Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲା : ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନିକଟରେ ପକ୍ଷ ରଖିଲେ ଓଟିଭି ଏମ୍‌ଡି

5/11/2020 at 3:04 PM

ଭୁବନେଶ୍ବର ୫।୧୧: ଭୁବନେଶ୍ବରରେ ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ପକ୍ଷ ରଖିଲେ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା । ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗଙ୍କ ନିକଟରେ ପକ୍ଷ ରହିଛନ୍ତି ଜଗି ପଣ୍ଡା । ମାମଲା ନାକଚ କରିବାକୁ ଆବେଦନ କରିଥିବା ଜଣାପଡିଛି ।

ରାଜଧାନୀରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଓଟିଭି ଏମ୍‌ଡିଙ୍କୁ ହାଜର ହେବାକୁ ନୋଟିସ କରିଥିଲେ ମହିଳା କମିଶନ । ପ୍ରଥମ ଥର ସେ ମହଳା କମିଶନଙ୍କ କାର୍ଯ୍ୟାଳୟକୁ ଆସିଥିଲେ ମଧ୍ୟ କାମ ଥିବା ଆଳ ଦେଖାଇ ହାଜର ହୋଇନଥିଲ । ପରେ ପୁଣି କମିଶନଙ୍କ ପକ୍ଷରୁ ତାଙ୍କୁ ନୋଟିସ କରାଯାଇଥିଲା । ମାତ୍ର ବ୍ୟକ୍ତିଗତ ଭାବେ ହାଜର ହେବା ପରିବର୍ତ୍ତେ ପ୍ରତିନିଧିଙ୍କ ଜରିଆରେ ମାମଲାରୁ ନିଜ ନାମକୁ ବାଦ୍ ଦେବାକୁ କମିଶନଙ୍କୁ ଜଗି ପଣ୍ଡା ନିବେଦନ କରିଥିଲେ । ତାଙ୍କ ଆବେଦନ ଖାରଜ କରିଥିଲେ ମହିଳା କମିଶନ । ଏବେ ପୁଣି ଶିଶୁ ଅଧିକାର କମିଶନଙ୍କ ନିକଟରେ ମାମଲା ଖାରଜ ପାଇଁ ଆବେଦନ କରିଛନ୍ତି ।

ଅନ୍ୟପଟେ ଭୁବନେଶ୍ବର ଡିସିପି ତଦନ୍ତ ରିପୋର୍ଟ ଆୟୋଗଙ୍କୁ ଦେଇସାରିଛନ୍ତି । କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରୁଥିବାରୁ କ୍ରାଇମବ୍ରାଞ୍ଚକୁ ସମସ୍ତ ତଥ୍ୟ ଦିଆଯାଇଛି ।

   Related Posts