Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଯୁକ୍ତ ୨ କଲେଜ୍ ଖୋଲିବାକୁ ପ୍ରସ୍ତୁତି ! ବିଶୋଧନ ଓ ସଫା କରି କ୍ଲାସ୍ ରୁମ୍ ପ୍ରସ୍ତୁତ କରିବାକୁ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶ
  • ||
  • କମିବାରେ ଲାଗିଛି କରୋନା ସଂକ୍ରମଣ, ଆଜି ସୁସ୍ଥ ହୋଇ ଘରକୁ ଫେରିଲେ ୬୪୨ ଆକ୍ରାନ୍ତ
  • ||
  • ଫ୍ରାନ୍ସରେ ବିଜୟ ମାଲ୍ୟାଙ୍କ ବିରୋଧରେ EDଙ୍କ ବଡ କାର୍ଯ୍ୟାନୁଷ୍ଠାନ, ଜବତ ହେଲା ୧.୬ ମିଲିୟନ ୟୁରୋ ସମ୍ପତ୍ତି
  • ||
  • ଡିସେମ୍ବର ୮ରେ ଭାରତ ବନ୍ଦ ଡାକରା ଦେଲା କୃଷକ ସଂଗଠନ
  • ||
  • ପ୍ରଥମ ଟି-୨୦ରେ କଙ୍ଗାରୁ ଚିତ୍, ଚମକିଲେ ଭାରତୀୟ ବୋଲର, ଅଷ୍ଟ୍ରେଲିଆକୁ ୧୧ ରନରେ ହରାଇଲା ବିରାଟ ବାହିନୀ
  • ||
  • ୪ କ୍ବିଣ୍ଟାଲ ୬୦ କେଜି ଚନ୍ଦନ କାଠ ଜବତ: ଆନୁମାନିକ ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ
  • ||
  • ଜଳେଶ୍ବର: ବିଶାଖା ଏଗ୍ରୋ ସୋରୁମ୍ ଆଗରେ ଚାଷୀମାନଙ୍କ ପକ୍ଷରୁ ଆମରଣ ଅନଶନ
  • ||
  • ଅପରାହ୍ନରେ ସ୍ଥଳଭାଗ ଛୁଇଁବ ‘ବୁରେଭି’ : କେରଳ-ତାମିଲନାଡୁର କିଛି ଜିଲ୍ଲାରେ ଛୁଟି ଘୋଷଣା, ବିମାନବନ୍ଦର ବନ୍ଦ
  • ||
  • ଜଗତପୁର : ଧାନ କଟାଳୀଙ୍କୁ ଶୁଣ୍ଢରେ କଚାଡି ମାରିଲା ହାତୀ
  • ||
  • ବାଲେଶ୍ବର ଓ ମୟୁରଭଞ୍ଜରେ ମୃଦୁ ଭୂକମ୍ପ ଝଟ୍‌କା ଅନୁଭୂତ
  • ||

ଅନ୍ତର୍ଜାତୀୟ କ୍ରିକେଟକୁ ମାହିଙ୍କ ଅଲ୍‌ବିଦା, ବିଶ୍ୱ କ୍ରିକେଟ୍‌ ମିସ୍‌ କରିବ ହେଲିକପ୍ଟର ସଟ୍‌- ଅମିତ ଶାହା

16/08/2020 at 8:43 AM

ନୂଆଦିଲ୍ଲୀ ୧୬।୦୮: ମାହିଙ୍କ ଅଲ୍‌ବିଦା । ଅନ୍ତର୍ଜାତୀୟ କ୍ରିକେଟ୍ ରୁ ଅବସର ଘୋଷଣା କରିଛନ୍ତି ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି । ପୂର୍ବରୁ ଟେଷ୍ଟ କ୍ରିକେଟ୍ ରୁ ଅବସର ନେଇସାରିଥିବା ଧୋନି , ଶନିବାର ଦିନ ଦିନିକିଆ ଏବଂ ଟି-ଟ୍ବେଣ୍ଟିଂ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ନିଜର ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ଜରିଆରେ କ୍ରିକେଟ୍‌ରୁ ଅବସର ଘୋଷଣା କରିଛନ୍ତି । ଏଥିସହିତ  ଧୋନିଙ୍କ ୧୬ ବର୍ଷର ଲମ୍ବା କ୍ୟାରିଅରର ଅନ୍ତ ଘଟିଛି । ୩୯ ବର୍ଷୀୟ ଧୋନି ଏବେ IPLରେ ତାଙ୍କ ଖେଳ ଜାରି ରଖିବେ । ୨୦୦୪ ଡିସେମ୍ବରରେ ବାଂଲାଦେଶ ବିପକ୍ଷ ୱାନଡେ ମ୍ୟାଚରୁ ଅନ୍ତର୍ଜାତୀୟ କ୍ରିକେଟରୁ ନିଜ କ୍ୟାରିଅର ଆରମ୍ଭ କରିଥିଲେ । ୨୦୧୯ ଜୁଲାଇରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସେମିଫାଇନାଲ୍ ଥିଲା ତାଙ୍କର ଶେଷ ୱାନ୍ ଡେ ମ୍ୟାଚ୍ । ସେ ଅଧିନାୟକ ଥିବା ବେଳେ ୨୦୦୭ ଟି-ଟ୍ବେଣ୍ଟିଂ ବିଶ୍ବକପ୍, ୨୦୧୧ରେ ଦିନିକିଆ ବିଶ୍ବକପ୍, ୨୦୧୩ ଆଇସିସି ଚାମ୍ପିଅନସ୍ ଟ୍ରଫି ,୨୦୧୦ ଓ ୨୦୧୬ ଏସିଆ କପ୍ ରେ ଭାରତ ଚାମ୍ପିଅନ୍ ହୋଇଥିଲା।

ଦେଶର ସବୁଠାରୁ ସଫଳତମ ଅଧିନାୟକ ମଧ୍ୟରୁ ଧୋନି ଜଣେ ବିସିସିଆଇ କହିଛି । ତେବେ ମାହିଙ୍କ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ବହୁ ବଡ଼ ବଡ଼ କ୍ରିକେଟର୍ , ରାଜନେତା ଓ ଅଭିନେତାମାନେ ନିଜ ନିଜର ବିଚାର ବ୍ୟକ୍ତ କରିଛନ୍ତି । ତେବେ ଆସନ୍ତୁ ଜାଣିବା କିଏ କ’ଣ କହିଛନ୍ତି …

ସଚିନ୍ ତେନ୍ଦୁଲକର ଲେଖିଛନ୍ତି ଭାରତୀୟ କ୍ରିକେଟ୍  ପ୍ରତି ତୁମ ଅବଦାନ ସବୁବେଳେ ଅଭୁଲା ରହିବ । ପରିବାର ଓ ତୁମ ପାଇଁ ସେକେଣ୍ଡ ଇନିଂସର ଅନେକ ଶୁଭେଚ୍ଛା ବୋଲି ସେ ଲେଖିଛନ୍ତି ।

ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଲେଖିଛନ୍ତି ଯେ, ଭାରତୀୟ କ୍ରିକେଟ୍ ପାଇଁ ମହେନ୍ଦ୍ର ସିଂ ଧୋନିଙ୍କ ଅତୁଳନୀୟ ଅବଦାନ ରହିଛି । ଧୋନିଙ୍କ ଶାନ୍ତ ପ୍ରକୃତି ଭାରତ ସପକ୍ଷରେ ଅନେକ ସହଯୋଗ ହୋଇଛି । ଧୋନିଙ୍କ ଅଧିନାୟକତ୍ୱରେ ଭାରତ ବିଭିନ୍ନ ଫର୍ମାଟରେ ଶ୍ରେଷ୍ଠ ପ୍ରଦର୍ଶ କରିଛି । ଦୁଇଥର ବିଶ୍ୱ ଚାମ୍ପିୟନର ମୁକୁଟ ହାସଲ କରିବାରେ ସଫଳ ହୋଇଛି । ବିଶ୍ୱ କ୍ରିକେଟ୍‌ ଆପଣଙ୍କ ହେଲିକପ୍ଟର ସଟ୍‌ ମିସ୍‌ କରିବ ।

କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ ଲେଖିଛନ୍ତି ଯେ, ‘ଆପଣଙ୍କ ଯାଦୁ ପାଇଁ ଧନ୍ୟବାଦ’।

   Related Posts