OTV ସିଏଫ୍‌ଓ ଗିରଫ: କ୍ୟାପିଟାଲ ହସ୍ପିଟାଲରେ ହେଲା ସ୍ବାସ୍ଥ୍ୟ ପରୀକ୍ଷା

Published By : Prameya-News7 Bureau | November 01, 2020 IST

ଭୁବନେଶ୍ୱର ୦୧/୧୧ : ସାରୁଅ ଜମି କେଳାଙ୍କାରୀ ଅଭିଯୋଗରେ ଓଟିଭି ସିଏଫ୍‌ଓ ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ଗିରଫ କଲା କ୍ରାଇମ୍ ବ୍ରାଞ୍ଚ। କ୍ରାଇମ୍ ବ୍ରାଞ୍ଚ ତାଙ୍କୁ ପଚରାଉଚରା ପରେ ଗିରଫ କରିଥିବା ସୂଚନା ମିଳିଛି। କ୍ୟାପିଟାଲ ହସ୍ପିଟାଲରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିବା ସୂଚନା ମିଳୁଛି।  ସାରୁଅ ଜମି କେଳେଙ୍କାରୀ ମାମଲାରେ ଷଡ଼ଙ୍ଗୀଙ୍କୁ ଆଜି କ୍ରାଇମ୍‌ବ୍ରାଞ୍ଚ ପଚରାଉଚାରା କରିଥିଲା।

 ସୂଚନା ଥାଉକି  ଓଟିଭି ମୁଖ୍ୟ ଆର୍ଥିକ ଅଧିକାରୀ ତଥା ସିଏଫ୍‌ଓ ଆଜି  ମନୋରଞ୍ଜନ ଷଡ଼ଙ୍ଗୀଙ୍କୁ ପଚରା ଉଚରା କରୁଥିଲା କ୍ରାଇମବ୍ରାଞ୍ଚ । ପୂର୍ବରୁ କ୍ରାଇମବ୍ରାଞ୍ଚରେ ହାଜର ହୋଇଥିଲେ ଓଟିଭି CFO ।  ଆଜି ତାଙ୍କୁ ପୁଣିଥରେ କ୍ରାଇମବ୍ରାଞ୍ଚ ପଚରାଉଚରା କରିଥିଲା।

ଚଞ୍ଚକତା କରି ସାରୁଅଠାରେ ଜମି କିଣିଥିବା ନେଇ ଓଟିଭି ନାଁରେ ଅଭିଯୋଗ ଆସିଥିଲା ।  ଏହି ଜମି ଚାରିପଟେ ବେଆଇନ ଭାବରେ ପାଚେରୀ ବୁଲାଇ ସ୍ଥାନୀୟ ଲୋକଙ୍କ ବାଟ ବନ୍ଦ କରୁଥିବା ନେଇ ଅଭିଯୋଗ ଆସିବା ପରେ ସ୍ଥାନୀୟ ପ୍ରଶାସନ ତଦନ୍ତ କରୁଛି ।  ଏହି ଅଭିଯୋଗ ପରେ ଜମି ଚାରିପଟେ ବୁଲା ଯାଇଥିବା ପାଚେରୀ ଭଙ୍ଗା ଯାଇଥିଲା । ଖୋର୍ଦ୍ଧା ସାରୁଅ ଜମି କେଳାଙ୍କାରୀ ଅଭିଯୋଗରେ କ୍ରାଇମ୍‌ ବ୍ରାଞ୍ଚ ଓଟିଭି ସିଏଫ୍‌ଓଙ୍କୁ ଗିରଫ କରି ତଦନ୍ତ ଚଳାଇଥିବା ଜଣାପଡିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.