ଓୟୁଏଟି କୁଳପତିଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ ପ୍ରସଂଗ: କୁଳପତି କହିଲେ ବଦନାମ କରିବାକୁ ଚାଲିଛି ଷଡଯନ୍ତ୍ର
27/02/2019 at 8:28 PM

ଭୁବନେଶ୍ବର୨୭|୨: ଓଡିଶା କୃଷି ଓ ବୈଷୟିକ ବିଶ୍ବ ବିଦ୍ୟାଳୟ କୁଳପତି ଛୁଟିରେ ଯିବା ପ୍ରସଙ୍ଗରେ ମୁହଁ ଖୋଲିଲେ ଓୟୁଏଟିର କୁଳପତି ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ। ବିଶ୍ବ ବିଦ୍ୟାଳୟର କୁଳଧାପତି ତଥା ରାଜ୍ୟ ପାଳଙ୍କ ସଚ୍ଚିବ ଙ୍କୁ ସିଧା ସଳଖ ନିଶାନା କରିଛନ୍ତି ।

ମୁ ଛୁଟି ରହିବାକୁ ଆବେଦନ କରିନି । ବିଭିନ୍ନ ପ୍ରସଙ୍ଗ କୁ ଆଳ କରି କିଛି ସ୍ବାର୍ଥ ନ୍ୟସ୍ତ ବ୍ୟକ୍ତି ବଦନାମ କରିବାକୁ ଚକ୍ରାନ୍ତ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ରାଜଭବନ ପକ୍ଷରୁ କୁଳପତିଙ୍କୁ ଛଟିରେ ଯିବାକୁ ଚିଠିରେ ଦର୍ଶାଯାଇଛି। ଅର୍ଥ ତୋଷାରପାତ, ଅର୍ଥବ୍ୟୟ, ବିଶ୍ବ ବିଦ୍ୟାଳୟ ପରିଚାଳନା ଅନିୟମିତା ଭଳି ବିଭିନ୍ନ ପ୍ରସଙ୍ଗରେ ତାଙ୍କ ବିରୋଧରେ ଆସିଥିବା ଅଭିଯୋଗକୁ ସେ ଖଣ୍ଡନ କରିଛନ୍ତି।

ଯଦି କୁଳପତି ଦାୟିତ୍ବ କାହାକୁ ସରକାର ପ୍ରଦାନ କରନ୍ତି ତା ହେଲେ ମୁ କୁଳପତି ପଦ ଛାଡିବାକୁ ତୟାର ଅଛି ବୋଲି ମଧ୍ୟ କହିଛନ୍ତି।ଏହା ବିଶ୍ବ ବିଦ୍ୟାଳୟ ସହ ମୋତେ ବ୍ୟକ୍ତି ଗତ ଭାବେ ବଦନାମ ରିବାକୁ ଅପପ୍ରୟାସ କରିବାକୁ ଚେଷ୍ଠା କରାଯାଉଛି ବୋଲି ସାମ୍ବାଦିକ ସମ୍ମୀଳନୀରେ କହିଛନ୍ତି ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ର ନାଥ ପଶୁପାଳକ।ସେପେଟ ଏହା ଦ୍ବାରା ବିଶ୍ବ ବିଦ୍ୟାଳୟରେ ଅଚଳାବସ୍ଥା ଜାରି ହୋଇ ପାରେ ବୋଲି କହିଛନ୍ତି ବିଶ୍ବ ବିଦ୍ୟାଳୟ କର୍ମଚାରୀ।