Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଭେଟନାରୀ କଲେଜରେ ଛାତ୍ର ଅଶାନ୍ତି : ଡିନ୍ ନିଯୁକ୍ତିକୁ ବିରୋଧ କରି କଲେଜ ଗେଟରେ ତାଲା

20/12/2018 at 7:17 PM

ଭୁବନେଶ୍ବର ୨୦|୧୨: OUAT ଭେଟନାରୀ କଲେଜରେ ଛାତ୍ର ଅଶାନ୍ତି । ଡିନ୍ ନିଯୁକ୍ତିକୁ ବିରୋଧ କରି କଲେଜ ଗେଟରେ ତାଲା ପକାଇ ଦେଇଥିଲେ ଛାତ୍ରଛାତ୍ରୀ। ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ କାହାକୁ ବି ଭିତରକୁ ଛାଡିନଥିଲେ ।  ଛାତ୍ରଛାତ୍ରୀଙ୍କ ଦାବିକୁ କଲେଜ ଅଧ୍ୟାପକ ସଂଘ ବି ସମର୍ଥନ କରିଥିଲା ।

ଆମର ବାପା କିଏ ? ବାପା କିଏ ? ଗୁରୁବାର ଓୟୁଏଟି ଭେଟନାରୀ କଲେଜରୁ ଏଭଳି ନାରା ଶୁଭୁଥିଲା । କଲେଜ ଗେଟ ଭିତରପଟୁ ତାଲା ପକାଇ ଆନ୍ଦୋଳନ କରୁଥିଲେ ଛାତ୍ରଛାତ୍ରୀ। ବାହାରେ ଠିଆ ହୋଇଥିଲେ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ । କାହାକୁ ବି କଲେଜ ଭିତରକୁ ଛାଡିନଥିଲେ । ଡିନ୍ ନିଯୁକ୍ତିକୁ ବିରୋଧ କରି ଭେଟନାରୀ କଲେଜର ଆନାଟୋମି, ସର୍ଜରୀ, ମେଡିସିନ୍, ଗାଇନିକ୍,ବାୟୋ କେମେଷ୍ଟ୍ରି, ଲାଇଭ ଷ୍ଟକ, ପାଥାଲୋଜି ଭଳି ବିଭିନ୍ନ ବିଭାଗର ଛାତ୍ରଛାତ୍ରୀ ଆନ୍ଦୋଳନରେ ସାମିଲ ହୋଇଥିଲେ । 

ଯୋଗ୍ୟତା ନଥିବା ଲୋକଙ୍କୁ କିଭଳି ଡିନ୍ ପଦବୀରେ ଅବସ୍ଥାପିତ କରାଯାଇଛି ବୋଲି ଛାତ୍ରଛାତ୍ରୀ ପ୍ରଶ୍ନ କରିଛନ୍ତି । ଛାତ୍ରଛାତ୍ରୀଙ୍କୁ ଅଧ୍ୟାପକ ଅଧ୍ୟାପିକାମାନେ ବି ସମର୍ଥନ କରିଥିଲେ ।

କେବଳ ଡିନ୍ ନିଯୁକ୍ତି ନୁହେଁ, ଆନ୍ଦୋଳନ ବେଳେ କଲେଜର ବିଭିନ୍ନ ସମସ୍ୟା ବି ଉଠିଥିଲା ।  

   Related Posts