Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କଳାହାଣ୍ଡି : ମମିତା ମେହେର ହତ୍ୟା ଘଟଣା : ମହାଲିଙ୍ଗ୍ ଷ୍ଟାଡିୟମ୍‌ରେ ଅନୁଧ୍ୟାନ କଲେ ମହିଳା କମିଶନ ଅଧ୍ୟକ୍ଷା
  • ||
  • ଭୁବନେଶ୍ବର : ପୁରୀ ନୀଳାଚଳ ହୋଟେଲ ବିକ୍ରି ପାଇଁ ଚାଲିଥିଲା ଯୋଜନା, ୫୦ଲକ୍ଷ ଟଙ୍କା ହେରଫେର ଅଭିଯୋଗରେ ଜଣେ ଗିରଫ
  • ||
  • ଭୁବନେଶ୍ବର : ଶସ୍ତା ରାଜନୀତି କରୁଛି ବିଜେପି, ମମିତା ମେହେର ପ୍ରସଙ୍ଗକୁ ରାଜନୀତିର ରୂପ ଦିଆଯାଉଛି : ବିଜେଡି
  • ||
  • ଭଦ୍ରକ : ଏକତରଫା ପ୍ରେମ : ନାବାଳିକା ଯାଉଥିବା ବାଇକ୍‌କୁ ଗୋଇଠା ମାରି ଗଡାଇଦେଲେ ଯୁବକ, ଏସ୍‌ପିଙ୍କ ଦ୍ବାରସ୍ଥ ହେଲେ ମା’
  • ||
  • ବାରଙ୍ଗ : ନନ୍ଦନକାନନରେ ବିରଳ ହିମାଳୟ ଅଣ୍ଡିରା ଭାଲୁ ‘ମୋତି’ର ମୃତ୍ୟୁ, ୫କୁ ଖସିଲା ସଂଖ୍ୟା
  • ||
  • ଫୁଲବାଣୀ : କନ୍ଧମାଳକୁ ଛୁଇଁଲା ପହିଲି ଶୀତ, କୁହୁଡି ଚାଦରରେ ଢାଙ୍କି ହେଲାଣି ସହର
  • ||
  • କେନ୍ଦୁଝର : ଶିଶୁ କନ୍ୟାର ଉଲଗ୍ନ ମୃତଦେହ ଉଦ୍ଧାର, ବୁଧବାରଠୁ ଝୁମର ନାଚ ଦେଖିବାକୁ ଯାଇ ନିଖୋଜ ଥିଲେ
  • ||
  • ପାକିସ୍ତାନ ବିପକ୍ଷରେ ଭାରତ ଫେଭରେଟ୍, ବିଜୟ ସମ୍ଭାବନା ଅଧିକ : ଅନୁମାନ ଲଗାଇଲେ ମହମ୍ମଦ ଅମିର
  • ||
  • କଣ୍ଟାବାଞ୍ଜି : ଝରଣୀ ଗାଁରେ ମମିତା ମେହେରଙ୍କ ପରିବାରକୁ ଭେଟିଲେ ରାଜ୍ୟ ମହିଳା ଆୟୋଗ ଅଧ୍ୟକ୍ଷାଙ୍କ ସହ ୪ଜଣିଆ ଟିମ୍
  • ||
  • ପନିପରିବା ଖାଇଦେଉଛନ୍ତି ବାର୍‌ହା, ଚିନ୍ତାରେ ଚାଷୀ
  • ||

ଆଇପିଏଲ୍ ଖେଳିଥିବା ସମସ୍ତ ଖେଳାଳି ଦଳରୁ ବାହାର, ନୂତନ ଖେଳାଳିଙ୍କୁ ସୁଯୋଗ ଦେଲା ଇଂଲଣ୍ଡ

18/05/2021 at 10:53 PM

ଲଣ୍ଡନ ୧୮।୦୫: ଇଂଲଣ୍ଡ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। ଏ ନେଇ ଇଂଲଣ୍ଡ ଦଳ ମଙ୍ଗଳବାର ଦଳ ଘୋଷଣା କରିଛି। ଦଳରେ ଜୋସ୍ ବଟଲର ଓ ଜୋନି ବେୟାରଷ୍ଟୋ ସହିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଖେଳିଥିବା ସମସ୍ତ ଷ୍ଟାର ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ଅନ୍ୟପଟେ ଆହତ ସମସ୍ୟା ଦେଇ ଗତି କରୁଥିବା ଜୋଫ୍ରା ଆର୍ଚର ଓ  ବେନ ଷ୍ଟୋକ୍ସଙ୍କ ନାମକୁ ବିଚାରକୁ ନିଆଯାଇ ନାହିଁ। ଇଂଲଣ୍ଡ ଜୁନ ୨ରୁ ଆରମ୍ଭ ହେଉଥିବା ଟେଷ୍ଟ ସିରିଜ୍ ପାଇଁ ୧୫ ଜଣିଆ ଦଳ ଘୋଷଣା କରିଛି।

ଇଂଲଣ୍ଡ ଏବଂ ଓ୍ଵେଲ୍ସ କ୍ରିକେଟ୍ ବୋର୍ଡ(ଇସିବି) ଭାରତରୁ ଫେରିବା ପରେ ୧୦ ଦିନିଆ ପୃଥକବାସରେ ଥିବା ଖେଳାଳିଙ୍କ ସଂଦର୍ଭରେ କହିଛି, ଇଣ୍ଡିଆନ ପ୍ରିମିୟର ଲିଗ୍‌ ସ୍ଥଗିତ ହେବା ପରେ ସ୍ଵଦେଶ ଫେରିଥିବା ମୋଇନ ଅଲ୍ଲୀ, ଜୋନି ବେୟାରଷ୍ଟୋ, ଜୋସ୍ ବଟଲର, ସାମ କରନ ଓ କ୍ରିସ୍ ଓ୍ଵକ୍ସଙ୍କୁ ସିରିଜ୍‌ରୁ ବିଶ୍ରାମ ଦିଆଯାଇଛି। ଦଳରେ ନୂତନ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି।

ଗ୍ଲୋଷ୍ଟସାୟରର ଓ୍ଵିକେଟ୍ କିପର ଜେମ୍ସ ବ୍ରେସି ଓ ସସେକ୍ସର ଦ୍ରୁତ ବୋଲର ଓଲି ରବିନସନଙ୍କୁ ପ୍ରଥମ ଥର ଟେଷ୍ଟ ଦଳରେ ସାମିଲ୍ କରାଯାଇଛି। ସମରସେଟ୍‌ର ଅଲରାଉଣ୍ଡର କ୍ରେଗ୍ ଓଭରଟନଙ୍କ ଦଳକୁ ପ୍ରତ୍ୟାବର୍ତ୍ତନ ହୋଇଛି। ସେ ୨୦୧୯ ସେପ୍ଟେମ୍ଵରରେ ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ମ୍ୟାଚ୍ ଖେଳିଥିଲେ।

ଇଂଲଣ୍ଡ ଦଳ

ଜୋ ରୁଟ୍(ଅଧିନାୟକ), ବେନ ଫୋକ୍ସ, ଡେନ ଲରେନ୍ସ, ଅଲି ପୋପ୍, ଜେମ୍ସ ବ୍ରେସି, ଷ୍ଟୁଆର୍ଟ ବ୍ରଡ, ରୋରି ବନର୍ସ, ଜ୍ୟାକ କ୍ରାଉଲି, ଜେମ୍ସ ଆଣ୍ଡରସନ, ଜ୍ୟାକ୍ ଲିଚ୍, କ୍ରେଗ୍ ଓଭରଟନ, ଓଲି ରବିନସନ, ଡମ ସିବଲେ, ଓଲି ଷ୍ଟୋନ ଓ ମାର୍କ ଉଡ।

   Related Posts