Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପରଲୋକରେ ଦିବଙ୍ଗତ ଅଭିନେତା ବିଜୟ ମହାନ୍ତିଙ୍କ ମାଆ
  • ||
  • ଭୁବନେଶ୍ୱରରେ ପହଞ୍ଚିଲା ପ୍ରଥମ ପର୍ଯ୍ୟାୟ କୋଭିସିଲ୍ଡ ଟିକା, ୧୮ ବର୍ଷରୁ ୪୪ ବର୍ଷ ବୟସ୍କଙ୍କୁ ଦିଆଯିବ
  • ||
  • କୁକୁର ଆକ୍ରମଣରେ ହରିଣ ଗୁରୁତର, ଉଦ୍ଧାର କଲେ ଗାଁ ଲୋକେ…
  • ||
  • କଳାହାଣ୍ଡି : ଘର ବାହାରେ ଶୋଇଥିବା ବେଳେ ମାଡିଗଲା ଟ୍ରକ୍, ସ୍ତ୍ରୀ ମୃତ, ସ୍ବାମୀ ଗୁରୁତର
  • ||
  • ସାନଖେମୁଣ୍ଡି : କୋଭିଡ୍ କଟକଣା ଉଲଂଘନ କରି ଗାଁରେ ଚାଲିଥିଲା ବାହାଘର ଭୋଜିଭାତ, ବନ୍ଦ କଲା ପ୍ରଶାସନ
  • ||
  • ଚୋରି କରୁଥିଲା ବିଦ୍ୟୁତ ଖୁଣ୍ଟ, ଗାଁ ଲୋକଙ୍କ ହାତରେ ଧରାପଡିଲା ଚୋର
  • ||
  • ରାଜ୍ୟରେ କରୋନା ନେଲା ଆଉ ୨୧ଜଣଙ୍କ ଜୀବନ, ୨୧୬୧ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୧ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୧,୮୦୭ ପଜିଟିଭ୍
  • ||
  • କମିଲା ତାତି : ଆଜି ଏହି ସବୁ ଜିଲ୍ଲାରେ ବଜ୍ରପାତ ସହ କୁଆପଥର ବର୍ଷା ସମ୍ଭାବନା
  • ||
  • ସଂକ୍ରମଣ ରୋକିବାକୁ ରାଜ୍ୟରେ ସାପ୍ତାହିକ ସଟ୍‌ଡାଉନ୍, ଜରୁରୀ ସେବାକୁ ଛାଡ଼ିଦେଲେ ସବୁ ବନ୍ଦ
  • ||

ସାରୁଅ ତରଙ୍ଗ ଷ୍ଟୁଡିଓ ଠିକା ଶ୍ରମିକଙ୍କ ଧାରଣା ପ୍ରସଙ୍ଗ : ଶ୍ରମ ବିଭାଗକୁ ୧୦ଦିନ ସମୟ ମାଗିଲେ ଓଟିଭି କର୍ତ୍ତୃପକ୍ଷ

12/11/2020 at 9:31 AM

ଖୋର୍ଦ୍ଧା ୧୨।୧୧: ସାରୁଅ ସ୍ଥିତ ତରଙ୍ଗ ଷ୍ଟୁଡିଓରେ କାମ କରୁଥିବା ଠିକା ଶ୍ରମିକଙ୍କ ଧାରଣା ୧୨ ଦିନରେ ପହଞ୍ଚିଛି । ନିଜର ହକ୍ ଯଥା ସ୍ଥାୟୀ ନିଯୁକ୍ତି, ସରକାରଙ୍କ ନିୟମ ଅନୁଯାୟୀ ବେତନ ପ୍ରଦାନ, ଇଏସଆଇ, ଇପିଏଫ, ଲାଇଫ୍ ଇନସ୍ୟୁରାନ୍ସ ପ୍ରଦାନ ପାଇଁ ଶ୍ରମିକମାନେ ଦାବି କରିଛନ୍ତି ।

ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ଧାରଣାରେ ବସିଥିବା ଶ୍ରମିକମାନଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କିଛି ସୁଫଳ ମିଳିନାହିଁ। ଫଳରେ ଶ୍ରମିକମାନଙ୍କ ଧାରଣା ଜାରି ରହିଛି । ଦାବି ନ ପୂରଣ ହେବା ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ଶ୍ରମିକମାନେ କହିଛନ୍ତି ।   

ଏନେଇ ବୁଧବାର ଭୁବନେଶ୍ବର ଡିଏଲସି ଅଫିସରେ ହାଜର ହେବାକୁ ଓଟିଭି କର୍ତ୍ତୃପକ୍ଷ ଓ ଶ୍ରମିକମାନଙ୍କୁ ନୋଟିସ୍ ଜାରି କରାଯାଇଥିଲା । ଶ୍ରମିକଙ୍କ ନିଯୁକ୍ତି ଓ ଦାବି ଉପରେ ଆଲୋଚନା ହେବାର ଥିଲା । ପୂର୍ବରୁ ଓଟିଭି କର୍ତ୍ତୃପକ୍ଷ ଶ୍ରମିକଙ୍କ ଦାବିକୁ ନେଇ ଦେଇଥିବା ମତାମତ ସନ୍ତୋଷଜନକ ନହେବାରୁ ଶ୍ରମ ବିଭାଗ ଏଭଳି ପଦକ୍ଷେପ ନେଇଥିଲେ । ମାତ୍ର ଓଟିଭି କର୍ତ୍ତୃପକ୍ଷ ବୁଧବାରର ଆଲୋଚନାକୁ ଆସିନଥିଲେ । ଫଳରେ ସାରୁଅରୁ ଯାଇଥିବା ତରଙ୍ଗ ଷ୍ଟୁଡିଓର ଠିକା ଶ୍ରମିକମାନେ ନିରାଶ ହୋଇ ଫେରି ଥିଲେ । ଓଟିଭି କର୍ତ୍ତୃପକ୍ଷ ଶ୍ରମିକଙ୍କ ଦାବିକୁ ନେଇ ୧୦ଦିନ ସମୟ ନେଇଥିବା ସୂଚନା ମିଳିଛି ।

   Related Posts