ସରକାରଙ୍କ ସହ ମୁକାବିଲା କରିବା ମୁଡରେ ଟୁଇଟର ? ଏ ପର୍ଯ୍ୟନ୍ତ ମାନି ନାହିଁ ନୂତନ ଆଇଟି ନିୟମ

Published By : Prameya-News7 Bureau | May 28, 2021 IST

ନୂଆଦିଲ୍ଲୀ ୨୮।୦୫: ଆଇଟି ନିୟମକୁ ନେଇ ସରକାର ଓ ମାଇକ୍ରୋ ବ୍ଲଗିଙ୍ଗ୍ ଓ୍ଵେବସାଇଟ୍ ଟୁଇଟର ମଧ୍ୟରେ ଗତ ଦିନରୁ ଆରମ୍ଭ ହୋଇଥିବା ବିବାଦ ଥମିବାର ନାଁ ନେଉନାହିଁ। ଉଭୟଙ୍କ ମଧ୍ୟରେ ବିବାଦ ତୀବ୍ରତର ହେବାରେ ଲାଗିଛି। ଟୁଇଟରକୁ ବାଦ୍‌ ଦେଲେ ଅନ୍ୟ ପ୍ରମୁଖ ସାମାଜିକ କମ୍ପାନୀ ଆଇଟି ନିୟମ ମାନି ନେଇଛନ୍ତି। ନିକଟରେ ଟୁଲକିଟ୍ ମାମଲାକୁ ନେଇ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ୍ ଟୁଇଟର  ଦିଲ୍ଲୀ ଓ ଗୁରୁଗ୍ରାମ ସ୍ଥିତ କାର୍ଯ୍ୟାଳୟ ଉପରେ ଚଢାଉ କରିଥିଲେ। ଏହା ପରେ ଟୁଇଟର କଡା ପ୍ରତିକ୍ରିୟା ପ୍ରକାଶ କରିଥିଲା। ଆଇଟି ନିୟମକୁ ନେଇ ଟୁଇଟର ଦିଲ୍ଲୀ ହାଇକୋର୍ଟର ଦ୍ଵାରସ୍ଥ ମଧ୍ୟ  ହୋଇଛି।

ସୂତ୍ର ଅନୁଯାୟୀ, ଅଧିକାଂଶ ପ୍ରମୁଖ ସାମାଜିକ ଗଣମାଧ୍ୟମ ସୂଚନା ପ୍ରଯୁକ୍ତିବିଦ୍ୟା ନିୟମ ୨୦୨୧ ଅନୁସାରେ ନିଜର ମୁଖ୍ୟ ଅନୁପାଳନ ଅଧିକାରୀ, ନୋଡାଲ ଜନ ସଂପର୍କ ଓ ଅଭିଯୋଗ ନିବାରଣ ଅଧିକାରୀଙ୍କ ସୂଚନା ପ୍ରସାରଣ ଓ ଆଇଟି ମନ୍ତ୍ରଣାଳୟକୁ ପ୍ରଦାନ କରିଛି। କମ୍ପାନୀ ଗୁଡିକ ମଧ୍ୟରେ କୁ, ସେୟାରଚାଟ୍, ଟେଲିଗ୍ରାମ, ଲିଙ୍କଡନ୍, ଗୁଗୁଲ, ଫେସବୁକ୍, ହ୍ଵାଟ୍ସଆପ୍ ପରି ପ୍ରମୁଖ ସାମାଜିକ ଗଣମାଧ୍ୟମ ସାମିଲ। ଏହି ସବୁ ସଂସ୍ଥା ନୂତନ ନିୟମ ଆଧାରରେ ମଗାଯାଇଥିବା ସୂଚନା ମନ୍ତ୍ରଣାଳୟକୁ ଉପଲବ୍ଧ କରାଇଛନ୍ତି। କିନ୍ତୁ ଟୁଇଟର ଏପର୍ଯ୍ୟନ୍ତ କୌଣସି ସୂଚନା ସରକାରଙ୍କୁ ଦେଇ ନାହିଁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.