ଏଟିଏମ(ATM)ରୁ ୧୦ ହଜାରରୁ ଅଧିକ ଟଙ୍କା ଉଠାଇଲେ ଦେବାକୁ ପଡିବ ଓଟିପି(OTP) ନମ୍ବର, ନିୟମ ଲାଗୁକଲା ଏହି ବ୍ୟାଙ୍କ

Published By : Prameya-News7 Bureau | August 27, 2019 IST

ନୂଆଦିଲ୍ଲୀ୨୭|୮: ଏଟିଏମରୁ ଟଙ୍କା ଉଠାଇବା ପ୍ରକ୍ରିୟାକୁ ଅଧିକ ସୁରକ୍ଷିତ ରଖିବା ପାଇଁ କାନାରା ବ୍ୟାଙ୍କ ନୂଆ ନିୟମ ଜାରି କରିଛି।ସାଧାରଣତଃ ଟଙ୍କା ଉଠାଇବା ବେଳେ ଚାରି ଅଙ୍କ ବିଶିଷ୍ଟ ପିନ୍ ନମ୍ବର ଆବଶ୍ୟକତା ପଡିଥାଏ। ହେଲେ ଏବେ ଟଙ୍କା ଉଠାଇବା ପାଇଁ ଓ୍ବାନ ଟାଇମ ପାସଓ୍ବାର୍ଡ(OTP) ନମ୍ବର ଦେବାକୁ ପଡିବ। ଯେଉଁମାନେ କନାରା ବ୍ୟାଙ୍କ ଗ୍ରାହକ ସେମାନଙ୍କ ପାଇଁ ଏହି ନିୟମ ରହିଛି। ଏହା ବ୍ୟତୀତ ଯେଉଁମାନେ କାନାରା ଏଟିଏମରୁ ଟଙ୍କା ଉଠାଇବାକୁ ଚାହୁଁଥିଲେ ସେମାନେ ମଧ୍ୟ ବି ଓଟିପି ନମ୍ବର ଦେବାକୁ ପଡ଼ିବ।

କାନାରା ବ୍ୟାଙ୍କ ଏଟିଏମରୁ ଟଙ୍କା ଉଠାଇବା ପାଇଁ  ଓଟିପି ନିୟମ ଲାଗୁ କରାଯାଇଛି। ଏହାଦ୍ବାରା ଗ୍ରାହକଙ୍କୁ ସୁବିଧା ହେବ ବୋଲି କାନାରା ବ୍ୟାଙ୍କର କର୍ତ୍ତୁପକ୍ଷ କହିଛନ୍ତି।ନିୟମ ଅନୁସାରେ ଆପଣ ଯଦି ଗୋଟେ ଦିନରେ ୧୦ ହଜାରରୁ ଅଧିକ ଟଙ୍କା ଉଠାଛନ୍ତି ତେବେ ଆପଣଙ୍କୁ ଓଟିପି ନମ୍ବର ଦେବାକୁ ପଡ଼ିବ। କାନାରା ବ୍ୟାଙ୍କ ଟ୍ବିଟକରି ଲେଖିଛି ଯେ, କାନାରା ବ୍ୟାଙ୍କ ପ୍ରଥମ ବ୍ୟାଙ୍କ ଯିଏ ପ୍ରଥମ ଥର ପାଇଁ ଏହି ସୁବିଧା ଗ୍ରାହକଙ୍କୁ ଯୋଗାଇଛି।

wp:core-embed/twitter {"url":"https://twitter.com/canarabank/status/1163765039104266241","type":"rich","providerNameSlug":"twitter","className":""}
https://twitter.com/canarabank/status/1163765039104266241
/wp:core-embed/twitter

ଏନଇଏଫଟି(NEFT) ବ୍ୟବହାର କରୁଥିବା​‌ ଗ୍ରାହକଙ୍କ ପାଇଁ ପୂର୍ବରୁ ରିଜର୍ଭ ଘୋଷଣା କରିଛି ଯେ, ୨୦୧୯ ମସିହା ଡିସେମ୍ବର ମାସଠାରୁ ଏନଇଏଫଟି ସିଷ୍ଟମକୁ ୨୪ ଘଣ୍ଟିଆ କରାଯିବ।

ଦେଶରେ ସ୍କିମଂ ସହ ଅନ୍ୟ ଏଟିଏମ୍‌ ଠକାମୀ ବୃଦ୍ଧି ପାଇବାରୁ ଏହାକୁ ରୋକିବା ସହ ନିଜର ଗ୍ରାହକମାନଙ୍କୁ ଅନ୍‌ଲାଇନ୍‌ ସୁରକ୍ଷା ଦେବା ପାଇଁ କାନାରା ବ୍ୟାଙ୍କ ପକ୍ଷରୁ ପ୍ରଥମ ଥର ପାଇଁ ଏହି ଓଟିପି ବ୍ୟବସ୍ଥା ଆରମ୍ଭ କରାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.