।

ତେବେ ସାଲ୍ମୋନେଲା ଯୋଗୁ ଏପର୍ଯ୍ୟନ୍ତ କାହାର ମୃତ୍ୟୁ ହୋଇନଥିବା ବେଳେ ଗତ ଜୁଲାଇ ୧୦ ତାରିଖରୁ ବ୍ୟାପିବାରେ ଲାଗିଛି। ତେବେ ଜୁନ ଓ ଜୁଲାଇ ମଧ୍ୟ ସପ୍ତାହରୁ ଏହା ବ୍ୟାପୁଥିବାର ଆଶଙ୍କା କରାଯାଉଥିବା ବେଳେ କାନାଡା ସ୍ୱାସ୍ଥ୍ୟ ସଂସ୍ଥାନ ମଧ୍ୟ ମାମଲାର ତଦନ୍ତ କରୁଛନ୍ତି। ତେବେ ଜେନେଟିକ୍ ଫିଙ୍ଗର ପ୍ରିଣ୍ଟରୁ କାନାଡାରେ ବ୍ୟାପୁଥିବା ସାଲ୍ମୋନେଲା ସହ ଆମେରିକା ନ୍ୟୁପୋର୍ଟ ଆକ୍ରାନ୍ତଙ୍କର ସାମଞ୍ଜସ୍ୟ ରହୁଥିବା ଜଣାପଡିଛି।

   Related Posts