Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୫୭୩ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୨୮୦ ଡିସଚାର୍ଜ
  • ||
  • ଡ୍ରଗ୍ସ ଲିଙ୍କ୍ ମାମଲାରେ NCBରେ ହାଜର ହେଲେ ଅନନ୍ୟା ପାଣ୍ଡେ, ଆର୍ଯ୍ୟନ ସହ ହ୍ବାଟସଆପ୍‌ ଚାଟ୍‌କୁ ନେଇ ମାରାଥନ୍‌ ଜେରା
  • ||
  • ଭୁବନେଶ୍ୱର : STF ପଞ୍ଝାରେ ବ୍ରାଉନସୁଗାର ବେପାରୀ, ୧କୋଟିରୁ ଅଧିକ ଟଙ୍କାର ଧଳାଜହର ଜବତ
  • ||
  • କଳାହାଣ୍ଡି : ମହାଲିଙ୍ଗ୍ ସନସାଇନ୍ ପବ୍ଲିକ୍ ସ୍କୁଲରେ ପ୍ରଶାସନର ତଦନ୍ତ, କାଗଜପତ୍ର ଯାଞ୍ଚ ସହ ଆୟବ୍ୟୟ ଅଟକଳର ଚାଲିଛି ଖୋଳତାଡ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୨୪ କୋଭିଡ୍ ପଜିଟିଭ୍
  • ||
  • ଟି୨୦ ବିଶ୍ୱକପ : ସୁପର-୧୨ରେ ଶ୍ରୀଲଙ୍କା, ୭୦ରନରେ ଆୟରଲ୍ୟାଣ୍ଡକୁ ଦେଲା ମାତ୍
  • ||
  • +୩ରେ ଲକ୍ଷେ ସିଟ୍ ଖାଲି, ଗୁରୁବାର ସ୍ପଟ୍ ଆଡମିଶନ ପାଇଁ ଆବେଦନ
  • ||
  • ରାଜ୍ୟରେ ଖରାଟିଆ ପାଗ, ୨୩ ସୁଦ୍ଧା ଫେରିଯିବ ମୌସୁମୀ
  • ||
  • ରାଜଧାନୀରେ ରହିବନି ମୁକୁଳା ଡ୍ରେନ୍ : ଦୁଇ ପାର୍ଶ୍ୱରେ ଲାଗିବ ତାରଜାଲି, ସମ୍ପ୍ରସାରଣ ହେବ ସଙ୍କୁଚିତ ନାଳ
  • ||

ଔପଦା ଏବଂ ଖଇରା ବ୍ଲକ୍‌ର ଦୁଇଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା

13/05/2020 at 11:11 AM

ସୋର ୧୩।୫: ବାଲେଶ୍ବର ଜିଲ୍ଲା ଔପଦା ବ୍ଲକ ଫତେପୁର ପଞ୍ଚାୟତରରେ ଜଣେ କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି ଜିଲ୍ଲାପାଳ । କଣ୍ଟେନମେଣ୍ଟ ଜୋନରେ ଲୋକ ପ୍ରବେଶ ନକରିବା ପାଇଁ ନିର୍ଦ୍ଦେଶ ଜାରି କରିଛନ୍ତି । ଆଖପାଖ ୬ଟି ଗ୍ରାମକୁ ଲାଗି ଏହି ନିଷିଦ୍ଧାଞ୍ଚଳ ଘୋଷଣା କରାଯାଇଛି। ପାଇକପଡା, ନରଣପୁରର, ହରିଚନ୍ଦନପୁର, କଷପା ଏବଂ କେତେକଝୁରି ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା ପରେ ଉକ୍ତ ଅଞ୍ଚଳରେ ଔପଦା ଅଗ୍ନିଶମ ବିଭାଗ ଦ୍ବାରା ସାନିଟାଇଜ କରାଯାଇଛି । ଫଳରେ ୨ଟି ଗାଁ ଓ ୭ଟି ପ୍ରବେଶ ପଥ ସିଲ୍ ହୋଇଛି ।

ସେହିପରି ଜିଲ୍ଲାର ଖଇରା ବ୍ଲକ୍ ଶୁଣ୍ଡିରା ପଞ୍ଚାୟତରେ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ତରଫରୁ ଆଜି ତତ୍ପରତା ପ୍ରକାଶ ପାଇଛି । ଖଇରା ପ୍ରଶାସନିକ ଅଧିକାରୀଙ୍କ ସମେତ ସ୍ଥାନୀୟ ସରପଞ୍ଚ ସଂକ୍ରମିତ ଅଞ୍ଚଳରେ ପହଞ୍ଚି ଶୁଣ୍ଢିରା ପଞ୍ଚାୟତକୁ ସଂଯୋଗ କରୁଥିବା ୭ଟି ପ୍ରବେଶ ପଥକୁ ସିଲ୍ କରିବା ସହ ଶୁଣ୍ଢିରା ଓ ପୂର୍ବପଡା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ୍ ଘୋଷଣା କରିଛନ୍ତି । ତେବେ ଲୋକଙ୍କ ପାଖରେ ଆତ୍ୟାବଶ୍ୟକୀୟ ସାମଗ୍ରୀ ଫୋନ୍ ଯୋଗେ ଅର୍ଡର ପହଞ୍ଚାଇବାର ବ୍ୟବସ୍ଥା କରିଥିବାର ଜଣାପଡିଛି । ଏହାକୁ ଲଗାଇ ଖଇରା ବ୍ଲକରେ ଆକ୍ରାନ୍ତ ସଂଖ୍ୟା ୧୧କୁ ପହଞ୍ଚିଛି ।

   Related Posts