Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରିବାର ପାଇଁ ଏତିକି ସମ୍ପତ୍ତି ଛାଡି ଯାଇଛନ୍ତି କଂଗ୍ରେସର ଚାଣକ୍ୟ ଅହମଦ ପଟେଲ
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୬ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ମୃତକଙ୍କ ସଂଖ୍ୟା ୧୬୮୭ରେ ପହଞ୍ଚିଲା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୭୩୦ କରୋନା ସଂକ୍ରମିତ, ୩୧୬୦୦୧ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଦ୍ୱିତୀୟ AIIMS ପ୍ରତିଷ୍ଠା ପାଇଁ ପ୍ରସ୍ତାବ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ
  • ||
  • ପୁରୀ : ବାହାର ଭକ୍ତଙ୍କୁ ପୁରୀ ମନା, ନାଗାର୍ଜୁନ ବେଶ ପାଇଁ ଜିଲ୍ଲା ପ୍ରଶାସନର କଟକଣା
  • ||
  • ଭିଜିଲାନ୍ସ ଜାଲରେ ଓଡିଶା ବନୀକରଣ ଅତିରିକ୍ତ ପିସିସିଏଫ୍, ଭୁବନେଶ୍ବରର ୫ଟି ଓ ମୁମ୍ବାଇ ଏବଂ ପୁନେର ୭ଟି ସ୍ଥାନରେ ଚଢାଉ
  • ||
  • କଂଗ୍ରେସର ବରିଷ୍ଠ ନେତା ଅହମଦ ପଟେଲଙ୍କ ପରଲୋକ : କରୋନାରେ ସଂକ୍ରମିତ ହୋଇ ଚାଲିଥିଲା ଚିକିତ୍ସା
  • ||
  • Snack Video ସମେତ ପୁଣି ୪୩ଟି ମୋବାଇଲ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର
  • ||

ମନୋରଞ୍ଜନ ଷଡଙ୍ଗୀଙ୍କ ଜାମିନ ଶୁଣାଣି ମଙ୍ଗଳବାରକୁ ଘୁଞ୍ଚିଲା : ପୁଣି ମୁହଁ ଖୋଲିଲେ ହରିହର ମିଶ୍ର… ‘ସାରୁଅ ଜମି ଦୁର୍ନିତୀର ଚେର ଜଗି-ବୈଜୟନ୍ତ’

9/11/2020 at 5:09 PM

ଭୁବନେଶ୍ବର ୯।୧୧: ସାରୁଅ ଜମି କେଳେଙ୍କାରୀ ମାମଲା ଓଟିଭି ସିଏଫଓ ମନୋରଞ୍ଜନ ଷଡଙ୍ଗୀଙ୍କ ଜାମିନ ଆବେଦନର ଶୁଣାଣି ଘୁଞ୍ଚିଲା । ମଙ୍ଗଳବାର ଭୁବନେଶ୍ବର ଜିଲ୍ଲା ଓ ଦୌରାଜଜ୍ଙ୍କ କୋର୍ଟରେ ଜାମିନ ଆବେଦନର ଶୁଣାଣି ହେବ ।

ଅନ୍ୟପଟେ ପୁଣି ମୁହଁ ଖୋଲିଛନ୍ତି ମନୋରଞ୍ଜନ ଷଡଙ୍ଗୀଙ୍କ ଶାଳକ ହରିହର ମିଶ୍ର । ସୋମବାର ମନୋରଞ୍ଜନ ଷଡଙ୍ଗୀଙ୍କ ଅନ୍ତରୀଣ ଜାମିନ ଆବେଦନର ଶୁଣାଣି ଥିଲା । ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି । ଏହି ସମୟରେ ମନୋରଞ୍ଜନଙ୍କ ଶାଳକ ହରିହର ମିଶ୍ର କହିଛନ୍ତି, ତଦନ୍ତ ପ୍ରକ୍ରିୟା ଉପରେ ଆମର ବିଶ୍ବାସ ରହିଛି । କର୍ମଚାରୀ ଏଠି ହଇରାଣ ହେଉଛି, କିନ୍ତୁ ମନ୍ଦିର ଭିତରେ କିଏ ନାଁ ମୁଁ କଦଳୀ ଖାଇନି ନ୍ୟାୟରେ ମାଲିକ ବୈଜୟନ୍ତ ପଣ୍ଡା ଅଭିନୟ କରୁଛନ୍ତି । ହରିହର କହିଛନ୍ତି ଓଡିଶା ଇନଫ୍ରାଟେକ୍ କମ୍ପାନୀରେ ବୈଜୟନ୍ତଙ୍କର ୭୫ ପ୍ରତିଶତ ସେୟାର, ଜଗି ପଣ୍ଡାଙ୍କର ୧୦ ପ୍ରତିଶତ ସେୟାର, ଓଡିଶା ଟିଭିର ୧୦ ପ୍ରତିଶତ ସେୟାର, ସାଢ଼େ ୪ ପ୍ରତିଶତ ସେୟାର ପଣ୍ଡା ଇନଭେଷ୍ଟମେଣ୍ଟ କମ୍ପାନୀର ରହିଛି ।

କମ୍ପାନୀ ସେୟାର ହୋଲ୍ଡର କମ୍ପାନୀର ଲାଭ ନିଅନ୍ତି କିନ୍ତୁ ମୂଲିଆ ନିଏ ନାହିଁ । ସେମାନେ ଲାଭ ଖାଇଲେ, ଅଥଚ ମୋ ଭିଣୋଇ ଜୀବନ ସହ ଯୁଦ୍ଧ କରି ହସ୍ପିଟାଲରେ ପଡିଛନ୍ତି । କିନ୍ତୁ ନିଜେ ସଂସ୍ଥା ମାଲିକାଣୀ ଅନ୍ତରୀଣ ଜାମିନ ଆଣି ଲୁଚିଛନ୍ତି । ଇଓଡବ୍ଲ୍ୟୁ ଉପରେ ଆମର ବିଶ୍ବାସ ରହିଛି । କିନ୍ତୁ ଦୁଃଖର କଥା ଚେରକୁ ନଧରି ଗଛର ଅଗକୁ ଧରାଯାଇଛି । ଜଗି ଓ ବୈଜୟନ୍ତ ପଣ୍ଡା ହେଉଛନ୍ତି ଚେର । ଅଗ କାଟିଲେ ଗଛ ଆଉଥରେ କଅଁଳିବ । କିନ୍ତୁ ଚେର ଉପାଡିଲେ ସବୁ ସତ ପଦାକୁ ଆସିବ । ଓଡ଼ିଶାର ୪ କୋଟି ଲୋକ ଜାଣନ୍ତୁ ଦୋଷୀ କିଏ । ନହେଲେ ପ୍ରକୃତ ଦୋଷୀ ଖସିଯିବେ । ବୈଜୟନ୍ତ ଓ ଜଗି ହେଉଛନ୍ତି ବଡ଼ମାଛ । ସେମାନଙ୍କୁ ତଦନ୍ତ ପରିସର ଭୁକ୍ତ କଲେ ଜମି ଦୁର୍ନୀତିର ପର୍ଦ୍ଦାଫାସ ହୋଇପାରିବ ।

   Related Posts