Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା : ମହିଳା କମିଶନଙ୍କ ନିକଟରେ ହାଜର ହେଲେନି ଓଟିଭି ଏମ୍‌ଡି

21/10/2020 at 5:02 PM

ଭୁବନେଶ୍ବର ୨୧।୧୦: ମହିଳା କମିଶନଙ୍କ ନିକଟରେ ହାଜର ହେଲେନି ଓଟିଭି ଏମଡି ଜଗି ମଙ୍ଗତ ପଣ୍ଡା । ଭୁବନେଶ୍ବର ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ମହିଳା କମିଶନଙ୍କ ପକ୍ଷରୁ ସମନ ହୋଇଥିଲା । ସମନ ହେବା ସତ୍ତ୍ବେ ବି ମହିଳା କମିଶନଙ୍କ ନିକଟରେ ହାଜର ହୋଇନାହାନ୍ତି ଜଗି । ତାଙ୍କ ବଦଳରେ ତାଙ୍କ ପ୍ରତିନିଧି ହାଜର ହୋଇଥିବା ଜଣାଯାଇଛି ।

ସେହିପରି ଓଟିଭି ସିଇଓ ଏବଂ ଓଟିଭି ବିଶାଖା କମିଟିର ଅଧ୍ୟକ୍ଷା ମଧ୍ୟ ମହିଳା କମିଶନଙ୍କ ନିକଟରେ ହାଜର ହୋଇନାହାନ୍ତି । ଉଭୟ ମଧ୍ୟ ପ୍ରତିନିଧି ପଠାଇଥିବା ଜଣାପଡିଛି । ଏ ସମସ୍ତଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବା ପାଇଁ ରାଜ୍ୟ ମହିଳା କମିଶନ ସମନ କରିଥିଲେ । ମାତ୍ର କେହି ହେଲେ ବି ବ୍ୟକ୍ତିଗତ ଭାବେ ହାଜର ହୋଇନଥିବା ଜଣାପଡିଛି ।

ଅନ୍ୟପଟେ ଅଭିଯୋଗକାରିଣୀ ନିଜ ଓକିଲଙ୍କ ସହିତ ମହିଳା କମିଶନଙ୍କ ନିକଟରେ ଉପସ୍ଥିତ ରହିଥିଲେ । ପୂର୍ବରୁ ଦୁଇ ଦୁଇ ଥର ମହିଳା କମିଶନଙ୍କ ନିକଟରେ ଓଟିଭି ଏମ୍‌ଡି ଜଗି ମଙ୍ଗତ ପଣ୍ଡା ହାଜର ହୋଇନଥିବା ବେଳେ ଏଥର ମଧ୍ୟ ହାଜର ହୋଇନାହନ୍ତି ।

   Related Posts