Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କମୁଛି କରୋନା ସଂକ୍ରମଣ, ସୁସ୍ଥ ହୋଇ ଘରକୁ ଫେରିଲେ ଆଉ ୬୬୯ ଆକ୍ରାନ୍ତ
  • ||
  • ସରକାର ଓ କୃଷକଙ୍କ ମଧ୍ୟରେ ପ୍ରଥମ ବୈଠକ ବିଫଳ: ପୁଣି ଡିସେମ୍ବର ୩ରେ ଉଭୟ ପକ୍ଷ ମଧ୍ୟରେ ଆଲୋଚନା, ଜାରି ରହିବ ଆନ୍ଦୋଳନ
  • ||
  • ସୋର : ବାଇକ୍ ଉପରେ ମାଡିଗଲା କାର୍, ୩ ଗୁରୁତର
  • ||
  • କଣ୍ଟାବାଞ୍ଝି : ରାସ୍ତା କଡ ସିମେଣ୍ଟ ଖୁଣ୍ଟରେ ପିଟିହେଲା ବାଇକ୍ଦୁ, ଦୁଇ ମୃତ, ଜଣେ ଗୁରୁତର
  • ||
  • ଭଦ୍ରକ : ଟ୍ରକ୍‌କୁ ୮୭ ହଜାର ଟଙ୍କା ଫାଇନ୍, ପରମିଟ୍ ନଥାଇ ପରିବହନ ହେଉଥିଲା ଅଧିକ ଓଜନର ସାମଗ୍ରୀ
  • ||
  • ଆଠମଲ୍ଲିକ : ବାଇକ୍‌କୁ ଧକ୍କା ଦେଲା ପିକ୍‌ଅପ୍ ଭ୍ୟାନ୍, ଦୁଇ ବାଇକ୍ ଆରୋହୀଙ୍କ ମୃତ୍ୟୁ
  • ||
  • ସୋର : ଟ୍ରକ୍ ଚାପାରେ ମା’ ମୃତ, ବାପା-ପୁଅ ଗୁରୁତର
  • ||
  • ସାନଖେମୁଣ୍ଡି : ଦାଦା ବଟି ମାଗିବା ଅଭିଯୋଗରେ ଯୁବକ ଗିରଫ, ମାଉଜର ଓ ଅଫୁଟା ଗୁଳି ଜବତ
  • ||
  • ରାଜ୍ୟରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୭୪୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୩୭୮ କରୋନା ସଂକ୍ରମିତ, ୩୧୯୧୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ଓଟିଇଟିର ସବୁ ପରୀକ୍ଷା ବାତିଲ୍ ; ପ୍ରଶ୍ନପତ୍ର ଲିକ୍ ପରେ ବୋର୍ଡର ନିଷ୍ପତ୍ତି

16/01/2019 at 1:08 PM

କଟକ ୧୬|୧: ଓଟିଇଟିର ସବୁ ପରୀକ୍ଷା ବାତିଲ୍ । ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପରେ ବୋର୍ଡର ଏଭଳି ନିଷ୍ପତ୍ତି । ପରୀକ୍ଷା ବାତିଲ୍ ନେଇ ସୂଚନା ଦେଲେ ବୋର୍ଡ ସଭାପତି ଜାହାନ୍ ଆରା ବେଗମ । ମାଟ୍ରିକ ପରୀକ୍ଷା ପରେ ପୁଣି ଥରେ ହେବ ଓଟିଇଟି ପରୀକ୍ଷା । ଆଜି ପରୀକ୍ଷା ଦେଇଥିଲେ ୧ ଲକ୍ଷ ୧୨ ହଜାର ପରୀକ୍ଷାର୍ଥୀ । ପ୍ରଶ୍ନପତ୍ର ଲିକ୍‌କୁ ଦୁର୍ଭାଗ୍ୟଜନଙ୍କ କହିଲେ ବୋର୍ଡ କର୍ତ୍ତୃପକ୍ଷ ।

ଓଟିଇଟି ପରୀକ୍ଷା ପୂର୍ବରୁ ପ୍ରଶ୍ନପତ୍ର ଓ ଉତ୍ତର ଖାତା ଲିକ୍ ହୋଇଥିଲା । ଏଭଳି ଭାଇରାଲ ଅଭିଯୋଗ ଘଟଣା ଜି. ଉଦୟଗିରି ଓ ଭଦ୍ରକ ଅଞ୍ଚଳରୁ ଆସିଥିଲା । ଓଡ଼ିଶା ଟିଚର୍ସ ଏଲିଜିବିଲିଟି ଟେଷ୍ଟର ପରୀକ୍ଷା ସକାଳ ୧୦ ଟାରୁ ଆରମ୍ଭ ହୋଇଥିଲା । କିନ୍ତୁ ପରୀକ୍ଷାର ପ୍ରଶ୍ନପତ୍ର ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଥିଲା । ଜି. ଉଦୟଗିରିରେ ଓଟିଇଟି ପରୀକ୍ଷାର ସେଟ୍ -ବି ପ୍ରଶ୍ନ ଓ ଉତ୍ତର ଖାତା ହସ୍ତଗତ ହୋଇଥିଲା । ପରୀକ୍ଷା ପୂର୍ବରୁ ଏହା ଲିକ୍ ହୋଇଥିବା କୁହାଯାଉଥିଲା ।

ସେପଟେ ଭଦ୍ରକରେ ବି ପରୀକ୍ଷା ପୂର୍ବରୁ ଉତ୍ତର ଖାତା ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଆଜି ଓଟିଇଟିର ୨ଟି ପରୀକ୍ଷା ଥିଲା ।

   Related Posts