ନିଆରା ବିବାହ: ସମ୍ବିଧାନ ପଢ଼ି ବାହା ହେଲେ ବର-କନିଆଁ, ଆମ୍ବେଦକରଙ୍କ ଫଟୋକୁ ଚାହିଁ ସାତ ଜନ୍ମର ସାଥି ହେବାକୁ ଶପଥ ନେଲେ ଦମ୍ପତି

Published By : Prameya-News7 Bureau | January 17, 2021 IST

ନୂଆଦିଲ୍ଲୀ ୧୭/୦୧: ନା ବାଜୁଥିଲା ବାଜା ନା ଶୁଭୁଥିଲା ମହୁରୀ। ବିବାହ ବେଦୀ ଥିଲା​‌ କିନ୍ତୁ ନଥିଲେ ପୁରୋହିତ। ମନ୍ତ୍ର ଉଚ୍ଚାରଣ ବି ହେଉନଥିଲା। କିନ୍ତୁ ଭାରତୀୟ ସମ୍ବିଧାନକୁ ସାକ୍ଷୀ ରଖି ସାତ ଜନ୍ମର ସାଥିରେ ହେଲେ ଦମ୍ପତି। ଏହି ନିଆରା ବିବାହକୁ ନେଇ ଏବେ ସୁବଠି ଚର୍ଚ୍ଚା। ବ୍ରାହ୍ମଣର ମନ୍ତ୍ର ବଦଳରେ ଉଚ୍ଚାରଣ ହେଉଥିଲା ଭାରତୀୟ ସମ୍ବିଧାନ।

ଏହି ବାହା ଘର ମଧ୍ୟପ୍ରଦେଶର ଖାରଗୋନ୍‌ ଜିଲ୍ଲାରେ ହୋଇଛି। କେବଳ ଭାରତୀୟ ସମ୍ବିଧାନ ନୁହେଁ ବରଂ ବିବାହ ସମୟରେ ବର ବୋହୂ ବି ଆର ଆମ୍ବେଦକର, ବିର୍ସା ମୁଣ୍ଡାଙ୍କ ଭଳି ବହୁ ମହାପୁରୁଷଙ୍କ ନାମ ମଧ୍ୟ ଉଚ୍ଚାରଣ କରିଥିଲେ। ଜିଲ୍ଲା ମୁଖ୍ୟାଳୟରୁ ୩୦ କିମି ଦୂରରେ ଥିବା ଢ଼ାବଲା  ଗାଁରେ ହୋଇଛି ଏମିତି ବାହା ଘର। ହୋମ, ବ୍ରାହ୍ମଣ ବିନା ସୁରୁଖୁରରେ ସମ୍ପନ୍ନ ହୋଇଛି ବାହା ଘର।

ବର ଇକ୍ରମ ଆର୍ସେ ଓ କନିଆଁ ନୈଜା ବି ଆର ଆମ୍ବେଦକରଙ୍କ ଫଟୋକୁ ଚାହିଁ ଭାରତୀୟ ସମ୍ବିଧାନର ଶପଥ ନେଇ ବିବାହ କରିଛନ୍ତି। ଶହ ଶହ ଅତିଥି ଓ ପରିବାର ଲୋକଙ୍କ ଗହଣରେ ଦମ୍ପତି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଜାନୁଆରୀ ୧୫ରେ ବିବାହ ଅନୁଷ୍ଠିତ ହୋଇଥିବା ବେଳେ ଏବେ ବି ଏହାକୁ ନେଇ ଚର୍ଚ୍ଚା ଥମିନି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.