Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଡବଲ୍‌ ଝଟକାରୁ ଓଟିଭି ଏମ୍‌ଡିଙ୍କୁ ନିସ୍ତାର ମିଳୁନି : ଜମି କେଳେଙ୍କାରୀ ଘଟଣାରେ ସାରୁଅରେ ପୁଣି ମାପଚୁପ, ସେପଟେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ଦସ୍ତାବିଜ ଦାଖଲ କଲେ ପ୍ରତିନିଧି

6/10/2020 at 2:46 PM

ଭୁବନେଶ୍ବର ୬।୧୦: ଓଟିଭି ପାଇଁ ବଢିଲା ଅଡୁଆ । ଗୋଟିଏ ପଟେ ସାରୁଅ ଜମି ହଡପ ଘଟଣାର ତଦନ୍ତ ଜୋର ଧରିଥିବା ବେଳେ ଅନ୍ୟପଟେ ନାବାଳିକା ଦୁଷ୍କର୍ମ ଘଟଣାକୁ ନେଇ ବଢୁଛି ଅଡୁଆ । ଖୋର୍ଦ୍ଧା ସାରୁଅରେ ଓଟିଭି ଏମଡିଙ୍କ ଜମି କେଳେଙ୍କାରୀ ଘଟଣାରେ ତନାଘନା ଜାରି ରହିଛି । ଏହି ମାମଲାରେ ଆକ୍ସନ ମୋଡକୁ ଆସିଛି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ । ଆଜି ମଧ୍ୟ ପ୍ରଶାସନ ପକ୍ଷରୁ ପୁନର୍ବାର ମାପଚୁପ ଜାରି ରହିଛି ।  ଅଭିଯୋଗ ହୋଇଥିବା ଜମି ସ୍ଥଳକୁ ଜଟଣୀ ଓ ବେଗୁନିଆ ଆରଆଇ ପହଞ୍ଚି ମିଳିତ ଭାବେ ମାପଚୁପ କରିଛନ୍ତି । ସାରୁଅରେ ଜମି ସ୍ଥଳରେ ୭ ଜଣିଆ ଟିମ୍ ମାପଚୁପ  କରିଛନ୍ତି । ମାମଲାରେ ଓଟିଭି ଏମଡି ଓ ଏତଲାକାରୀଙ୍କୁ ପ୍ରଶାସନ ନୋଟିସ୍ ଜାରି କରିଛି ।

ସୂଚନାଯୋଗ୍ୟ ଯେ, ଓଟିଭି ଏମ୍‌ଡିଙ୍କ ନାଁରେ ଖୋର୍ଦ୍ଧା ଜିଲ୍ଲା ବାଘମାରୀ ଥାନାରେ ଅଭିଯୋଗ ହୋଇଥିଲା । ଏସ୍‌ସି / ଏସ୍‌ଟି ଆଇନରେ ମାମଲା ରୁଜୁ ହୋଇଥିଲା । ଖୋର୍ଦ୍ଧା ସାରୁଅରେ ଜମି ମାଡି ବସିଥିବା ମାମଲାରେ ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡାଙ୍କ ନାଁରେ ମାମଲାର ରୁଜୁ ହୋଇଥିଲା । ଏଥି ସହିତ ଜଗି ମଙ୍ଗତ ପଣ୍ଡାଙ୍କ ବାପା ଓ ଭାଇଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଥିଲା । ଏସସି- ଏସଟି ଆଇନ ୩ (୧)(ଏଫ)(ଜି), ୨(ଭିଏ) ଆଧାରରେ ମାମଲା ରୁଜୁ ହୋଇଥିଲା । ଆଇପିସିର ଧାରା ୪୪୭, ୫୦୬, ୩୪୧ ପିସିରେ ମାମଲା ରୁଜୁ ହୋଇଥିଲା । ଓଟିଭି ଏମଡିଙ୍କ ବିରୋଧରେ ଜମି ମାଡି ବସିଥିବା ଅଭିଯୋଗରେ ଜିଲ୍ଲାପାଳଙ୍କ ପାଖରେ ଫେରାଦ ମଧ୍ୟ ହୋଇଥିଲେ ଗ୍ରାମବାସୀ।

୨୦୧୩ ମସିହାରେ ଲୋକଙ୍କୁ ବିଭିନ୍ନ ଆଳ ଦେଖାଇ ସାରୁଅ, ଜୟମଙ୍ଗଳ ଓ ଗୌଡପୁଟ ଗାଁରେ ଜମି କିଣିଥିଲେ । ସେଠାରେ ବଡ ବଡ ଘର ପାଚେରି, ପୋଖରୀ ଏବଂ ରାସ୍ତା ନିର୍ମାଣ କରିଥିଲେ । ତେବେ ରାସ୍ତା ବନ୍ଦ କରିଥିବାରୁ ଚାଷ ଜମିକୁ ଗାଁ ଲୋକେ ଯାଇ ପାରୁନଥିବା ଅଭିଯୋଗ ହୋଇଥିଲା ।

ସେପଟେ ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ଘଟଣାରେ ତନାଘନା । ଏହି ମାମଲାରେ ମହିଳା କମିଶନରେ ହାଜର ହୋଇଛନ୍ତି ଓଟିଭି ଏମଡିଙ୍କ ପ୍ରତିନିଧି । ନିଜ ଓକିଲଙ୍କ ସହ ହାଜର ହୋଇଛନ୍ତି ଓଟିଭି ଏମଡିଙ୍କ ପ୍ରତିନିଧି । ମହିଳା କମିଶନଙ୍କ ପକ୍ଷରୁ ଏହି ମାମଲା ସମ୍ବନ୍ଧୀୟ କାଗଜପତ୍ର ଦାଖଲ କରିବାକୁ ନିର୍ଦ୍ଦେଶ ରହିଥିଲା । ଗତକାଲି କାଗଜପତ୍ର ଦାଖଲ କରିନଥିଲେ । ତେବେ ଆଜି ଓକିଲଙ୍କ ସହ ହାଜର ହୋଇଛନ୍ତି ଓଟିଭି ଏମଡିଙ୍କ ପ୍ରତିନିଧି ।

ସେପଟେ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା କରିଛନ୍ତି ଯେ, ମଗା ଯାଇଥିବା କାଗଜପତ୍ର ଦାଖଲ କରିଛନ୍ତି ଓଟିଭି ଏମଡିଙ୍କ ପ୍ରତିନିଧି । ଗଠନ ହୋଇଥିବା କମିଟି କାଗଜପତ୍ର ଯାଞ୍ଚ କରିବେ । ଯାଞ୍ଚ ପରେ ପରବର୍ତ୍ତୀ ତାରିଖ ଘୋଷଣା କରାଯିବ । ମାମଲା ଯଥାଶୀଘ୍ର ସାରିବାକୁ ଚେଷ୍ଟା କରୁଛୁ । ଯେତେ ପ୍ରଭାବଶାଳୀ ଲୋକ ହେଲେ ବି ଆଇନ ଆଗରେ ସମସ୍ତେ ସମାନ ବୋଲି ମହିଳା କମିଶନ କହିଛନ୍ତି । ଭୁବନେଶ୍ବର ଡିସିପିଙ୍କୁ ତଦନ୍ତ ରିପୋର୍ଟ ପ୍ରସଙ୍ଗରେ କହିଛନ୍ତି ଯେ, ରିପୋର୍ଟ ଦେବାକୁ ରିମାଇଣ୍ଡର ନୋଟିସ୍ କରାଯାଇଛି ।

   Related Posts