Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦୁର୍ଘଟଣାରେ ଆହତ ହେଲେ ମଞ୍ଚ କଳାକାର ରତିକାନ୍ତ ବେହେରା, ହସ୍ପିଟାଲରେ ଭର୍ତ୍ତି
  • ||
  • ଚାଲିଥିଲା ଚୋରା ବନ୍ଧୁକ କାରବାର, ମାଡିବସିଲା ପୋଲିସ, ପିସ୍ତଲ ଜବତ
  • ||
  • ସଂକ୍ରମଣ ସାଙ୍ଘାତିକ, ୨୪ ଘଣ୍ଟାରେ ରାଜ୍ୟରେ ବାହାରିଲେ ୬୨୧୫ ପଜିଟିଭ୍
  • ||
  • ଏବେ ୪ ଘଣ୍ଟା ଖୋଲା ରହିବ ବ୍ୟାଙ୍କ୍, ଅଧା କର୍ମଚାରୀରେ ଚାଲିବ କାର୍ଯ୍ୟ
  • ||
  • ହସ୍ପିଟାଲ ଆଇସିୟୁରେ ଅଗ୍ନିକାଣ୍ଡ, ଜୀଅନ୍ତା ଜଳିଗଲେ ୧୨ କରୋନା ଆକ୍ରାନ୍ତ
  • ||
  • ୩ ଦିନ ପାଇଁ ପଞ୍ଚାୟତ ସଟଡାଉନ୍, ସଂକ୍ରମଣ ବୃଦ୍ଧି ପରେ ପ୍ରଶାସନର ବଡ ପଦକ୍ଷେପ
  • ||

ନଭେମ୍ବର ୨୧ ସୁଦ୍ଧା ଓଟିଇଟିର ସଂଶୋଧିତ ଫଳ ପ୍ରକାଶ ପାଇବ- ଗଣଶିକ୍ଷା ମନ୍ତ୍ରୀ

21/10/2019 at 9:26 PM

ଭୁବନେଶ୍ୱର ୨୧।୧୦- ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ବା ଓଟିଇଟି ଉତ୍ତରରେ ତ୍ରୁଟି ଥିବା ନେଇ ସ୍ବୀକାର କଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ । ମାସକ ମଧ୍ୟରେ ପ୍ରକାଶିତ ହେବ ସଂଶୋଧିତ ରେଜଲ୍ଟ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଗୁରୁତ୍ବପୂର୍ଣ୍ଣ ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି । ପରୀକ୍ଷା ପରିଚାଳନାରେ ଅବ୍ୟବସ୍ଥାକୁ ନେଇ ମନ୍ତ୍ରୀ କ୍ଷୋଭ ପ୍ରକାଶ କରିଛନ୍ତି ।

ନଭେମ୍ବର ୨୧ ସୁଦ୍ଧା ସଂଶୋଧିତ ଫଳ ପ୍ରକାଶ କରିବାକୁ ମାଧ୍ୟମିକ ଶିକ୍ଷା ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ରିଚେକିଂ ଲାଗି ପରୀକ୍ଷାର୍ଥୀଙ୍କଠାରୁ ନିଆଯାଇଥିବା ଟଙ୍କା ଫେରସ୍ତ ନେଇ ମଧ୍ୟ ଚିନ୍ତା କରାଯାଉଥିବା ମନ୍ତ୍ରୀ କହିଛନ୍ତି ।  ଓଟିଇଟି ଉତ୍ତରରେ ବ୍ୟାପକ ତ୍ରୁଟି ନେଇ ପ୍ରଥମେ ଖବର ସାମ୍ନାକୁ ଆଣିଥିଲା ନ୍ୟୁଜ7 । ପରୀକ୍ଷାର୍ଥୀ, ଏବିଭିପି ଓ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବୋର୍ଡ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ସରକାରଙ୍କର ଏଭଳି ନିଷ୍ପତ୍ତିକୁ ଶିକ୍ଷକ ସଂଘ ମଧ୍ୟ ସ୍ବାଗତ କରିଛି।

   Related Posts