Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭିସା ଉପରେ ଲାଗିଥିବା କଟକଣା ହଟାଇଲେ ସରକାର
  • ||
  • ଟ୍ୱିଟରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ କବିତା ଲେଖିଲେ ରାହୁଲ
  • ||
  • ମା’ ମାଣିକେଶ୍ଵରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ୧୪୪ ଧାରା ଜାରି
  • ||
  • ପ୍ରକାଶ ପାଇଲା ମାଟ୍ରିକ୍ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ
  • ||
  • ରାୟଗଡାରେ ବୋଲେରୋ-ବାଇକ୍ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ବିନା ଅନୁମତିରେ ଦାଢ଼ି ରଖି ନିଲମ୍ବିତ ହେଲେ ପୋଲିସ ବାବୁ
  • ||
  • ପାଲଘର ମାମଲାରେ ଆଉ ୨୪ ଅଭିଯୁକ୍ତ ଗିରଫ
  • ||
  • ରାଜ୍ୟରେ ଆଉ ୧୫ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ବିହାର ନିର୍ବାଚନ ପାଇଁ ବିଜେପି ଜାରି କଲା ସଂକଳ୍ପ ପତ୍ର
  • ||
  • ରାଜ୍ୟରେ ୧୯୧୩ କରୋନା ସଂକ୍ରମିତ ଚିହ୍ନଟ
  • ||

ସାରୁଅ ଜମି ଜବରଦଖଲ ମାମଲା : ଓଟିଭି ଅଫିସରେ ସ୍ୱତନ୍ତ୍ର ପୋଲିସ ଟିମ୍, ଏସଡିପିଓଙ୍କ ନେତୃତ୍ୱରେ ବିଭିନ୍ନ ପ୍ରସଙ୍ଗରେ ଯାଞ୍ଚ୍ କରିଥିବା ସୂଚନା

9/10/2020 at 10:41 PM

ଭୁବନେଶ୍ୱର, ୦୯|୧୦:  ଓଟିଭି ଅଫିସରେ ଖୋର୍ଦ୍ଧା ପୋଲିସର ସ୍ୱତନ୍ତ୍ର ଟିମ୍ । ଖୋର୍ଦ୍ଧା ଏସପିଙ୍କ ନିର୍ଦେଶକ୍ରମେ  ୫ ଜଣିଆ ଟିମ୍ ଭୁବନେଶ୍ୱର ପଟିଆ ସ୍ଥିତ ଓଟିଭି କାର୍ଯ୍ୟଳୟରେ ସମସ୍ତ କାଗଜପତ୍ର ଯାଞ୍ଚ କରିଛି। ଖୋର୍ଦ୍ଧା ଏସଡିପିଓ ସୁଶିଲ ମିଶ୍ରଙ୍କ ନେତୃତ୍ୱରେ ଟିମ୍ କାଗଜ ପତ୍ରର ଯାଞ୍ଚ୍ କରିଥିଲେ । 

ଦୀର୍ଘ ୭ ଘଣ୍ଟା କାଳ ଯାଞ୍ଚ୍ ଚାଲିଥିଲା ବୋଲି ସୂଚନା ମିଳିଛି। ଆସନ୍ତାକାଲି ମଧ୍ୟ  ଖୋର୍ଦ୍ଧା ପୋଲିସର ଏହି  ଏସଆଇଟି  ତଦନ୍ତ ଜାରି ରହିବ ।  ଏହାସହ ସାରୁଅ ଜମି ଜବରଦଖଲ ମାମଲାରେ ମଧ୍ୟ ପଚରାଉଚରା କରାଯାଇଥିବା ଜଣାପଡିଛି । ଏନେଇ ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ବାଇଁ ସୂଚନା ଦେଇଛନ୍ତି।  

ସେପଟେ ଖୋର୍ଦ୍ଧା ସାରୁଅରେ ଓଟିଭି ଜମି କେଳେଙ୍କାରୀ ମାମଲାରେ ଆଜି ବି ପ୍ରଶାସନ ପକ୍ଷରୁ ବିବାଦୀୟ ଜମି ମାପଚୁପ ଜାରି ରହିଥିଲା । କିଛି ଅଭିଯୋଗକାରୀ ଏବେ ନିଜ ଜମିରେ ବାଡ଼ ବୁଲାଇବା ପରେ ପୋଖରୀ ଓ ଅନ୍ୟ ଲୋକଙ୍କ ଜମିକୁ ରାସ୍ତା ନଥିବା ପ୍ରମାଣିତ ହୋଇଛି । ତେବେ ଲୋକଙ୍କ ଯିବା ଆସିବା ପାଇଁ ଓଟିଭି କର୍ତ୍ତୃପକ୍ଷ ରାସ୍ତା ଛାଡ଼ିଥିବା କଥା ମିଛ ବୋଲି ପ୍ରମାଣିତ ହୋଇଛି । ସମସ୍ୟାର ସମାଧାନ ପାଇଁ ପୁଣି ଦାବି କରିଛନ୍ତି ସ୍ଥାନୀୟ ମଳିକ ସାହି ବାସିନ୍ଦା ।

ଗ୍ରାମବାସୀ ଅଭିଯୋଗ କରିଥିଲେ ଯେ, ଓଟିଭିର ଷ୍ଟୁଡିଓ ନିର୍ମାଣ ଯୋଗୁଁ  ସ୍ଥାନୀୟ ଚାଷୀଙ୍କୁ ନିଜ ଜମିକୁ ଯିବା ପାଇଁ ରାସ୍ତା ନାହିଁ । ଏମିତିକି ସର୍ବସାଧାରଣ ପାଇଁ ରହିଥିବା ପୋଖରୀକୁ ରାସ୍ତା ନାହିଁ ।  ଓଟିଭି କର୍ତ୍ତୃପକ୍ଷଙ୍କ ବିରୋଧରେ ଫେରାଦ୍‌ ହୋଇଥିବା ଦଳିତ ଚାଷୀ ସନାତନ ପାହାଡ଼ସିଂ ଓ ହାଲୁରି ପାହାଡ଼ ସିଂ ତାଙ୍କ ଜମିରେ ବାଡ଼ ପକାଇବା ପରେ ଏହା ସ୍ପଷ୍ଟ ହୋଇଛି । ପୋଖରୀକୁ ଯିବାକୁ ଥିବା ଅଣଓସାରିଆ ରାସ୍ତା ବନ୍ଦ ହୋଇଯାଇଛି । ଓଟିଭି କର୍ତ୍ତୃପକ୍ଷ ସ୍ଥାନୀୟ ଚାଷୀଙ୍କ ଯିବା ଆସିବା ପାଇଁ ରାସ୍ତା ଦେଇଥିବା ନେଇ ଯେଉଁ କଥା କହୁଥିଲେ ସେଥିରେ ସତ୍ୟତା ନଥିବା ସେମାନେ ଅଭିଯୋଗ କରିଛନ୍ତି ।

   Related Posts