ଭୁବନେଶ୍ବର୩/୧୧: ସାରୁଅ ଜମି କେଳେଙ୍କାରୀ ମାମଲାରେ କୋର୍ଟରେ ହାଜର ହେଲେ ଓଟିଭି ସିଏଫ୍ଓ ମନୋରଞ୍ଜନ ଷଡଙ୍ଗୀ। ଅନ୍ୟପଟେ ଇନ୍ଫ୍ରା ଟେକ୍ ପ୍ରାଇଭେଟ୍ ଲିମିଟେଡର ପାୱାର ଅଫ୍ ଆଟର୍ଣ୍ଣିଂ ଶିବ ପ୍ରସାଦ ଶ୍ରୀଚନ୍ଦନଙ୍କୁ ଜେରା କରାଯାଇଛି। ଓଟିଭି ସିଏଫ୍ଓଙ୍କୁ ପୁଣି ଥରେ ରିମାଣ୍ଡରେ ନେଇପାରେ ତଦନ୍ତକାରୀ ଟିମ୍।
ମଙ୍ଗବାର ଏହି ମାମଲାରେ ଦୁହିଁଙ୍କୁ ମୁହାଁମୁହିଁ ଜେରା କରିଛି କ୍ରାଇମବ୍ରାଞ୍ଚ EOW।ଜମି କିଣାବିକାରେ କାହା କାହାର ସମ୍ପୃକ୍ତି ରହିଛି ସେନେଇ କ୍ରାଇମ୍ବ୍ରାଞ୍ଚ ତନାଘନା ଆରମ୍ଭ କରିଛି। ସେପଟେ ଆଜି ସରିଛି ଓଟିଭି ସିଏଫ୍ଓ ମନୋରଞ୍ଜନ ଷଡଙ୍ଗୀଙ୍କ ରିମାଣ୍ଡର ଅବଧି।
ପୁଣି ଥରେ ଓଟିଭି ସିଏଫ୍ଓଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିବେ ତଦନ୍ତକାରୀ ଟିମ୍। ଆଜି ଅପରାହ୍ନରେ ଭୁବନେଶ୍ବର ଜିଲ୍ଲା ଦୌରାଜଜ୍ କୋର୍ଟରେ ମନୋରଞ୍ଜନ ଷଡଙ୍ଗୀ ହାଜର ହୋଇଛନ୍ତି। ସୂଚନାଥାଉକି ମନୋରଞ୍ଜନଙ୍କୁ ୨ ଦିନିଆ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ।