Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିସିସିଆଇର ଘୋଷଣା-ଫେବୃଆରୀ ୧୮ରେ ଚେନ୍ନାଇରେ ହେବ ଆଇପିଏଲ ୨୦୨୧ ପାଇଁ ଖେଳାଳିଙ୍କ ନିଲାମୀ
  • ||
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

ମୁଣ୍ଡ ନୁଆଁଇଲେ ଓଟିଭି କର୍ତ୍ତୃପକ୍ଷ, ମାନି ନେଲେ ଆନ୍ଦୋଳନକାରୀଙ୍କ ସବୁ ଦାବି, ଶ୍ରମ ଅଧିକାରୀଙ୍କ ଉପସ୍ଥିତିରେ ନିଷ୍ପତ୍ତିରେ ପହଞ୍ଚିଲେ ଉଭୟ ପକ୍ଷ

27/11/2020 at 4:22 PM

ଭୁବନେଶ୍ଵର ୨୭।୧୧: ମୁଣ୍ଡ ନୁଆଁଇଲେ ଓଟିଭି କର୍ତ୍ତୃପକ୍ଷ। ଶେଷରେ ସାରୁଅ ଠିକା କର୍ମଚାରୀଙ୍କ ସବୁ ଦାବିକୁ ମାନିଲେ OTV ଆଧିକରୀ। ଶ୍ରମ ବିଭାଗର ହସ୍ତକ୍ଷେପ ପରେ ଦୀର୍ଘ ୨୭ ଦିନ ଧରି ସାରୁଅ ଷ୍ଟୁଡିଓ ସମ୍ମୁଖରେ ଚାଲିଥିବା ଆନ୍ଦୋଳନର ଯବନିକା ପଡିଛି। OTV କର୍ତ୍ତୃପକ୍ଷଙ୍କ ଠାରୁ ଦାବି ପୂରଣ ନେଇ ପ୍ରତୁିଶ୍ରୁତି ପାଇବା ପରେ ଆନ୍ଦୋଳନ ପ୍ରତ୍ୟାହାର ନେଇ ସହମତି ପ୍ରକାଶ କରିଛନ୍ତି ଅସ୍ଥାୟୀ କର୍ମଚାରୀ। ଭୁବନେଶ୍ୱର ଡିଭିଜନାଲ ଲେବର କମିଶନରଙ୍କ କାର୍ଯ୍ୟାଳୟରେ ଦୁଇଟି ପର୍ଯ୍ୟାୟରେ ପୃଥକ ପୃଥକ ଭାବେ ଦୁଇଟି ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ପ୍ରଥମ ପର୍ଯ୍ୟାୟରେ ଆନ୍ଦୋଳନରତ ଅସ୍ଥାୟୀ କର୍ମଚାରୀଙ୍କ ୫ଦଫା ଦାବିକୁ ନେଇ ଆଲୋଚନା ଜାରି କରିଥିଲେ। ପରେ ସାରୁଅ ଷ୍ଟୁଡ଼ିଓରେ ଠିକାଦାରଙ୍କ ଅଧୀନରେ କାର୍ଯ୍ୟରତ ୯ଜଣ ଚୁକ୍ତିଭିତ୍ତିକ ଶ୍ରମିକଙ୍କ ଦାବି ଉପରେ ମଧ୍ୟ ହୋଇଥିଲା ଆଲୋଚନା। ଡିଭିଜନାଲ ଶ୍ରମ ଅଧିକାରୀ ଡ଼ଃ ପ୍ରଶାନ୍ତ କୁମାର ତ୍ରିପାଠୀଙ୍କ ଉପସ୍ଥିତିରେ ଶ୍ରମ କାର୍ଯ୍ୟାଲୟରେ ଓଟିଭିର ଏଚ ଆର ମୁଖ୍ୟ ପାର୍ଥ ନନ୍ଦି, ଅନ୍ୟଜଣେ ସହଯୋଗୀଙ୍କ ସହିତ ଆନ୍ଦୋଳନରତ କର୍ମଚାରୀଙ୍କ ଆଲୋଚନା ହୋଇଥିଲା। ଆଲୋଚନା ସମ୍ପର୍କରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବେ ଭୁବନେଶ୍ୱର ଡିଭିଜନାଲ ଲେବର କମିଶନର ସୂଚନା ଦେଇଛନ୍ତି।

ଏହା ପୂର୍ବରୁ ଶ୍ରମ ବିଭାଗ ପକ୍ଷରୁ ଓଟିଭି କର୍ତ୍ତୃପକ୍ଷଙ୍କୁ ଏନେଇ ନୋଟିସ ଦିଆଯାଇଥିଲା। ଓଟିଭି କର୍ତ୍ତୃପକ୍ଷ ପଟିଆ ସ୍ଥିତ କାର୍ଯ୍ୟାଳୟ ଓ ସାରୁଅ ଷ୍ଟୁଡିଓ ସମେତ ଅନ୍ୟ କୋଉଠି କୋଉଠି କେତେ ଠିକାଦାର ବା ଠିକା ସଂସ୍ଥାକୁ ନିୟୋଜିତ କରିଛନ୍ତି, ଠିକସଂସ୍ଥା ଜରିଆରେ କେତେଜଣ ଶ୍ରମିକ ନିୟୋଜିତ ଅଛନ୍ତି ତାର ବିସ୍ତୃତ ତଥ୍ୟ ପ୍ରଦାନ କରିବାକୁ ଶ୍ରମ ବିଭାଗ ପକ୍ଷରୁ କୁହାଯାଇଥିଲା। ଏନେଇ ସଠିକ ତଥ୍ୟ ଦେଇନଥିବା ସୂଚନା ରହିଛି। ପୂର୍ବରୁ ଓଟିଭି କର୍ତ୍ତୃପକ୍ଷ କାଳକ୍ଷେପଣ ନୀତି ଅବଲମ୍ବନ କରି ତଦନ୍ତରେ ସହଯୋଗ କରିନଥିଲେ। ସେପଟେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଯୋଗୁଁ ସେମାନଙ୍କୁ ନ୍ୟାୟ ମିଳିଥିବା କହିଛନ୍ତି ଆଲୋଚନାରେ ଭାଗ ନେଇଥିବା ଅସ୍ଥାୟୀ କର୍ମଚାରୀ।

ଉଲ୍ଲେଖଯୋଗ୍ୟ, ନିଜର ହକ୍ ଯଥା ସ୍ଥାୟୀ ନିଯୁକ୍ତି, ସରକାରଙ୍କ ନିୟମ ଅନୁଯାୟୀ ବେତନ ପ୍ରଦାନ, ଇଏସଆଇ, ଇପିଏଫ, ଲାଇଫ୍ ଇନସ୍ୟୁରାନ୍ସ, ପ୍ରଦାନ ଆଦି ଦାବି ନେଇ ସାରୁଅ ଠିକା କର୍ମଚାରୀ ଆନ୍ଦୋଳନ ଜାରି ରଖିଥିଲେ। ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଧାରଣାରେ ବସିଥିବା ଶ୍ରମିକମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କିଛି ସୁଫଳ ମିଳିନଥିଲା।  ଫଳରେ ଶ୍ରମିକମାନଙ୍କ ଧାରଣା ଜାରି ରହିଥିଲା। ଦାବି ନ ପୁରଣ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଶ୍ରମିକମାନେ ପ୍ରଶାସନ ଓ ଓଟିବି କର୍ତ୍ତୃପକ୍ଷଙ୍କୁ ରୋକ୍ ଠୋକ୍‌ ଶୁଣାଇଥିଲେ। ଖୁବ୍ ଶୀଘ୍ର ଶ୍ରମିକଙ୍କୁ ନ୍ୟାୟ ନ ମିଳିଲେ ଶ୍ରମିକମାନେ ରାଜରାସ୍ତାକୁ ଓହ୍ଲାଇବା ନେଇ ଚେତାବନୀ ଦେଇଥିଲେ।

   Related Posts