ପଦ୍ମପୁରରେ ବଢୁଛି ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା : ଦୁଇ ମୃତ, ଦୁଇ ଗୁରୁତର

Published By : Prameya-News7 Bureau | September 14, 2019 IST

ଗୁଣୁପୁର ୧୪।୯:  ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକର ବିଭିନ୍ନ ଅଞ୍ଚଳରେ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତକାଲି ସନ୍ଧ୍ୟାରେ ପଦ୍ମପୁର ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଅନ୍ୟଜଣେ ପାରଳାଖେମୁଣ୍ଡି ସ୍ଥାନାନ୍ତର ବେଳେ ରାସ୍ତାରେ ମୃତ୍ୟୁ ହୋଇଛି । ମୃତକ ହେଲେ ବମାରିଗୁଡାର ୭୦ ବର୍ଷିଆ ବୁଧବାରୀ ଶବର ।

{"id":157322}

ଅନ୍ୟ ଗୁରୁତରଙ୍କ ଅବସ୍ଥାରେ ଗୁଣପୁର ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇ ଥିବାବେଳେ ଆଉ ୨ ଏବେବି ଗୁରୁତର ଅବସ୍ଥାରେ ପଦ୍ମପୁରରେ ଚିକିତ୍ସିତ ହେଉଛନ୍ତି । ଝାଡାବାନ୍ତିରେ ଆକ୍ରାନ୍ତ ହୋଇ ଗତକାଲି ଭୋରରୁ ପଦ୍ମପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ସ୍ଥାନୀୟ କଟାସ ନଗରର ୭୦ ବର୍ଷିଆ ମହିଳା ଶଶୀରେଖା ରାଉତଙ୍କର ଗତକାଲି ସନ୍ଧ୍ୟାରେ ମୃତ୍ୟୁ ହୋଇଛି ।

{"id":157323}

ଏବେବି ବ୍ଲକର ମାରିଗୁଡା, ପରେପାଙ୍ଗୁ, ବହୁପଦର, ଜୁମୁରୁଗୁଡା ଇତ୍ୟାଦି ସ୍ଥାନରେ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏବେବି ପ୍ରାୟ ୨୩ଜଣ ରୋଗୀ ପଦ୍ମପୁରରେ ଚିକିତ୍ସିତ ହେଉଛନ୍ତି । ଏତେ ସଂଖ୍ୟକ ବେଡ ନଥିବା କାରଣରୁ ରୋଗୀମାନଙ୍କୁ ତଳେ ପକାଇ ଚିକିତ୍ସା କରାଯାଉଥିବା ଜଣାପଡିଛି । ଅପରପକ୍ଷେ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ସହ ଗୋଟିଏ ପରେ ଆଉ ଗୋଟିଏ ଅଞ୍ଚଳକୁ ଏହା ବ୍ୟାପୁଥିବାରୁ ଜଳ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ମେଡିକାଲ ଅଫିସର କହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.